ଅ ଦେଖା ସାଥି :
ମୋ ଆଖିର ଲୁହ ସହିତ କଣ ବା ତୁମ ପରିଚୟ ହୋଇଛି
ମୁ ଏମିତି ଭି କରିପାରେ
ମାରିବାକୁ ଭଲ ପାଉଥିବା ଲୋକ କୁ ଜିଇଁବାର ପଥ ଦେଖାଇ ପାରେମୋ ହୃଦୟର କୋହ ସହିତ କଣ ବା ତୁମ ପରିଚୟ ହୋଇଛି
ମୁକ୍ତାଭରା ଶାମୁକାକୁ ଭି ସାଗର ଢେଉ ରେ ପୋତି ପାରେଧନ୍ୟବାଦ ଦେଉଛି ଭାଗ୍ୟକୁ ଯେ କେଭେ ତୋ ସହ ମୋର ଦେଖା ହୋଇନି
କିନ୍ତୁ ମୁ ନିଶ୍ଚିତ ଯେ ତତେ ତୋ ହୃଦୟରୁ କାଢି ଫୋପାଡ଼ି ଦେଇଥାନ୍ତିବାସ, ତୁ ବହୁତ ଭାବିସାରିଛୁ ଏବେ ଆଉ ଟିକେ ଭାବିନେ
ମୁ ସେ ପକ୍ଷୀକୁ ପଞ୍ଜୁରୀ ରେ ରଖେନି ଯାହାର ଡେଣା ଦିଟା ଥିବ ,,, ହେଲେ ଗୋଟେ ଅନ୍ୟକୁ ଧୋକା
ଆଉ ଜଣେ ବାହାନା କରୁଥିବ
ହଁ, ତାକୁ ଏ ଜୀବନ ଜଂଜାଳ ପଞ୍ଜୁରୀ ରୁ ମୁକ୍ତ କରି
ଦୂର ଅବାନ୍ତର ଜଙ୍ଗଲ କୁ ଛାଡି ଦିଏକୋଉଠି ରଖିଥିଲୁ ଏତେ ମିଛ କଣ ସମୟ କୁ ଅପେକ୍ଷା କରି
ହୃଦୟ କୁ ତୋ ହାତରେ ଚାବିଦିଆ ଖେଳନା ପରି ଛାଡିଦେଲା ପରେ
ତୁ ତାକୁ ଚାବିରୁ ମୁକ୍ତ କରି ଭାଙ୍ଗିଦବୁ ସେ ଯେପରି ଆଉ ଛିଡାହୋଇ ପାରିବିନିଆଜି ହସ ଲାଗୁଛି…………………………
ତୋ ଉପରେ ନୁହେଁ ମୋ ଉପରେ
ଦୁନିଆ ତତେ ଠିକ ଚିହ୍ନ ଥିଲା
କେବେଳ, ମୁ ତତେ ଚିହ୍ନବାରେ ଭୁଲ କଲିଚାନ୍ଦ ପୂର୍ଣ୍ଣିମା ରାତିରେ ପୁରା ଗୋଲଦିଶେ
ଅଧା ଅଧା ସିନା ପ୍ରତିଦିନ ଦେଖାଯାଏ
ହେଲେ ସେ ଚାନ୍ଦ ଭି ଡର ତା ମନରେ ରଖିଛି
ଅମାବାସ୍ୟା ରେ ସେ ଲୁଚିଭି ଯାଉଛିତୁ ଏମିତି ଜଣେ ଥିଲୁ ତତେ ମୁ ଚାନ୍ଦ ଭାବୁଥିଲି
ତୁ ପ୍ରତିଦିନ ମିଠା କଥା କହୁଥିଲୁ
ଏ ଜୀବନ କୁ ପ୍ରତିଦିନ ପୂର୍ଣ୍ଣିମା କରିଦେଉଥିଲୁ
ଆଜି କଣ ବା ହେଲା ତୋର ×××××××××××××××
ହଠାତ ଅମାବାସ୍ୟା ପରି ତୁ ଲୁଚିଗଲୁସାଗର ତ ବହୁତ ଆଗଭିର, ତା ଗଭୀରତା କି ବା ମାପିଛି
ସାଗର ଅମାପ ଗଭୀର ପରି ମତେ ଭଲପାଉଥିଲୁ ନା
ହୁଁ ହୁଁ ହୁଁ ମୁ ତ ମାପି ଦେଲି ତୋ ଭଲପାଇବା କୁ
ବାସ,,,, କିଛି କ୍ଷଣ ମଧ୍ୟରେକେତେ ଥିଲା ସତ, କେତେ ଅଛି ମିଛ
କେତେ ଯେ ବାହାନା ଆଉ ଅଭିନୟ ଅଜଣା କାହାଣୀ ର
ବା ବା,, ତୋ କାହାଣୀ ର ତ ଉପମା ନାହିଁ
ସତରେ ତୁ ବହୁତ ବଡ଼ କାଳକାର ଟେ ଥିଲୁହେଲେ ଜାଣି ରଖେ ×××××××××××××××××××
ଏ ଦୁନିଆ ରେ ସେଇମାନେ କାଳକାର
ଆଖିରେ ଆଶା ଆଉ ଉଠ ରେ ଖୁସି ଆଣିଦିଅନ୍ତିହେଲେ ତୁ କିଛି ଉଲଟା କରିଦେଲୁ
ଆଖିରେ ଲୁହ ଉଠ ରେ କୋହ ଆଣିଦେଲୁ
ତୁ କଣ ମଣିଷ ଟେ ଥିଲୁ????????
ତତେ ମୁ ଦେଖିନି,
ସତରେ ବୋଧେ ତୁ ମଣିଷ ନୁହେଁ
କୁର୍ତଘନ ଜୀବଟେ ଥିଲୁ !!ହଁ କେବଳ ତୁ ତୋର ଥିଲୁ
ମିଛରେ ମୋର ହବାର ବାହାନା କରୁଥିଲୁ
ଏବେ ତୁ ତୋର ହୋଇକି ଅଛୁ ତ??
ନା ଏବେ ତୁ ରଚିଥିବା ପାସପାଲି ରେ ଖେଳିଇ
କହୁଚୁ ଏବେ ତାର ହେଇକି ଅଛୁ ବୋଲି
🥀🥀🥀
ସ୍ଵାତି ମହାପାତ୍ର, ପୁରୀ, ଓଡିଶା