ଭାବେ ମୁଁ ଭାବୁକ ଟିଏ
ଭାବିନି ମୁଁ କେବେ ସ୍ରଷ୍ଟା ବୋଲି ନିଜେ।
ଭାବେ ମୁଁ ଭାବୁକ ଟିଏ,
ଭାବିଭାବି ଲେଖେ କେତେ ଯେ ସୃଜନୀ।
ଭାଷାରେ ହଜି ମୁଁ ଯାଏ ।।
ଭଟ୍ଟା କି ଜୁଆର ଯା’ ଆସୁ ଜୀବନେ
ଭାବିବାର କିଛି ନାହିଁ,
ଭବିଷ୍ୟ ମୋହର ଭଲ ଅବା ମନ୍ଦ
ଭାଗ୍ୟବାନ ନୁହେଁ କେହି।।
ଭଲ କରୁକରୁ ଭୁଲ ହେଇଯାଏ
ଭେଦାଭେଦ ଜାଣେ ନାହିଁ,
ଭଗାରି କେ ଜଣେ ଜନ୍ମ ରୁ ନଥାନ୍ତି
ଭାବକୁ ନିକଟ ଭାଇ।।
ଭର୍ଷନା କରିବା ଭଲଗୁଣ ନୁହେଁ
ଭାବିବା ମଣିଷ ଧର୍ମ ,
ଭୃତ୍ୟ ହେଉ ଅବା ଭଗବାନ ସିଏ
ଭଲ ପାଇଁ ଭଲ କର୍ମ।।
ଭକ୍ତି ରେ ଗାଇବା ଭଜନ କରିବା
ଭରସା ରଖି ଦିଅଁଙ୍କୁ ,
ଭସା ମେଘ ଦେଖି ଭାସି ଯିବା ନାହିଁ
ଭବିଷ୍ୟ ବା ଜଣା କାହାକୁ।
✍️ ଚୁମ୍କି ଦାଶ(ମିଶ୍ର)
ଶାନ୍ତି ପଡା, ବଲାଙ୍ଗୀର
I’m now not constructive the spot you’re having your info, but excellent subject matter. I demands to spend a while acquiring out a lot more or working out a lot more. Thanks for superb information and facts I was looking for this facts for my mission.
Thanks for kinds great posting! I really liked looking at it, you materialize to get a terrific author.I will be sure you bookmark your blog and may inevitably return afterwards. I desire to inspire go on your wonderful posts, Use a good evening!
ଭାବୁକ ଭାବି ଭାବି ସ୍ରଷ୍ଟା ପାଲଟି ଯାଏ, ଚୁମକି ଭଉଣୀ ଆପଣ ଖୁବ୍ ସୁନ୍ଦର ଭାବୁକ ଟିଏ । ଭାବି ଚାଲନ୍ତୁ ଅନେକ ଏବଂ ସୃଷ୍ଟି କରୁଥାନ୍ତି ଏହିପରି ଅନେକ ସୃଜନୀ । ଅଶେଷ ଧନ୍ୟବାଦ ଭଉଣୀ