ଅଳସ ଆଖିରେ ଭିଜା ସପନ
—
ପାହିଲାଣି ରାତି ହେଲାଣି ସକାଳ
ବୁଣିଲେଣି ରଙ୍ଗ ବାଳ ଅରୁଣ
ନିଦ୍ରା ପରିହରି ଉଠ ଧନମଣୀ
କଲେଣି କୂଜନ ବିହଙ୍ଗଗଣ ।
ମୁଦି ହୋଇ ଯାଏ ଆଖିପତା ଦୁଇ
ଗହଳ ନିଦ୍ରାରେ ହେଉ ଆଚ୍ଛନ୍ନ
ଜାଗ୍ରତ ହେବାକୁ ବଳୁନାହିଁ ମନ
ଅଳସ ଆଖିରେ ଭିଜା ସପନ ।
ସପନର ଘୋଡା ଉଡଇ ପବନେ
ଦେଖଇ ବୁଲି ସେ ପରୀରାଇଜ
ଫୁଲ ପାରିଜାତ ବାସେ ମହମହ
ସପନେ ଜୀବନ ଲାଗେ ସହଜ ।
ନୁହଁଇ ବାସ୍ତବ ସପନର ଦୃଶ୍ଯ
ମନର ଭ୍ରମ ସେ ମିଥ୍ଯା ଅଳୀକ
କରମ ନକଲେ ହେବନାହିଁ ବଞ୍ଚି
ନ ପଢିଲେ ପାଠ ହୋଇବୁ ମୁର୍ଖ ।
ଉଠ ଧନମଣୀ ଜାଗ୍ରତ ହୁଅ
ନିଷ୍ଠାଯୁକ୍ତ ହୋଇ କର କର୍ତ୍ତବ୍ଯ
ଲକ୍ଷ୍ଯ ସିଦ୍ଧି ପାଇଁ ଲୋଡା ପରିଶ୍ରମ
ପାତ୍ରତା ଶ୍ରେଷ୍ଠତା ଅର୍ଜେ ସୁଯୋଗ୍ଯ ।
—–
ଶ୍ରୀ ଭରତବନ୍ଧୁ ବିଶ୍ୱାଳ
ଉପର ବରୁଆଁ ,
କବୀରପୁର ,ଯାଜପୁର