March 21, 2023
11 11 11 AM
ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ
ନିଵେଦନ – ଅଶୋକ କୁମାର ପତି
ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ
ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ
ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା
ମୋ ଜୀବନ – ହେମନ୍ତ କୁମାର ସାହୁ ‌
ଶୀତ – ଶ୍ରୀମତୀ କୃଷ୍ଣା ଦାସ
ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ
ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ
ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ
ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ
କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ
ଦୁହିତା – ସୀମାଞ୍ଚଳ ପଣ୍ଡା
ହେ ଈଶ୍ବର – ଡଃ ପ୍ରିୟମ୍ବଦା ସାମଲ
ବିଶ୍ବ ମହିଳା ଦିବସ – ଭାସ୍କର ରାଉତ
ଆସ ପାଳିବା ମହିଳା ଦିବସ – ଡଃ ପ୍ରିୟମ୍ବଦା ସାମଲ
କିଏ ଶୁଣିବ-ଜୀବନ ପ୍ରଦୀପ ପ୍ରଧାନ
ଅତ୍ୟାଚାରୀ ମଣିଷ-ପଦ୍ମାବତୀ ସ୍ୱାଇଁ
ନର ରାକ୍ଷାସ-ମମତା ବାରିକ୍
ମରୀଚିକା – ମଧୁସ୍ମିତା ରାଉତ
Latest Post
ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ ନିଵେଦନ – ଅଶୋକ କୁମାର ପତି ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା ମୋ ଜୀବନ – ହେମନ୍ତ କୁମାର ସାହୁ ‌ ଶୀତ – ଶ୍ରୀମତୀ କୃଷ୍ଣା ଦାସ ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ ଦୁହିତା – ସୀମାଞ୍ଚଳ ପଣ୍ଡା ହେ ଈଶ୍ବର – ଡଃ ପ୍ରିୟମ୍ବଦା ସାମଲ ବିଶ୍ବ ମହିଳା ଦିବସ – ଭାସ୍କର ରାଉତ ଆସ ପାଳିବା ମହିଳା ଦିବସ – ଡଃ ପ୍ରିୟମ୍ବଦା ସାମଲ କିଏ ଶୁଣିବ-ଜୀବନ ପ୍ରଦୀପ ପ୍ରଧାନ ଅତ୍ୟାଚାରୀ ମଣିଷ-ପଦ୍ମାବତୀ ସ୍ୱାଇଁ ନର ରାକ୍ଷାସ-ମମତା ବାରିକ୍ ମରୀଚିକା – ମଧୁସ୍ମିତା ରାଉତ

ବାହା ଘର ନୁଆଁ ନୁଆଁ – ଜୟ କୁମାର ମିଶ୍ର

ବାହା ଘର ନୁଆଁ ନୁଆଁ

 

ବାହା ଘର ନୁଆଁ, ତନୁ ମନେ ଛୁଆଁ

କେତେ ଛଇ, କେତେ ବାଇ,

ଦୁଇ ହାବଭାବ, କାରବାର ଭାବ

କହି ସହି ହେବ ନାହିଁ ll

କେତେ ଯେ ଭାବନା, କେତେ ଯେ କଳ୍ପନା

ସରଗକୁ ହାତ ଛୁଆଁ,

ଇନ୍ଦ୍ର ଚନ୍ଦ୍ର ଠାରୁ, ବଳି ବଳିଆର

ଦେଖି ସଭିଏଁ ଛାନିଆ ll

ଦେଖାଇ ହୁଅନ୍ତି, ବହୁତ କୁହନ୍ତି

ବlଢ଼ି ନବରଙ୍ଗ ଭାବ,

ବଡ ସାନ ଭୁଲି, ଯାଉଥିବେ ଚଳି

ଛାଡି ଦେଇ ଗଉରବ ll

ଜୀବନ ସାଥିଟି, ସରଗ ଚାନ୍ଦଟି

ଲାଗେ ଅଦ୍ଵିତୀୟ ସିଏ,

ପୂର୍ବ ଭାଗ୍ୟ ବଳେ, ତପସ୍ୟାର ଫଳେ

ହୋଇ ଅଛି ବାହାଟିଏ ll

କେତେ ଯେ ପ୍ରଶଂସା, ସ୍ତୁତି, ସ୍ତବ ଭାଷା

କହି ଯାଉଥିବ ପାଟି,

ସୌଭାଗ୍ୟ ବଳରେ, ପରିଣୟ ବାରେ

ପ୍ରଣୟ ପୀରତି ଭେଟି ll

କେତେ ବୁଲାବୁଲି, ହସ ଖିଲିଖିଲି

ରୂପରଙ୍ଗ ଝିଲ୍ଲୀମିଲି,

ମନେ ଭାବି ବଡ଼, ଜିଣିଗଲା ଗଡ଼

ଫୁଟାଇ ଯୋଗ୍ୟତା କଳି ll

କଳ୍ପନା ବାସନା, କାମନାର ଦାନା

ସୀମା ସରହଦ ଡିଏଁ,

ପବନକୁ ଫାସ, ଦେବା ପାଇଁ ଆଶ

ଦୁଇ ମନ ଚାହୁଁ ଥାଏ ll

ଦିନ ରାତି କାଳ, ମନେ ଭରି ଭୋଳ

ସଂସାର ସୁଖରେ ରହି ,

ଶାଶୁ ଘର ସବୁ, ସରିସମ ପ୍ରଭୁ

ନାହିଁ ତାଙ୍କଭଳି କେହି ll

ଟେକ ଟାଣ କଥା, ଫଟାଇବ ମଥା

କାନ ମନ ବିନ୍ଧା ଟଣା,

ସବୁ ଭଲ ଭଲ, କରୁଛନ୍ତି ଗେଲ

କରୁନ୍ତି ଅତି ଆପଣା ll

ଘର ବାଡ଼ି ଦାଣ୍ଡ, ଗାଈ ଆଉ ଷଣ୍ଢ

କୁକୁର ବିଲେଇ ଭଲ,

ସଭିଙ୍କ ଆଦର, ତାହାରି ଉପର

ସବୁତ ଅମୂଲ ମୂଲ ll

କେତେ ଯେ ଭଲେଇ, ହେଉଥାନ୍ତି କହି

ବୁଲି ଘର ଘର ଦ୍ୱାର,

ଦେଖାଇ ଚୁହାଁଇ, ଟିପ୍ପଣୀକୁ କହି

ମତ ମନ୍ତବ୍ୟରେ ବୀର ll

ସମୟ ଗଡିବ, ପୁରୁଣାଟି ହେବ

ଥାଟ ବାଟ କମି ଯିବ,

ସନ୍ତାନ ସନ୍ତତି, କୋଳେ ଧରି ମତି

ଭବିଷ୍ୟତ ଭାବୁ ଥିବ, ll

ବଢ଼ିଲେ ଖରଚ, ସୁଖ ଭୋଗ ତୁଚ୍ଛ

କରି ପଛ ବେଶ ବାସ

ପାଇଗଲେ ରାତି, ରୋଜଗାର ସ୍ଥିତି

ଖୋଜିବାକୁ ମନ ବଶ, ll

ସ୍ତବ ସ୍ତୁତି ଭୁଲି, ନିନ୍ଦା ସାଥେ କଳି

ଶାଶୁ ଶ୍ୱଶୁରଙ୍କୁ ଗାଳି,

ନଣନ୍ଦ ଦିଅର, ଯାଆ ଦେଡୁଶୁର

କରନ୍ତି, ଜଂଜାଳ କଳି ll

ନାହିଁ ଫୁରସତ, ବିଶ୍ରାମ ସହିତ

କାମ ଧନ୍ଦା ରିତିମତ,

ଖଟି ଖଟି ମରେ, ଦିନ ରାତି ସରେ

ବାହୁନାଟି କେତେ କେତେ ll

ପତି ପରମେଶ୍ୱର, ସେତ କୁଳାଙ୍ଗାର

ଅଯୋଗ୍ୟ ପସରା ଟିଏ,

ସରାଗ ପ୍ରେମରେ ମାଆ ବାପ ଠାରେ

ମଉନ ବ୍ରତଟି ଥୁଏ ll

 

ଜୟ କୁମାର ମିଶ୍ର,

ଗ୍ରାମ-ବୁଦୁରା 

ଜିଲ୍ଲା-ଗଜପତି,

 76 total views,  1 views today

Leave a Reply

Your email address will not be published. Required fields are marked *