ଆକାଂକ୍ଷା
ପୁରୁଣା ବରଷ ବିଦାୟ ନେଇଛି
ଆସିଛି ନୂଆ ବରଷ
ନୂଆ ଆଶା ଆଉ ଆକାଂକ୍ଷା ନେଇଣ
ମନ ଭରିଣ ହରଷ।।
ବିଗତ ଦିନର ଦୁଃଖକୁ ପିଶୋରି
କର୍ମରେ ଆଗେଇ ଯିବା
କର୍ମ ତତ୍ପରତା ବଳରେ ଆମେରେ
ଆକାଂକ୍ଷା ପୂର୍ଣ୍ଣ କରିବା।।
ବାଧାବିଘ୍ନ ସବୁ ଅତିକ୍ରମ କରି
ଉତ୍ତମ ପଥ ବାଛିବା
ସଭିଙ୍କ ହୃଦୟେ ସଦ୍ଭାବନା ଭରି
ମୁଖେ ହସ ଫୁଟାଇବା।।
ଉଚ୍ଚ ଆଶା ଉଚ୍ଚ ଆକାଂକ୍ଷା ନିଜର
ଜୀବନର ବ୍ରତ ହେଉ
ଯେଉଁ କର୍ମ ପାଇଁ ସଭିଙ୍କ ହୃଦୟେ
ତୁମ ସ୍ଥାନ ରହିଥାଉ।।
ବନଲକ୍ଷ୍ମୀ ମହାନ୍ତି
ନଡିଆବରାଇ
କେନ୍ଦ୍ରାପଡ଼ା ।