ରାସ୍ତା
ଅନେକ ରାସ୍ତା ସାମ୍ନାରେ
ଆଖି ପାଉନାହିଁ
ଆକଳନ କରିବା କଷ୍ଟ
ଲମ୍ବିଛି କେଉଁଠୁ କେଜାଣି
ସୀମା, ପରିସୀମା କେତେ
ରାସ୍ତା ହିଁ ଜାଣେ l
ଅଥଚ
ସେ ରାସ୍ତାର ସାଧାରଣ
ନିରୋଳା ପଥିକଟିଏ
କେତେ ଆଶା ବିଶ୍ୱାସ ଭରସା
ପଡି ଉଠି ଚାଲୁଛି ପଥ
ରାସ୍ତା ଅନୁଭବ କରିଛି କଷ୍ଟ l
ତଥାପି
କହି ପାରେନି ସେ କଷ୍ଟ ଦୁଃଖ
ଯେହେତୁ ସ୍ଥିର
ଆରମ୍ଭରୁ ଶେଷ ପର୍ଯ୍ୟନ୍ତ l
ରାସ୍ତା ସିନା କହି ପାରୁନି
ଅନ୍ତରର କଥା
ସୂଚେଇ ଦେଉଥାଏ
ଅନେକ ରାସ୍ତା ପଡିଛି
ମାଡ଼ି ଚାଲ ଲକ୍ଷ୍ୟ ପଥରେ
ଜୀବନର ରାସ୍ତା
ଭବିଷ୍ୟତ ପାଇଁ ଫଳପ୍ରଦ l
*************************
ମନୋଜ କୁମାର ଦାସ
ଆଳିଜଙ୍ଗା, କପାଳେଶ୍ବର,
କେନ୍ଦ୍ରାପଡ଼ା
9937178755