ସାହସୀ ପୁଅ
ଓଡିଆ ମାଟିର ସାହସୀ ପୁଅ ମୁଁ
ମନରେ ନାହିଁ ଭୟ
ଆକାଶ ଯାଏଁ ଚଢ଼ିଯିବି ମୁଁ
ଏ ଖମ୍ବ କିଛି ନୂଆ ନୁହଁ।
ମାଟିରେ ପଡିଛି ମାଟିରୁ ଉଠିଛି
ଦେହରେ ମାଟିର ବାସ୍ନା
ଓଡ଼ିଆ ପୁଅ ମୁଁ ଓଡିଆ ରକ୍ତ ମୋ
ସାହସର ରଣ ନିଆଁ।
ମୋ କଳା ସଂସ୍କୃତି ମୋ ଚିହ୍ନାପଣ
ଜମାରୁ ଭୁଲିବି ନାହିଁ
ଆଜି ବି ରଖିଛି ନୃତ୍ୟେ ପରିଚୟ
ସବୁ ପିଢ଼ିରେ ଥିବ ଚେଇଁ।
ଜୀବନ ପ୍ରଦୀପ ପ୍ରଧାନ,ନୟାଗଡ଼