**ସ୍ୱାର୍ଥପର**
ମିଛ ମାୟା ଏହି ସଂସାର ଭିତରେ
କେହି ତ ନୁହନ୍ତି କାହାର,
ସୁଖ ବେଳେ ଏଠି ସଭିଏଁ ନିଜର
ଦୁଃଖ ବେଳେ ହେବେ ଦୂର।।
ଯେତେ ଦିନ ଯାଏଁ ଖୁସି ରେ ଥିବୁ ତୁ
ସଭିଏଁ ପାଖକୁ ଆସିବେ,
ପରିସ୍ଥିତି ଯେବେ ଖରାପ ପଡ଼ିବ
ମୁହଁ ମୋଡ଼ି ଚାଲି ଯିବେ।।
ସ୍ବାର୍ଥ ପର ଏହି ଦୁନିଆ ଭିଡ଼ରେ
ଦେଖନ୍ତି ନିଜର ସ୍ବାର୍ଥ,
ସ୍ବାର୍ଥ ସରି ଗଲେ ରକ୍ତ ସମ୍ପର୍କ ବି
ହୋଇ ଯାଏ ଏଠି ତୁଚ୍ଛ।।
ତୁଚ୍ଛ ଲାଗେ ଏଠି ଭାଇ ବନ୍ଧୁ ପ୍ରେମ
ସ୍ବାର୍ଥ ରକ୍ଷା କରୁ ଥାନ୍ତି,
ସ୍ବାର୍ଥ ନ ଥିବା ର ଜାଗାକୁ ସେମାନେ
ତିଳେ ମାତ୍ର ନ ଯାନ୍ତି।।
ସେଥି ପାଇଁ ଧନ ଦେଖି ଚାହିଁ ତୁ
ଦୁନିଆ ରେ ଚଳୁ ଥିବୁ,
ଏକା ଶିବ ନାମ ତୁଣ୍ଡେ ଗାଇ ଗାଇ
ସକଳ କର୍ମ ତୋ କରିବୁ।।
ନୂଆ ବନ୍ଧ,ଆଠଗଡ,କଟକ
Awesome