July 27, 2021
11 11 11 AM
*କୁହୁକ ତାନ – ଜାନକୀ ମହାନ୍ତ*
*ମଣିଷ ଜାତି – ସ୍ରୋତସ୍ବିନୀ ପରିଡା*
*UNSUSPECTING FACE – Dr.Prasana Kumar Dalai*
*HARMLESS ZIGZAG ROAD – Dr. Prasana kumar Dalai*
*Soul Recapituled – Amb Maid Čorbić*
*A PSALM OF THE SOUL – Milka Minkova*
A Psalm Of Life – Faisal Justin
*Psalm of the Soul – Sudipta Mishra*
*Psalm of our Soul – Lyn Ramos V Alfonso*
*Psalm of the Soul – Sugar Zedna*
*Psalm of the soul – Mahanaj parvin*
*ଆତ୍ମା ଯେବେ ଗାଏ ଗୀତ – ଭାରତୀ ପଣ୍ଡା*
*MOON WITH A TUNE–Dr.Prasana Kumar Dalai*
*ଆତ୍ମା ଯେବେ ଗାଏ ଗୀତ – ପ୍ରଶାନ୍ତମୟୀ ରଥ*
*ଆତ୍ମା ଯେବେ ଗାଏ ଗୀତ – ଚୁମ୍କି ଦାଶ*
*ଆତ୍ମା ଯେବେ ଗାଏ ଗୀତ – ଗୌରୀ ବେହେରା*
*ଆତ୍ମା ଯେବେ ଗାଏ ଗୀତ – ନିତ୍ୟାନନ୍ଦ ସିଂହ*
*ଆତ୍ମା ଯେବେ ଗାଏ ଗୀତ – ଅନୀତା ଦାଶ *
*ଆତ୍ମା ଯେବେ ଗାଏ ଗୀତ – ସନ୍ତୋଷ କୁମାର ଅଦାବର*
*”ଜହ୍ନରାତି”–ଝରଣା ନାୟକ*
Latest Post
*କୁହୁକ ତାନ – ଜାନକୀ ମହାନ୍ତ* *ମଣିଷ ଜାତି – ସ୍ରୋତସ୍ବିନୀ ପରିଡା* *UNSUSPECTING FACE – Dr.Prasana Kumar Dalai* *HARMLESS ZIGZAG ROAD – Dr. Prasana kumar Dalai* *Soul Recapituled – Amb Maid Čorbić* *A PSALM OF THE SOUL – Milka Minkova* A Psalm Of Life – Faisal Justin *Psalm of the Soul – Sudipta Mishra* *Psalm of our Soul – Lyn Ramos V Alfonso* *Psalm of the Soul – Sugar Zedna* *Psalm of the soul – Mahanaj parvin* *ଆତ୍ମା ଯେବେ ଗାଏ ଗୀତ – ଭାରତୀ ପଣ୍ଡା* *MOON WITH A TUNE–Dr.Prasana Kumar Dalai* *ଆତ୍ମା ଯେବେ ଗାଏ ଗୀତ – ପ୍ରଶାନ୍ତମୟୀ ରଥ* *ଆତ୍ମା ଯେବେ ଗାଏ ଗୀତ – ଚୁମ୍କି ଦାଶ* *ଆତ୍ମା ଯେବେ ଗାଏ ଗୀତ – ଗୌରୀ ବେହେରା* *ଆତ୍ମା ଯେବେ ଗାଏ ଗୀତ – ନିତ୍ୟାନନ୍ଦ ସିଂହ* *ଆତ୍ମା ଯେବେ ଗାଏ ଗୀତ – ଅନୀତା ଦାଶ * *ଆତ୍ମା ଯେବେ ଗାଏ ଗୀତ – ସନ୍ତୋଷ କୁମାର ଅଦାବର* *”ଜହ୍ନରାତି”–ଝରଣା ନାୟକ*

*ପ୍ରଭୁ ଙ୍କ କୃପାରୁ ପାଇଥିଲି ଗୋଟେ ପୁତ୍ର*—ମୋନାଲିସା ପ୍ରିୟଦର୍ଶିନୀ ନନ୍ଦ

*ପ୍ରଭୁ ଙ୍କ କୃପାରୁ ପାଇଥିଲି ଗୋଟେ ପୁତ୍ର***(ବ୍ୟଙ୍ଗ କବିତା)**
****************************

 

ପୁଅ ନାହିଁ ବୋଲି ସାଇ ପଡିଶାରେ
ସଭିଏଁ କଲେ ଛି ଛା
କି କହିବି ଆଉ ନିନ୍ଦା ଅପନିନ୍ଦା
ଛାଡ଼ିଲାନି ମୋର ପିଛା ||
ବଂଶ ରକ୍ଷା ପାଇଁ ପୁତ୍ରଟିଏ ଲୋଡ଼ା
ରହିଅଛି ଏହି ପ୍ରଥା
କନ୍ୟା କୁ ପାସୋରି ପୁତ୍ର ଟିଏ ପାଇଁ
ହୋଇଲା ମୋ ମୁଣ୍ଡ ବ୍ୟଥା ||
କନ୍ୟା ସନ୍ତାନଟି ଥାଇ ମଧ୍ୟ ମୋର
କହିଲେ ନାହିଁ ମୋ ନେତ୍ର
କେତେ ପୂଜା କରି ପ୍ରଭୁଙ୍କ କୃପାରୁ
ପାଇଗଲି ଗୋଟେ ପୁତ୍ର ||
ଯାହା ଆଣିଥାଏ କନ୍ୟାକୁ ନଦେଇ
ପ୍ରଥମେ ଦିଏ ପୁତ୍ରକୁ
ଶେଯରୁ ଉଠିଲେ ପୁତ୍ର ମୁଖ ଚାହେଁ
ଶୁଭ ମଣେ ସେହି ଦିନକୁ||
ଗମେଣ୍ଟ ସ୍କୁଲରେ ପଢ଼ାଏ କନ୍ୟାକୁ
ଟଙ୍କାକିଛି ଲୋଡାନାହିଁ
ପୁଅ ପଢେ ମୋର ଇଂରାଜୀ ସ୍କୁଲ ରେ
ଦରମାଯାଏ ଶେଷହୋଇ||
ଭଲମନ୍ଦ କିଛି ଦେଖେନାହିଁ ଝିଅ
ସୁଖ ଦୁଃଖ ସାହିଯାଏ
ପୁଅ ସବୁ କଥାରେ ଡିମାଣ୍ଡ କରେ
ଟେନସନ ଖାଲି ଦିଏ ||
ଦିନପରେ ଦିନ ବିତିଯେ ଗଲା
ଦୁହେଁଯେ ବିବାହ କଲେ
କନ୍ୟା ମୋହର ଶାଶୂଘର ଗଲା
ପୁତ୍ର ଟି ରହିଲା ଭଲେ ||
ବଧୂ ଆଣିଥିଲି କେଡେ ସରଧାରେ
ସେବାଟି ପାଇବି ବୋଲି
ଘରେ ନପଶୁଣୁ ମୁଣ୍ଡେ ଚାଳବାଜିଲା
ସାତ ପାଞ୍ଜିରୁ ମୁଁ ଗଲି ||
ଦିନ ଆଠଟାରେ ଶେଯରୁ ଉଠିବ
ବେଡ଼ “ଟି” ଲୋଡ଼ା ଭାଇ
ବ୍ରେକଫାଷ୍ଟ ସାରି ସେ ପୁଣି ଶୋଇବ
ହେଡଫୋନ କାନେଦେଇ ||
ସାଉଁଳେଇ କଥା କହୁଥିବୁ ଯେତେ
ଦେଖିବୁ ତା ଶାନ୍ତରୂପ
କାମ କରିବାକୁ କହିଦେବୁ ଯଦି
ଲୋଡ଼ାହେବ ଝୁଣାଧୂପ ||
ପୁଅକୁ ଯଦି କହିବୁ ତାର ଗୁଣ
ନଶୁଣିଲା ପରି ହେବ
ଆଶ୍ୱାସନା ଦେଇ କହିବ ଆମକୁ
ଆଜଷ୍ଟ କରିଦେବ ||
ସ୍ତ୍ରୀକୁ ଧରି ପୁଅ ସହରେ ରହିଲା
ନ ଚାହିଁଲା ଆମ ମୁହଁ
ଅଲଟ୍ରାସାଉଣ୍ଡ କରି ଲାଞ୍ଚ ଦେଇ
ପାଇଥିଲୁ ଗୋଟେ ପୁଅ ||
ଭୃଣ ହତ୍ୟାକରି ପୁତ୍ର ଜନ୍ମ ଦେଇ
ପାଉଛି ଆଜି ତାଫଳ
ଏଇ ବୁଢ଼ାବୁଢ଼ୀ ବୟସ ଟା ଆଜି
ତା ପାଇଁ ସାଜିଛି କାଳ||
ଝିଅଟି ମୋହର ସୁଖେ ଦୁଃଖେ ଆଜି
ପାଖରେ ହେଉଛି ଛିଡା
ରାତି ଦିନ ଆମ ସେବା କରୁଅଛି
ସହୁଛି ସେ କେତେ ପୀଡା ||
ଏତିକି ମିନତୀ କରୁଛି ସଭିଙ୍କୁ
ଭ୍ରୁଣ ହତ୍ୟା କରନାହିଁ
ପୁଅଠାରୁ ଝିଅ ଅଧିକ ଯେ ଅଟେ
ଏହି କଥା ଭୂଲ ନାହିଁ||

*ମୋନାଲିସା ପ୍ରିୟଦର୍ଶିନୀ ନନ୍ଦ(ଶିକ୍ଷୟିତ୍ରୀ)**
*ବେଦପୁର, ବାଙ୍କୀ, କଟକ**

 2,310 total views,  1 views today

29 thoughts on “*ପ୍ରଭୁ ଙ୍କ କୃପାରୁ ପାଇଥିଲି ଗୋଟେ ପୁତ୍ର*—ମୋନାଲିସା ପ୍ରିୟଦର୍ଶିନୀ ନନ୍ଦ

  1. Hello There. I found your blog using google. This is an extremely well written article.
    I’ll make sure to bookmark it and return to read more off your useful information. Thanks for the post.
    I’ll certainly return.

  2. I’m very happy to discover this page. I need to to
    thank you for ones timme just for this fantastic read!

    I definitely relly liked every little bit of it and I have you bookmarked to check out new thins in your blog.

  3. I need to to thank you for this fantastic read!! I definitely enjoyed every bitt
    of it.I have got you book-marked to look at new things you post…

  4. Howdy! I could have sworn I’ve beesn to this blog before but after browsing through some of thee post I realixed it’s
    new tto me. Nonetheless, I’m definitely delighted I found it and I’ll be bookmarking
    and checking back frequently!

  5. Hello all, here every person is shring such know-how, so it’s pleasant tto read tuis website,
    and I uused to go to see this website daily.

Leave a Reply

Your email address will not be published. Required fields are marked *