ମୋ ଛାତି କୁ ଥରେଇ ଦିଏ
କଥାଟିଏ ଆଜି ମନେ ପଡିଯାଏ
ଛାତିକୁ ଥରେଇ ଦିଏ
ଗାଁର ମାଟିରୁ ଜନ୍ମ ହୋଇଯିଏ
ମା’ର ଛାତିରୁ କ୍ଷୀର ଖାଇଯିଏ
ପ୍ରତିକ୍ଷଣେ ଧୋକ୍କା ଦିଏ
ମୋ ଛାତିକୁ ଥରେଇ ଦିଏ ।।
ଗାଁ ଚାଟଶାଳୀ କାନକୁ ଅସନା
ମା ଚିରାଶାଢ଼ୀ ଆଖିକୁ ଦିଶେନା
ବାପା ଗାମୁଛାର ଝାଳୁଆ ବାସନା
ଗାଁ ସାଙ୍ଗସାଥୀ ମନକୁ ଆସେନା
ସେ ପ୍ରତିକ୍ଷଣେ ଧୋକ୍କା ଦିଏ
ମୋ ଛାତିକୁ ଥରେଇ ଦିଏ ।।
ସହର ସଭ୍ୟତା ଚୌକି ବାସନା
ସିନ୍ଦୁର ବିହୀନ ସୁନ୍ଦରୀ ଲଳନା
ତାରକା ହୋଟେଲେ ମଦକୁ ଚାକଣା
ରୁଗ୍ଣ ବାପର ଚେହେରା ଦିଶେନା
ସେ ପ୍ରତିକ୍ଷଣେ ଧୋକ୍କା ଦିଏ
ମୋ ଛାତିକୁ ଥରେଇ ଦିଏ ।।
ରାସ୍ତା ମିଳିଗଲେ ପାଉଣା ଭୁଲେନା
ରକ୍ଷକ ଭକ୍ଷକ ଫରକ ବୁଝେନା
ଗୁଣ୍ଡା ମନ୍ତ୍ରୀଙ୍କର ହାତ ବି ଛାଡେନା
ଦେଶଦ୍ରୋହୀ ବୋଲି କେବେବି ଭାବେନା
ସେ ପ୍ରତିକ୍ଷଣେ ଧୋକ୍କା ଦିଏ
ମୋ ଛାତିକୁ ଥରେଇ ଦିଏ ।।
ମନ କହୁଛି ତା ପାଖକୁ ଯାଆନା
ଗାଁ ମାଟି କଥା ମନରେ ପକାନା
ଦୁର୍ନୀତିରେ ବୁଡି ବୁଝିବନି ଜମା
(ତାକୁ)ଫେରେଇବ କିଏ ବୁଝିବି ପାରେନା
ଯିଏ ପ୍ରତିକ୍ଷଣେ ଧୋକ୍କା ଦିଏ
ମୋ ଛାତିକୁ ଥରେଇ ଦିଏ ।।
ପ୍ରଶାନ୍ତ କୁମାର ସେଠୀ
ବାଙ୍ଗାଲୋର
Hi there it’s me, I am also visiting this website on a regular basis, this site is actually fastidious and
the viewers are really sharing nice thoughts.
It’s made of cotton, it’s fast logistics, it’s worth buying