April 02, 2023
11 11 11 AM
ରାମ ନାମେ କି ରସ ଅଛି! — ସୀମାଞ୍ଚଳ ପଣ୍ଡା
ମନରେ ଆସୁ ମୋ ଶୁଦ୍ଧ ଭାବନା — ସୀମାଞ୍ଚଳ ପଣ୍ଡା
ସମୟ ମାଗୁଛି ସମ୍ମାନ ଟିକେ — ସୀମାଞ୍ଚଳ ପଣ୍ଡା
ଏ ସନ ଫଗୁଣ ନ ହେଉ କାଳ — ସୀମାଞ୍ଚଳ ପଣ୍ଡା                       
ପାନ ବଟୁଆ — ସୀମାଞ୍ଚଳ ପଣ୍ଡା               
ଅପେକ୍ଷାର ଫଳ ମିଠା — ସୀମାଞ୍ଚଳ ପଣ୍ଡା
ପଖାଳ — ସୀମାଞ୍ଚଳ ପଣ୍ଡା
ପ୍ରମାଦ — ସୀମାଞ୍ଚଳ ପଣ୍ଡା
ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ
ନିଵେଦନ – ଅଶୋକ କୁମାର ପତି
ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ
ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ
ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା
ମୋ ଜୀବନ – ହେମନ୍ତ କୁମାର ସାହୁ ‌
ଶୀତ – ଶ୍ରୀମତୀ କୃଷ୍ଣା ଦାସ
ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ
ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ
ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ
ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ
କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ
Latest Post
ରାମ ନାମେ କି ରସ ଅଛି! — ସୀମାଞ୍ଚଳ ପଣ୍ଡା ମନରେ ଆସୁ ମୋ ଶୁଦ୍ଧ ଭାବନା — ସୀମାଞ୍ଚଳ ପଣ୍ଡା ସମୟ ମାଗୁଛି ସମ୍ମାନ ଟିକେ — ସୀମାଞ୍ଚଳ ପଣ୍ଡା ଏ ସନ ଫଗୁଣ ନ ହେଉ କାଳ — ସୀମାଞ୍ଚଳ ପଣ୍ଡା                        ପାନ ବଟୁଆ — ସୀମାଞ୍ଚଳ ପଣ୍ଡା                ଅପେକ୍ଷାର ଫଳ ମିଠା — ସୀମାଞ୍ଚଳ ପଣ୍ଡା ପଖାଳ — ସୀମାଞ୍ଚଳ ପଣ୍ଡା ପ୍ରମାଦ — ସୀମାଞ୍ଚଳ ପଣ୍ଡା ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ ନିଵେଦନ – ଅଶୋକ କୁମାର ପତି ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା ମୋ ଜୀବନ – ହେମନ୍ତ କୁମାର ସାହୁ ‌ ଶୀତ – ଶ୍ରୀମତୀ କୃଷ୍ଣା ଦାସ ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ

ପରମ ପୁରୁଷ — ଦୁଷ୍ମନ୍ତ ସାହୁ

ପରମ ପୁରୁଷ

ମହତ ଉଦ୍ଦେଶ୍ୟ ରଖି ବ୍ରହ୍ମଦେବ
ସୃଷ୍ଟି ସର୍ଜ୍ଜନା ରଚିଲେ,
ଜୀବଜଗତରେ ଶ୍ରେଷ୍ଠ ଜୀବ ବୋଲି
ମନୁଷ୍ୟକୁ ଆଖ୍ୟା ଦେଲେ ”

କୋଟି ଜନମର ତପସ୍ୟା ଫଳରେ
ଦୁଲ୍ଲଭ ଶରୀର ପାଇ,
ନିଜ ସମସ୍ୟାର ନିଜେ ସମାଧାନ
କରିବାର ବର ପାଇ ”

ପରମ ପୁରୁଷ ପ୍ରାପତି ନିମନ୍ତେ
ଭଗବତ ସେବା କର,
ସାଧୁ ସଙ୍ଗ ଧର୍ମ ସାଧୁ ସେବା କର୍ମ
କରୁଥିବ ଉପଚାର ”

ମିଥ୍ୟା କର୍ମ ଠାରୁ ଦୁରେଇ ରହିବ
ସତ୍ୟକୁ ଆଶ୍ରୟ କରି,
ମିଥ୍ୟା ବଚନକୁ ପରିତ୍ୟାଗ କରି
ସୁକର୍ମ କର ବିଚାରି ”

ଶରୀର ମଧ୍ୟରେ ବ୍ରହ୍ମ ବିଦ୍ୟମାନ
ଶରୀର ଯେ ବ୍ରହ୍ମମୟ,
ସକଳ ଜୀବକୁ ବ୍ରହ୍ମ ବିଚାରିଣ
ହୁଅ ସଦା କର୍ମମୟ ”

ଦେଶ ପାତ୍ର କାଳ ଦେଖି ଦାନ କର
ଧର୍ମ ରହିବ ନିଶ୍ଚୟ,
ଅସତ ପାତ୍ରରେ ଦାନ ଯେ କରିଲେ
ତାହା ନୁହେଁ କାର୍ଯ୍ୟମୟ ”

ସଦା ଯେ ସର୍ବଦା ପରତ୍ମାଙ୍କ ନାମ
ଜପୁଥାଅ ହୃଦୟରେ,
ପରମ ପୁରୁଷ ସାନିଧ୍ଵ ପାଇଣ
କର ଯେ ନିତ୍ୟ ସେବାରେ ”

ସଂସାର ମଧ୍ୟରେ ଘର କରିଥିଲେ
ପଥର ପଡିଲେ ସହି,
ସୁଖ ଓ ଦୁଃଖକୁ ସମାନ ଭାବିଣ
ଖୁସିରେ ଖୁସିରେ ରହି ”

ରାଗ, ହିଂସା, ଦ୍ୱେଷ ଜଳାଞ୍ଜଳି ଦେଇ
ସନ୍ତୁଷ୍ଟ ଭାବ ପୋଷଣ,
ମନ ପ୍ରଫୁଲ୍ଲିତ ରଖିଣ ସର୍ବଦା
କର କାର୍ଯ୍ୟକ୍ରମ ପୁଣ ”

ମନ ଓ ବୁଦ୍ଧିକୁ ସତ ମାର୍ଗ ଦେଖି
ଏକତ୍ର ମିଶାଇ ଦିଅ,
ଦେଖିବ ନିଶ୍ଚୟ ପୁଣ୍ୟମୟ ହେବ
ଈଶ୍ୱରାଭିମୁଖି ହୁଅ ”

ସକଳ ଜୀବକୁ ବ୍ରହ୍ମ ବୋଲି ଭାବି
ଦୟା, ସ୍ନେହ କରୁଥିବ,
ଯେତେ ଛୋଟ ଜୀବ ହୋଇଲେ ଯେ ମଧ୍ୟ
ଘଟେ ନିଶ୍ଚେ ବ୍ରହ୍ମ ଥିବ ”

ଅନ୍ୟାୟ, ଅନିତୀ ପାପ ବୋଲି ଜାଣି
ସଦାବେଳ ତ୍ୟାଗ କର,
ସତ ପଥର ଯେ ପଥିକ ସାଜିଣ
ମନୁ ଭ୍ରମ ଦୂର କର ”

ଜୀବନକୁ ଉଚ୍ଚ ସାଧନ ମାର୍ଗରେ
ଜୀବନର ବ୍ରତ ହେଉ,
ମନରୁ ତୁମର ଗର୍ବ ଅହଂକାର
ସଦା ଯେ ଦୁରେଇ ରହୁ ”

କର୍ମ ଅଟେ ଗୁରୁ କର୍ମ ଭଗବାନ
କର୍ମମୟ ଯେ ସଂସାର,
କର୍ତ୍ତବ୍ୟ କର୍ମକୁ ନିଷ୍ଠାର ସହିତ
ପାଳନ କର ସତ୍ୱର ”

ସାଧୁ ଵୈଷ୍ଟବଙ୍କୁ ଅତିଥି ଭାବିଣ
ଅନ୍ତରେ କର ସମ୍ମାନ,
ଗୁରୁ, ଗୁରୁଜନ ଦେବତା ସଦୃଶ
କର ଦିବ୍ୟ ଆଚରଣ ”

ପ୍ରତିଦିନ ନିଶ୍ଚେ ଶାସ୍ତ୍ରର ବାଣୀକୁ
ହୃଦେ ଅଧ୍ୟୟନ କର,
ଅମୁଲ୍ୟ ବାଣୀକୁ ଯୁକ୍ତାତ୍ମକ ଚିନ୍ତା
ଭକ୍ତିର ମଧ୍ୟରେ କର ”

ଜୀବନ ଚକ୍ରରେ ବଡ଼ ପରିଚୟ
ହୋଇଥାଏ ଯେ ଚରିତ୍ର,
ଯେତେ ଗୁଣି ଜ୍ଞାନୀ ହୋଇଥାଅ ତୁମେ
ଲାଗଇ ବଡ଼ ବିଚିତ୍ର ”

କପଟୀ, ଲମ୍ପଟି ବିଟପି ଯେ ନାରୀ
ସଦା ପରିତ୍ୟାଗ କର,
ସେହି ନାରୀମାନଙ୍କ ମୁଖ ଯେ ଦର୍ଶନ
ଜୀବନରେ ଯେ ନକର ”

ଖଚୂଆ, ମିଛୁଆ ଚୋର ଯେ ନାସ୍ତିକ
ସଂଗେ ଭାବ ନକରିବ,
ସଂକ୍ରାମକ ରୋଗୀ ପର ଯେ ନିନ୍ଦୁକ
ସଂଗେ ବାସ ନକରିବ ”

ବିଷଧର ସର୍ପ ନିଶାଖିଆ ଲୋକ
ତାଙ୍କୁ ବିଶ୍ୱାସ ନକରଇ,
କୋମଳ ବଚନ ପଛରେ ହାତୁଡି
ସେମାନଙ୍କୁ ତଡି ଦେଇ ”

ଦୁଷ୍ମନ୍ତ ସାହୁ, ବାରଗୌଣିଆଁ, ବନ୍ତଳା, ଅନଗୁଳ, ମୋବାଇଲ –7735826500

 1,306 total views,  2 views today

14 thoughts on “ପରମ ପୁରୁଷ — ଦୁଷ୍ମନ୍ତ ସାହୁ

  1. What’s Going down i am new to this, I stumbledupon this I have discovered It absolutely helpful and it has aided me out loads.I hope to contribute & assist other users like its helpedme. Great job.

  2. The clothes are very good, the workmanship is fine, and the style highlights the figure. But the color and the picture are slightly different, so I’m used to receiving 5 points of praise

Leave a Reply

Your email address will not be published. Required fields are marked *