ରାଜପଥ
ବିସ୍ତୀର୍ଣ୍ଣ ଗଗନର ସୀମାହୀନ ଦିଗନ୍ତ
ସ୍ଵୟଂ ସମର୍ପିତ ମନୋଭାବ ପର୍ଯ୍ୟାପ୍ତ,
ନିର୍ବିକାର ନିରାକାର ମୂର୍ତ୍ତିମନ୍ତ ପ୍ରତୀକ
ଯନ୍ତ୍ରଣା କ୍ଳିଷ୍ଟ ଭରା ଜୀବନେ ଅନେକ।
ଅନାଦି ଆଦିମ କାଳରୁ ଜନ୍ମିତ
ନିଶବ୍ଦ ନିଶ୍ଚଳ ଭାବେ ପ୍ରକଟିତ,
କୃଷ୍ଣରଙ୍ଗ ମୟ ବିଶାଳ ହୃଦୟ
ମନୁଷ୍ୟକୁ କୋଳାଇବାକୁ ସେ ଅଥୟ।
କେଉଁଠି ସରଳ କେଉଁଠି ବକ୍ର
ଜୀବନର ଅଙ୍କା ବଙ୍କା ପଥ,
କେଉଁଠି ପ୍ରଶସ୍ତ କେଉଁଠି ସଙ୍କୁଚିତ
ସେ ଯେ ବିଖ୍ୟାତ ରାଜପଥ।
କେବେ ନିର୍ଜନତା କୁ କରେ ସାଥୀ
କେବେ ଭିଡ଼ ଭିତରେ ଖୋଜେ ଗତି,
କେବେ ଫାଟିପଡେ ଖୁସିର ଜୁଆର
ପୁଣି କେବେ ଆସେ ଅଶ୍ରୁର ସହର।
ପ୍ରତ୍ୟକ୍ଷଦର୍ଶୀ ସେ ଜୀବନ କାହାଣୀର
କେତେ ଘଟଣାର ପୁଣି କେତେ ଦୁର୍ଘଟଣାର,
କେବେ ସେ ରକ୍ତାକ୍ତ କେବେ ସେ କ୍ଷତାକ୍ତ
ହେ ମନୁଷ୍ୟ କେବେ ବୁଝିବ ପଥର ମହତ୍ତ୍ଵ।
ନାମ – ରଶ୍ମୀବାଳା ଶତପଥୀ
ସ୍ଥାନ – ଯାଜପୁର ଟାଉନ୍,ଯାଜପୁର
295 total views, 1 views today
Hey There, ce fai maci ?