**ରାଜପଥ**
ଶୋଇ ରହିଛି ମୁଁ ଚଉବାହା ମେଲି
ସାଜି ଏକ ମୃତ ପ୍ରାଣ,
ମୋ ଦେହ ରେ ଚଢ଼ି ଯାଆନ୍ତି ସଭିଏଁ
ଏ ସ୍ଥାନରୁ ସେଇ ସ୍ଥାନ।।
କେତେ ଗାଡ଼ି ଘୋଡ଼ା ଯାନବାହାନ କୁ
ଦେଖିଛି ଏ ମୋ ଆଖିରେ,
କେତେ ପୁଣି ମୃତ ଶରୀର ର ରକ୍ତ
ବାଜି ଅଛି ମୋ ଦେହ ରେ।
ପଦଚାରୀ ଠାରୁ ଆରମ୍ଭ କରିଣ
ଧରି ଲୋକେ ଗାଡ଼ି ଘୋଡ଼ା,
ସଭିଏଁ ଚାଲନ୍ତି ମୋହରି ଛାତି ରେ
କେବେ ଏକା କେବେ ଯୋଡ଼ା।।
ସହିଛି ପୁଣି ମୁଁ ନିଦାଘ ଗ୍ରୀଷ୍ମର
ପ୍ରଚଣ୍ଡ ରୌଦ୍ରତାପ କୁ,
କେବେ ପୁଣି ସହେ ପଥଯାତ୍ରୀ ଆଉ
ଶୀତ ବର୍ଷା କାକର କୁ।।
ନାହିଁ ମୋ ବୟସ ନାହିଁ ହାରି ବାର
ଏକଥା ଟି ଅଟେ ସତ,
ସଭିଙ୍କୁ ଆଦରେ କୋଳେଇ ନେଇଛି
ମୁଁ ଯେ ଅଟେ ରାଜପଥ।।
**ପ୍ରେମଲତା ସାହୁ(ଖୁକୁନି)**
**ନୂଆବନ୍ଧ,ଆଠଗଡ,କଟକ**
257 total views, 1 views today
Hey There, ce fai maci ?