ମୁଁ ରାଜପଥ
**********
ଅନନ୍ତ ଅମ୍ବର ଓଢ଼ଣି ତଳେ
ଦିଗନ୍ତ ବିସ୍ତାରି ଏ ମହୀକୋଳେ
ସୁଗମ୍ୟେ ସହାୟକ ଅବିରତ
ମୁଁ ରାଜପଥ, ମୁଁ ରାଜପଥ
କେଉଁଠି ସିଧା ମୁଁ କେବେ ସର୍ପିଳ
କେବେ ଘାଟୀପଥ କେବେ ନଦୀପୋଲ
ସରଳ କରିଥାଏ ଯାତାୟାତ
ମୁଁ ରାଜପଥ, ମୁଁ ରାଜପଥ
ନିର୍ଜନ କେବେ ମୁଁ, କେବେ ଯେ ଗହଳ
ଟାଙ୍ଗରା କେଉଁଠି, କେଉଁଠି ଶ୍ୟାମଳ
କେବେ କଳା, ସଂସ୍କୃତି ରେ ମୁଁ ଶୋଭିତ
ମୁଁ ରାଜପଥ, ମୁଁ ରାଜପଥ
ପ୍ରତ୍ୟକ୍ଷଦର୍ଶୀ ମୁଁ କେତେ ଘଟଣାର
କେବେ ଦଙ୍ଗା, କେବେ ଖୁସି ପରବର
କେବେ ଧର୍ମଘଟ, କେବେ ଦୁର୍ଘଟଣାଗ୍ରସ୍ତ
ମୁଁ ରାଜପଥ, ମୁଁ ରାଜପଥ
ମୋ ମନରେ ନାହିଁ ପାତର ଅନ୍ତର
ହେଉ ଧନୀ ଅବା ଦରିଦ୍ର ଅପାର
ନିର୍ବିକାର ,ଲିଙ୍ଗ ଅବା ଧର୍ମଗତ
ମୁଁ ରାଜପଥ, ମୁଁ ରାଜପଥ
Dharitri Debta
Rampur, Subarnapur
406 total views, 1 views today
Hey There, ce fai maci ?