*ଶିଶୁ*
*******
ଶିକ୍ଷୟିତ୍ରୀ ନୀହାରିକା ପଣ୍ଡା
***************
କ୍ଷୁଦ୍ର ବୀଜଟିଏ ବର୍ଦ୍ଧିତ ହୋଇଲେ
ମହାଦ୍ରୁମ ରୂପ ନିଏ
ଜଳ ,ବାୟୁ ସହ ସୂର୍ଯ୍ୟାଲୋକ ପାଇ
କ୍ରମେ ଅଙ୍କୁରିତ ହୁଏ।
ମାଟି ମାଆ ସ୍ପର୍ଶ ଢାଳଇ ପୀୟୂଷ
ଚାରାରୁ ଦିନେ ସେ ବୃକ୍ଷ
କୁନି ହାତ, କୁନି ଆଖି, କୁନି ମୁଣ୍ଡ
ଅସୀମ ସପନ କକ୍ଷ।
କୁନି କୁନି ସବୁ କଳିକାମାନେ ହିଁ
ଶକ୍ତି ସାମର୍ଥ୍ୟର ଖଣି
ଅନ୍ତରରେ ସ୍ଥିତି ଅନନ୍ତ ପ୍ରତିଭା
ସମ୍ଭାବନା ସୂର୍ଯ୍ୟ ଠାଣି।
ଶୈଶବ ଯୌବନ ଜରା ଭାବନାର
ସାରସ୍ୱତ ସୌଭାଗ୍ଯର
ଶାସନ ଶୃଙ୍ଖଳା ସୃଜନଶୀଳତା
ପ୍ରତିଭାତ ଜୀବନର ।
ଶିଶୁଙ୍କ ସ୍ୱପ୍ନରେ ଧରା ଗାଲିଚାରେ
ତାରା ଚିକିମିକି ହେବେ
ମହାକାଶ ଯିବେ ମହାସାଗରର
ଶାମୁକାରୁ ମୋତି ଦେବେ।
ସୃଷ୍ଟି ସୌନ୍ଦର୍ଯ୍ୟର ସ୍ରଷ୍ଟା ବି ସାଜିବେ
ପରିବର୍ତ୍ତନର ତାଳେ
ଘୁଞ୍ଚିଯିବ ସବୁ ଶୋଷଣ କଷଣ
ତରୁଣ ସାମର୍ଥ୍ୟ କୋଳେ।
ସେବା ଶାନ୍ତି ସହ ସମୃଦ୍ଧି ସମ୍ଭାର
ପରିବର୍ତ୍ତନର ସ୍ୱର
ମଣିଷଟିଏରୁ ମହାମାନବ ହିଁ
ସଂକଳ୍ପ ସାଧନା ଯା’ର।
ଲୋତକ ଲୁଟେରା ସାଜିପାରେ ଯିଏ
ଲୁହ ଲହୁ ଢାଳିଦେଇ
ସ୍ଥିର ସରୋବର ଜଳ ପ୍ରତିଛବି
ତେଜୋଦ୍ଦୀପ୍ତ ଶିଖା ସେହି।
ସମାଜ, ରାଷ୍ଟ୍ର ଓ ବିଶ୍ୱଦରବାରେ
ଧରି କ୍ଷମତାର ଡୋରି
ପ୍ରଲମ୍ବିତ ସ୍ୱପ୍ନ ଯୋଜନ ଯୋଜନ
*************