Lets talk with a young poetic Soul MS Madhusmita Satapathiy, hails from Silver city Cuttack, district of Odisha for SLF Literary Youth Icon Award contest-. 2023
*ସୂର୍ଯ୍ୟୋଦୟ ନବ ପ୍ରତିଭା ନବ ସ୍ବାକ୍ଷର-୨୦୨୩*
ପର୍ଯ୍ୟାୟ- ପ୍ରଥମ
ପର୍ଯ୍ୟାୟର ନାମ- ଲିଖିତ ସାକ୍ଷାତକାର
ନାମ – ମଧୁସ୍ମିତା ଶତପଥୀ
ପିତାଙ୍କ ନାମ- ଶରତଚନ୍ଦ୍ର ଶତପଥୀ
ମାତାଙ୍କ ନାମ- ଗୀତାଞ୍ଜଳୀ ଶତପଥୀ
ଜନ୍ମ ତାରିଖ– ୧୮.୦୬.୨୦୦୦
ଘର ଠିକଣା- ନୂଆଗଡ଼, ତେଲେଙ୍ଗାପେଣ୍ଠ
ଜିଲ୍ଲା– କଟକ
ଶିକ୍ଷାଗତ ଯୋଗ୍ୟତା- ସ୍ନାତକୋତ୍ତର ଦ୍ବିତୀୟ ବର୍ଷ
ଇ-ମେଇଲ୍ ଠିକଣା – [email protected]
ମୁଖପୁସ୍ତିକା /Facebook ଠିକଣା::
https://www.facebook.com/madhusmita.satapathy.714
ସ୍ନେହର ମଧୁସ୍ମିତା!
ସୂର୍ଯ୍ୟୋଦୟ ଲିଟେରାରୀ ଫାଉଣ୍ଡେସନ ପକ୍ଷରୁ ସସ୍ନେହ ଅଭିନନ୍ଦନ ଜାଣିବ।
1-ଆପଣଙ୍କ ଜୀବନରେ ସାହିତ୍ୟ ସୃଷ୍ଟିର ଅୟମାରମ୍ଭ କେବେ ଆଉ କିପରି ହେଲା ? କେଉଁ ବୟସରେ ଆପଣ “ସାହିତ୍ୟ” ଭାବରେ ବାନ୍ଧି ହୋଇଗଲେ ଆଉ ଗୋଟେ ରଚନାତ୍ମକ ସାରସ୍ବତୀୟ ଜୀବନ ବଞ୍ଚିଲେ ?
✍️ପିଲାବେଳେ ‘ସାହିତ୍ୟ’ ମୋର ପ୍ରିୟ ବିଷୟ ଥିଲା। ସାହିତ୍ୟ ବହିର ପ୍ରତିଟି କବିତାକୁ ମୁଁ ଆମୂଳଚୂଳ ମନେ ରଖୁଥିଲି। ଠିକ ମନେଅଛି, ହାଇସ୍କୁଲରେ ପଢ଼ିବା ସମୟରେ ସ୍କୁଲରୁ ଫେରି ମୁଁ କିଛି ସମୟ ଛାତ ଉପରେ ବିତାଏ। ଅସ୍ତଗାମୀ ସୂର୍ଯ୍ୟ, ଘର ବାହୁଡ଼ା ପକ୍ଷୀ, ଦୋଳାୟିତ ଗଛପତ୍ର ଆଉ ନୀଳ ଆକାଶକୁ ଦେଖି ମେଞ୍ଚାଏ କ’ଣ ଗପିଯାଏ । ବୋଧହୁଏ ସେସବୁ କବିତା ଥିଲା! ମାତ୍ର ଅବସୋସ ସେସବୁ କେବେ କୋଉଠି ଲେଖିନି। ବିଧିବଦ୍ଧ ସାହିତ୍ୟ ଜୀବନ+୩ ପଢ଼ିବା ସମୟରୁ ଆରମ୍ଭ ହୋଇଛି। ଏଯାବତ୍ ଗତିଶୀଳ ମଧ୍ଯ।
2-ଆପଣ କିପରି ଭାବେ ସାରସ୍ୱତ ସାଧନା ସହ ପାଠପଢ଼ା ତଥା ସାମାଜିକ ଜୀବନର ସର୍ବସମତା ରକ୍ଷା କରନ୍ତି ?
✍️ସାମାଜିକ ଜୀବନ ହିଁ ସାରସ୍ୱତ ସାଧନାର ମୂଳପୁଞ୍ଜି। ଦୈନନ୍ଦିନ ଜୀବନରେ ଘଟୁଥିବା ସୁଖ, ଦୁଃଖ, ସତ, ମିଛ, ଆଶା,ଅବସୋସ କୁ ନେଇ ମୋ କବିତା ଗଢ଼ି ଉଠେ। ପାଠପଢ଼ା ସମୟରେ ମଧ୍ଯ ମୁଁ ଅନେକ ଥର କବିତା ମନସ୍କ ହୋଇଛି। ଏଯାବତ୍ ପାଠପଢ଼ା, ସାରସ୍ୱତ ସାଧନା ଏବଂ ସାମାଜିକ ଜୀବନ ସବୁକିଛି ଶୃଙ୍ଖଳିତ।
3-ସାହିତ୍ୟ ସାଧନାରେ ବ୍ରତୀ ହେବା ଦିଗରେ ଆପଣଙ୍କ ପରିବାରର ଭୂମିକା ବା ପ୍ରଭାବ କିଛି ରହିଛି କି ? ଯଦି ଅଛି ତାହା କିପରି ?
✍️ସାରସ୍ୱତ ସାଧନା କ୍ଷେତ୍ରରେ ପରିବାରର ଭୂମିକା ନିହାତି ଭାବରେ ଗୁରୁତ୍ବପୂର୍ଣ୍ଣ ମୋ ପାଇଁ। ମୋ ମା’ ,ବଡ଼ ନାନୀ ଉଭୟ ମୋ ଲେଖା ସବୁ ପଢ଼ନ୍ତି। ଭଲ, ଭୁଲ ସଂଶୋଧନ କରନ୍ତି। କିଛି ଦିନ ଧରି ଯଦି ମୁଁ କିଛି ନଲେଖି ଥାଏ ଲେଖିବା ପାଇଁ ମନରେ ଆଗ୍ରହ ସୃଷ୍ଟି କରନ୍ତି। ଅନ୍ୟ ସଂପର୍କୀୟମାନେ ମଧ୍ଯ ଲେଖାଲେଖି ଜାରି ରଖିବାକୁ ଅନେକ ଉତ୍ସାହ ପ୍ରଦାନ କରିଛନ୍ତି, କରୁଛନ୍ତି ମଧ୍ଯ।
4-କେଉଁ ମହାନ ସାହିତ୍ୟିକଙ୍କ ସାହିତ୍ୟ ତଥା ତାଙ୍କର କାବ୍ୟିକ ଶୈଳୀ ତଥା ଦର୍ଶନ ଆପଣଙ୍କୁ ଆଜି ଯାଏଁ ପ୍ରୋତ୍ସାହିତ କରୁଛି ତଥା ଆପଣଙ୍କ ଆଦର୍ଶ ଲେଖକ କିଏ ଅଟନ୍ତି ? ତାଙ୍କ ବିଷୟରେ ସମ୍ୟକ ଆଲୋଚନା ରଖିବାକୁ ଅନୁରୋଧ।
✍️ମୁଁ ଭାଷା ସାହିତ୍ୟର ଛାତ୍ରୀ। ସାହିତ୍ୟର ଛାତ୍ରୀ ହିସାବରେ ପ୍ରତ୍ଯେକ ସାହିତ୍ଯିକ ସ୍ରଷ୍ଟା ଜଣେ ଜଣେ ଆଦର୍ଶ ମୋ ପାଇଁ। ତଥାପି ‘ଫକୀରମୋହନ ସେନାପତିଙ୍କ ମାତୃଭାଷା ପ୍ରୀତି’ , ‘ଗୋପବନ୍ଧୁ ଦାସଙ୍କ ସ୍ବଦେଶ ଓ ସ୍ବ ଜାତି ପ୍ରୀତି’ ମୂଳକ ଲେଖା ମତେ ଖୁବ୍ ପ୍ରଭାବିତ କରେ। ସାମ୍ପ୍ରତିକ କଥା କହିଲେ ‘ପ୍ରତିଭା ରାୟ’ଙ୍କ ଲେଖା ମତେ ଖୁବ୍ ଭଲ ଲାଗେ।
5-ଆପଣ ନିଜକୁ ଅଧିକ ଭାବରେ କେଉଁଠି ବ୍ୟକ୍ତ କରିଛନ୍ତି ? କବିତା, ନାଟକ,ପ୍ରବନ୍ଧ, ଉପନ୍ୟାସ ନା ଗଳ୍ପରେ ?
✍️ଅଳ୍ପ କିଛି ଦିନ ହେବ ମୁଁ ସାହିତ୍ଯିକ ଜୀବନ ବଞ୍ଚୁଛି। କବିତାରେ ହିଁ ଆତ୍ମତୃପ୍ତି ଭୋଗିଛି। ‘ସମୟ’ ଗଳ୍ପ, ଉପନ୍ୟାସ ଲେଖିବା ପାଇଁ ନିଶ୍ଚିତ ସୁଯୋଗ ଦେବ ବୋଲି ବିଶ୍ବାସ।
6-ଗଳ୍ପ/କବିତା ଗୁଡ଼ିକ ଲେଖିବାବେଳେ ସାଧାରଣତଃ ଆମକୁ କେଉଁ ପ୍ରକାର ଉପାୟ ଅବଲମ୍ବନ କରିବା ପାଇଁ ପଡେ?
✍️ଗଳ୍ପ ହେଉ ଅବା କବିତା, ଏସବୁ ତ ସ୍ବତସ୍ଫୂର୍ତ୍ତ ଭାବନା। ବେଳେବେଳେ କଳ୍ପନା ସହ ଅନୁଭବ, ଅନୁଭୂତି କଥା ରହିଲେ ସୃଜନୀ ଆକର୍ଷଣୀୟ ହୋଇଉଠେ।
7-କବିତା ଓ ଗଳ୍ପ ମଧ୍ୟରେ ଆପଣ କେଉଁ ଧରଣର ସାମ୍ୟ ଓ ବୈଷମ୍ୟ ଦେଖନ୍ତି ?
✍️ଜଣେ ସ୍ରଷ୍ଟା ମନର ଅନେକ ଅକୁହା କଥାକୁ ନିଜ ସୃଜନୀ ରେ ସ୍ଥାନ ଦିଏ। ଅାପଣ ଲକ୍ଷ୍ଯ କରିଥିବେ ଅନେକ କବିତାରେ ଅତୃପ୍ତିର ଚିହ୍ନ ସ୍ବତଃ ବାରି ହୋଇଯାଏ। ଠିକ ସେମିତି ଗଳ୍ପର ପରିସମାପ୍ତି ଘଟି ମଧ୍ଯ ଘଟି ନଥାଏ।
8-ଅନେକ ସାହିତ୍ୟିକ ମତବ୍ୟକ୍ତ କରନ୍ତି କି ଗଳ୍ପରେ ଚରିତ୍ର ଚିତ୍ରଣ କରିବା ଆଉ କବିତାରେ ଚରିତ୍ର ଚିତ୍ରଣ କରିବା ଭିତରେ ଅନେକ ଫରକ ରହିଛି। ଆପଣ ଏ ସମ୍ପର୍କିତ କିଛି ପାର୍ଥକ୍ୟ ଅନୁଭବ କରନ୍ତି କି? ଆପଣଙ୍କୁ ଆପଣଙ୍କ କାବ୍ୟକବିତା ଆଉ ଗଳ୍ପର ଚରିତ୍ରମାନେ କିଭଳି ସମ୍ମୋହିତ କରନ୍ତି ?
✍️ଅଳ୍ପ କିଛି ଦିନ ତଳେ ସଚ୍ଚିରାଉତରାୟଙ୍କ ‘ହରେକୃଷ୍ଣ ଦାସ’ କବିତା ଶ୍ରେଣୀରେ ପଢ଼ାଯାଉଥିଲା। ଦ୍ବିତୀୟ ବିଶ୍ବଯୁଦ୍ଧ ପରବର୍ତ୍ତୀ ସାମାଜିକ ମଣିଷର ପ୍ରତିନିଧିତ୍ବ କରୁଥିଲା ‘ ହରେକୃଷ୍ଣ ଦାସ’ ଚରିତ୍ର ଟି। ଉକ୍ତ ଚରିତ୍ର ମାଧ୍ଯମରେ ହିଁ କବି ବେଶ ନିଚ୍ଛକ ଭାବରେ ଉପସ୍ଥାପନା କରିଛନ୍ତି ଯୁଦ୍ଧ ପରବର୍ତ୍ତୀ ମଣିଷର ସାମାଜିକ ଜୀବନକୁ। ତେଣୁ ଗଳ୍ପ ହେଉ ବା କବିତା ଚରିତ୍ର କୁ ଜୀବନ୍ତ ଭାବରେ ପ୍ରକାଶ କରିବା ଲେଖକ/ କବି ର ସୃଜନଶୀଳତାର ପରିଚୟ ବହନ କରେ। ମୋ ମତରେ ଏଥିରେ କୌଣସି ଭିନ୍ନତା ନାହିଁ।
9-ସାହିତ୍ୟରେ ଉତ୍ତର ଆଧୁନିକତା ସମ୍ପର୍କରେ ଅଧିକ ଚର୍ଚ୍ଚା ଚାଲିଛି, ଏନେଇ ଜଣେ ଯୁବ ସାରସ୍ୱତ ପ୍ରେମୀ ଭାବେ ଆପଣଙ୍କର ପ୍ରତିକ୍ରିୟା କ’ଣ ?
✍️ ସାହିତ୍ୟ ଚିର କାଳ ନିତ୍ଯ ନୂତନ। ଆଧୁନିକ ମଧ୍ଯ।
10-ପୁରା କାଳରେ କରାଯାଇଥିବା ଭାଷା-ପ୍ରୀତି ଆନ୍ଦୋଳନର ପ୍ରଭାବ ଓ ତା’ର ଏବେକାର ଶିଥିଳତା ସମ୍ପର୍କରେ କିଛି ମନ୍ତବ୍ୟ ରଖନ୍ତୁ ?
✍️ଭାଷା ପ୍ରୀତି ପ୍ରତି ଶିଥିଳ ମନୋଭାବ ପୋଷଣ ନିମନ୍ତେ ଅନେକାଂଶରେ ଆମେ ମାନେ ହିଁ ଦାୟୀ। ଲକ୍ଷ୍ଯ କରାଯଉ ଯେଉଁ ସମୟରେ ଗୋଟିଏ ଶିଶୁକୁ ଘରେ ଖଡ଼ି, ସିଲଟରେ ବ୍ରହ୍ମା- ବିଷ୍ଣୁ- ମହେଶ୍ୱର ଶିକ୍ଷା ଦିଆଯିବା କଥା ସେହି ସମୟରେ ଶିଶୁକୁ ପ୍ଲେ ସ୍କୁଲ ପଠା ଯାଉଅଛି। ପଶୁପକ୍ଷୀ ହେଉ ଅବା ଗଛଲତା ପ୍ରତିଟି ଜିନିଷର ନାମକୁ ଇଂରାଜୀରେ ଶିକ୍ଷା ଦିଆଯାଉଛି। ଏହି ପରିପ୍ରେକ୍ଷୀରେ ମାତୃଭାଷା ପ୍ରତି ବିମୁଖତାର କାରଣ କ’ଣ ଆପଣ ବିଚାର କରନ୍ତୁ।
11-ଜଣେ ସାରସ୍ୱତ ପ୍ରେମୀ ଭାବେ ଆପଣଙ୍କର ସୁଖକର ଅନୁଭୂତି ସମ୍ପର୍କରେ ଜଣାଇବେ କି?
✍️ସାହିତ୍ୟକୁ ଭଲପାଏ। କିଞ୍ଚିତ ସୃଜନଶୀଳ ଶକ୍ତି ଥିବା ହେତୁ ଜୀବନକୁ କୁତାର୍ଥ ମନେ କରେ। କବିତାକୁ ନେଇ ପଦେ ଲେଖିଥିଲି –
” ମାତ୍ର ଧାଡ଼ିଏ କବିତା!
ମନକୁ ଦିଏ ଅସୀମ ଶାନ୍ତି…
ହୃଦୟକୁ ଦିଏ ଗଭୀର ଆଶ୍ବସ୍ତି… “
କବିତାଟିଏ ଲେଖି ସାରିବା ପର ମୁହୂର୍ତ୍ତର ଖୁସି ମୋ ପାଇଁ ଅବ୍ଯକ୍ତ।
12- ଜଗତୀକରଣ ଓ ବିଶ୍ବାୟନ ପ୍ରକ୍ରିୟାରେ ଓଡ଼ିଆ ସାହିତ୍ୟର ସ୍ଥିତି ଓ ଅବସ୍ଥିତି ବାବଦରେ ସଂକ୍ଷିପ୍ତ ଭାବେ କଥା ରଖନ୍ତୁ।
✍️ଜଗତୀକରଣ ଓ ବିଶ୍ବାୟନ ମାଧ୍ଯମରେ ଏତେ ବଡ଼ ପୃଥିବୀଟା ଏଇ ହାତମୁଠାରେ ଥିବା ଭଳି ମନେହୁଏ। ସାହିତ୍ୟ କଥା ଯଦି କୁହାଯାଏ ଜଗତୀକରଣ, ବିଶ୍ବାୟନ ଦ୍ବାରା ଭିନ୍ନ ଭିନ୍ନ ଭାଷାର ସାହିତ୍ୟ ଓଡ଼ିଆ ଭାଷାରେ ଅନୁବାଦ ହେଉଛି। ଅନେକ ଓଡ଼ିଆ ଗଳ୍ପ, ଉପନ୍ୟାସ ମଧ୍ଯ ଭିନ୍ନ ଭିନ୍ନ ଭାଷାରେ ପ୍ରକାଶ ପାଇପାରୁଛି। ଓଡ଼ିଆ ଭାଷା ସାହିତ୍ୟ ପାଇଁ ଏହା ନିଶ୍ଚିତ ଗର୍ବ ଓ ଗୌରବର ବିଷୟ।
13-ଆଜିର ଓଡ଼ିଆ କ୍ଷୁଦ୍ରଗଳ୍ପ , ପାଠକର କେତେ ନିକଟତର ବୋଲି ଆପଣ ଭାବୁଛନ୍ତି ?
✍️ମୋବାଇଲ, ଇଣ୍ଟରନେଟ ଯୁଗରେ ସାହିତ୍ୟ ପ୍ରତି ଆକୃଷ୍ଟ ମଣିଷ ସଂଖ୍ଯା ଖୁବ୍ କମ୍। ପାଠକୀୟ ଶ୍ରଦ୍ଧା ରହିଲେ ଲେଖକର ଶ୍ରମ ସାର୍ଥକ ହୋଇପାରନ୍ତା।
14- ସାହିତ୍ୟିକମାନଙ୍କର ସମାଜ ପ୍ରତି ତଥା ସାମାଜିକ ସଂସ୍କାର ପ୍ରତି ଅଙ୍ଗୀକାରବଦ୍ଧତା ରହିବା ଉଚିତ୍ କି ? ସେ ସମ୍ପର୍କରେ କିଛି ମତ ରଖନ୍ତୁ।
✍️ସାହିତ୍ୟ, ସମାଜର ମୁଖପତ୍ର। ସମାଜରେ ଘଟୁଥିବା ଘଟଣାର ସମାହାରରେ ସାହିତ୍ୟର ସୌଧ ଦଣ୍ଡାୟମାନ। ସାହିତ୍ୟ ଓ ସମାଜ ପରସ୍ପର ଉପରେ ନିର୍ଭରଶୀଳ। ସାହିତ୍ୟ ଦ୍ବାରା ସମାଜରେ ଯଦି କିଛି ପରିବର୍ତ୍ତନ ଆସି ପାରୁଛି। ତାହା ନିଶ୍ଚିତ ସୁଖକର ବ୍ଯାପାର।
15-ଜଣେ କବି ଗୋଟିଏ କବିତା ଲେଖି ସାରିଲା ପରେ ଯଦି ଜାଣିପାରେ ତାର କବିତାଟି ସେତେ ଭଲ ହୋଇପାରିନି, ସେତେବେଳେ ତାହାର ମୁହୂର୍ତ୍ତ କେମିତି କଟେ ? ନିଜସ୍ବ ଅଭିଜ୍ଞତା ସେପରି କିଛି ଅଛି କି ?
✍️କବିତା ଲେଖି ନପାରିବାର ବ୍ଯାକୁଳିତ ଅବସ୍ଥାକୁ ଭୋଗିଛି। ଲେଖି ସାରିବା ପର ମୁହୂର୍ତ୍ତର ଆହ୍ଲାଦରେ ମସଗୁଲ ହୋଇଛି। କବିତା ଦରଦୀ ହୃଦୟର କଥା କୁହେ। ସରଳ ମନର ସୂକ୍ଷ୍ମ ଭାବାବେଗକୁ ଅତି ସୁନ୍ଦର ଶୈଳୀରେ ଉପସ୍ଥାପନା କରେ। ତେବେ କବିତା ଭଲ ନ ଲାଗିବ କାହିଁକି !!
16-“ସାହିତ୍ୟର ସ-ହିତରେ ରହିବା ସହ ସୃଜନ ମନସ୍କ ହୋଇ କିଛି ଲେଖିବା ପାଇଁ ବୟସ ଗୁରୁତ୍ୱପୂର୍ଣ୍ଣ ନୁହେଁ ବରଂ ଅନୁଭବ , ଅନୁଭୂତି , ପୁସ୍ତକ ପଠନ, ଗଭୀର ମନନ ତଥା ଚିନ୍ତନର ଆବଶ୍ୟକତା ଥାଏ।” – ଆପଣଙ୍କ ମତରେ ଏହି ମନ୍ତବ୍ୟଟି କ’ଣ ଠିକ ..! ଯଦି ହଁ , ତେବେ କାହିଁକି ..? ତାହାର ଉତ୍ତର ରଖିବାକୁ ଅନୁରୋଧ ।
✍️ନିଶ୍ଚିତ ଭାବରେ ସାହିତ୍ୟ ସୃଜନ ପାଇଁ ଅନୁଭବ, ଅନୁଭୂତି ସହ ଗଭୀର ମନନ ତଥା ଚିନ୍ତନର ଆବଶ୍ଯକତା ରହିଛି। ଯଦି ଏହାର ଆବଶ୍ଯକତା ନଥାନ୍ତା ତେବେ ଯେ କେହି ବି ପଦେ ଅଧେ ଲେଖି ନିଜକୁ କବି ବୋଲି କହି ପାରନ୍ତେ। ଭିନ୍ନ ଦୃଷ୍ଟିଭଙ୍ଗୀ ହିଁ ଜଣେ କବିର ଭିନ୍ନ ପରିଚୟ।
17- ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନର ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜଣେ ଯୁବ ପ୍ରତିଭା ଭାବେ ନିଜ ପ୍ରତିଭାକୁ ବିଶ୍ୱ ଦରବାରରେ ଉପସ୍ଥାପନ କରିବାରେ ଆପଣଙ୍କୁ ସ୍ୱତନ୍ତ୍ର ସୁଯୋଗ ମିଳିଛି । କେତେ ମାତ୍ରାରେ ଖୁସି ତଥା ପ୍ରଭାବିତ ହୋଇଛନ୍ତି ତତ୍ ସମ୍ପର୍କିତ କିଛି କଥା ରଖିବାକୁ ଅନୁରୋଧ ।
✍️ସର୍ବପ୍ରଥମେ ‘ସୂର୍ଯ୍ଯାେଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ’ ପ୍ରତି ଗଭୀର କୃତଜ୍ଞତା। ଯୁବ ସାହିତ୍ଯିକ ମାନଙ୍କ ପାଇଁ ଏପରି ଏକ ସୁଯୋଗ ସୃଷ୍ଟି କରି ମୋତେ ସେଥିରେ ଅଂଶୀଦାର କରିଥିବା ହେତୁ ପୁଣିଥରେ ସାଧୁବାଦ।
18.ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ସମ୍ପର୍କରେ କେଉଁ ସବୁ କଥା ଆପଣଙ୍କୁ ପ୍ରଭାବିତ କରି ପାରିଛି ..? ଯାହା ଫଳରେ ଓଡିଶାରେ ଅନ୍ୟାନ୍ୟ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନର ବିଭିନ୍ନ ପ୍ରତିଯୋଗିତା ଚାଲୁଥିବା ସତ୍ତ୍ୱେ ଆପଣ “ସୂର୍ଯ୍ୟୋଦୟ ଯୁବ ପ୍ରତିଭା ସମ୍ମାନ ପ୍ରତିଯୋଗିତା-୨୦୨୩” ପାଇଁ କାହିଁକି ଆଗ୍ରହୀ ହେଲେ?
✍️ସୂର୍ଯ୍ଯାେଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ସଂପର୍କରେ ଆଗରୁ ଜାଣିଥିଲି। ମାତ୍ର ଏଥିରେ ସଂଶ୍ଲିଷ୍ଟ ହେବା ପରେ ସାହିତ୍ୟ କୁ ନୂତନ ରୂପରେ ଚିହ୍ନିଲି। ଏହି ଅନୁଷ୍ଠାନ ର ଜଣେ ପ୍ରତିଯୋଗୀ ଭାବରେ ନିଜକୁ ସ୍ଥାନିତ କରି ବେଶ୍ ଆତ୍ମତୃପ୍ତି ଭୋଗୁଛି ମଧ୍ଯ।
19.ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ସହ ଆପଣଙ୍କ ସଂପୃକ୍ତି କିପରି ସମ୍ଭବ ହେଲା ଏବଂ ବ୍ୟସ୍ତ ବହୁଳ ଜୀବନରେ ସାହିତ୍ୟ ର ଆବଶ୍ୟକତା କୁ ଆପଣ କିପରି ଭାବେ ଦେଖନ୍ତି?
✍️ଫେସବୁକ ମାଧ୍ଯମରେ ଏହି ପ୍ରତିଷ୍ଠାନ ସହ ଜଡ଼ିତ ହେଲି। ବ୍ଯସ୍ତ ବହୁଳ ଜୀବନ ସାହିତ୍ୟ ଭିତରେ ହିଁ ସରଳ, ସ୍ବପ୍ନିଳ ହୋଇପାରେ।
20. ସାହିତ୍ୟକୁ ନେଇ ଆପଣଙ୍କର ଜୀବନ ଦର୍ଶନ କଣ ଅଛି ଓ ସୂର୍ଯ୍ୟୋଦୟ ଠାରୁ କେଉଁ ପ୍ରକାର ସାରସ୍ବତୀୟ ସହଯୋଗ ଆଶା କରୁଛନ୍ତି।
✍️ସାହିତ୍ୟ ଜୀବନର କଥା କୁହେ। ଜୀବନ ଥିବା ଯାଏଁ ସାହିତ୍ୟ ସହିତ ସଂଶ୍ଲିଷ୍ଟ ହୋଇ ରହିବା ହିଁ ଏ ଜୀବନର ଏକ ବଳିଷ୍ଠ ଆହ୍ବାନ। ସାହିତ୍ଯିକ ଜୀବନ ଜୀଇଁବା ପାଇଁ ସୂର୍ଯ୍ଯାେଦୟ ଇନ୍ଧନ ଯୋଗାଇବ ବୋଲି ବିଶ୍ବାସ।
ସ୍ନେହର ମଧୁସ୍ମିତା!
ଆପଣଙ୍କ ସହିତ ସାହିତ୍ୟର ତମାମ ଦିଗ ତଥା ଏହାର ସାମାଜିକ ଜୀବନରେ ବ୍ୟବହାର ସମ୍ପର୍କିତ ବିଷୟ ବାବଦରେ ଜାଣି ଖୁବ ଖୁସି ହେଲୁ, ଆପଣଙ୍କ ଉଡାଣ ଏହିପରି ଜାରି ରହୁ।
ଅଭିନନ୍ଦନ ସହିତ
ସୂର୍ଯ୍ୟୋଦୟ ଲିଟେରାରୀ ଫାଉଣ୍ଡେସନ
“ଜୀବନ ଥିବା ଯାଏଁ ସାହିତ୍ୟ ସହିତ ସଂଶ୍ଲିଷ୍ଟ ହୋଇ ରହିବା ହିଁ ଏ ଜୀବନର ଏକ ବଳିଷ୍ଠ ଆହ୍ବାନ”ଏହି ବାକ୍ୟଟି ପଢି ସାରିଲା ପରେ ମୁଁ ଭୁଲି ଯାଇଛି ଆପଣଙ୍କ ସାକ୍ଷାତକାରର ପଢିଥିବା ପ୍ରତିଟି ଶବ୍ଦ।କେତେ ମହାନ୍ ଚିନ୍ତାଧାରାର ଆପଣ ଜଣେ ଯୁବ କବି।ଆପଣଙ୍କ ସାହିତ୍ୟ ଯାତ୍ରା ସୁଖମୟ ହେଉ।
Wow bahut bhala heichhi Tama ra lekha emiti jari rakhi Thao aga ku dine bhala sahitika heba tame ❤️
ତୁମର ଏଇ ଲେଖା ବହୁତ ଭଲ ଲାଗିଲା । ଏମିତି ଆଗକୁ ବଢି ଚାଲ । ଏମିତି ସମସ୍ତଙ୍କୁ ତୁମ ଲେଖା ଆକୃଷ୍ଟ କରିବ ।
Bahut sundar jiban ree bahut agaku jaa sanga
Bahut badia❤