April 19, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

Lets talk with young columnist and story teller Jeevan Pradeep Pradhan, hails from Nayagarh district of Odisha for SLF Literary Youth Icon Award contest-. 2023

 

Lets talk with young columnist and story teller Jeevan Pradeep Pradhan, hails from Nayagarh district of Odisha for SLF Literary Youth Icon Award contest-. 2023

ସୂର୍ଯ୍ୟୋଦୟ ନବ ପ୍ରତିଭା ନବ ସ୍ବାକ୍ଷର-୨୦୨୩
ପର୍ଯ୍ୟାୟ- ପ୍ରଥମ
ପର୍ଯ୍ୟାୟର ନାମ- ଲିଖିତ ସାକ୍ଷାତକାର


ନାମ – ଜୀବନ ପ୍ରଦୀପ ପ୍ରଧାନ
ପିତାଙ୍କ ନାମ – ବ୍ରଜବନ୍ଧୁ ପ୍ରଧାନ
ମାତାଙ୍କ ନାମ – ରାଜଲକ୍ଷ୍ମୀ ପ୍ରଧାନ
ଜନ୍ମ ତାରିଖ – ୨୮/୦୮/୨୦୦୨
ଘର ଠିକଣା – ଭୋଗରା, ଖମାରସାହି, ଦଶପଲ୍ଲା
ଜିଲ୍ଲା – ନୟାଗଡ଼
ଶିକ୍ଷାଗତ ଯୋଗ୍ୟତା – ଯୁକ୍ତ ତିନି ବିଜ୍ଞାନ (ଅଧ୍ୟୟନରତ)
ଇ – ମେଲ : [email protected]

ଶ୍ରଦ୍ଧେୟ ଜୀବନ !

୧. ଆପଣଙ୍କ ଜୀବନରେ ସାହିତ୍ୟ ସୃଷ୍ଟିର ଅୟମାରମ୍ଭ କେବେ ଆଉ କିପରି ହେଲା? କେଉଁ ବୟସରେ ଆପଣ “ସାହିତ୍ୟ” ଭାବରେ ବାନ୍ଧି ହୋଇଗଲେ ଆଉ ଗୋଟେ ରଚନାତ୍ମକ ସାରସ୍ଵତୀୟ ଜୀଵନ ବଞ୍ଚିଲେ ?

ଉତ୍ତର– ଆମ ସମସ୍ତଙ୍କ ଭିତରେ ଜନ୍ମରୁ ହିଁ ସାହିତ୍ୟ ଥାଏ। ପିଲାଟିଏ ଜନ୍ମ ହେଲା ଦିନରୁ ସେ ସାହିତ୍ୟ ସହ ଯୋଡ଼ି ହୋଇଥାଏ ଏକ ଭିନ୍ନ ରୂପରେ ଯାହା ସେ ଜାଣି ନଥାଏ। ମାଆକୁ କଇଁ କଇଁ ହୋଇ ଦୁଃଖ ଶୁଣେଇବା କଣ ସାହିତ୍ୟ ନୁହେଁ କି ? କିନ୍ତୁ ଯଦି ବିଧିବଦ୍ଧ ସାହିତ୍ୟ ସହ ଯୋଡ଼ି ହେବା କଥା କୁହାଯାଏ ତେବେ ହାଇସ୍କୁଲରେ ପଢ଼ିବା ବେଳେ ସାହିତ୍ୟ ବହିର ଡ.କୃଷ୍ଣଚନ୍ଦ୍ର ପାଣିଗ୍ରାହୀଙ୍କ ପ୍ରବନ୍ଧ “ମାତୃଭୂମି” ମୋ ଭିତରେ ଗୋଟେ ଆଲୋଡନ ସୃଷ୍ଟିକରିଥିଲା। ତା ପରଠୁ ସାହିତ୍ୟ ପ୍ରେମରେ ମୁଁ ପଡ଼ିଗଲି। ଆଉ ଯଦି ସାହିତ୍ୟ କରିବା କଥା କୁହାଯାଏ ତେବେ ଯୁକ୍ତ ଦୁଇ ପଢ଼ିବା ବେଳେ ମୁଁ କବିତା ଲେଖିବା ଆରମ୍ଭ କଲି। ଯେଉଁ କବିତାଗୁଡ଼ିକ ଭାରି କଞ୍ଚା ଥିଲା।

୨. ଆପଣ କିପରି ଭାବେ ସାରସ୍ଵତ ସାଧନା ସହ ପାଠପଢ଼ା ତଥା ସାମାଜିକ ଜୀବନର ସର୍ବସମତା ରକ୍ଷା କରନ୍ତି?

ଉତ୍ତର– ଯେମିତି ଖିଆ ପିଆ ଏକ ନିତିଦିନିଆ କାମ ଭାବରେ ଚାଲିଥାଏ ସେମିତି ସାହିତ୍ୟ ସାଧନା ଅହରହ ଚାଲିଥାଏ। କେବେ ଖାଉଥିବା ଭାତରୁ ଚାଷୀର ବିକଳ କାନ୍ଦ ଶୁଭିଯିବ ତ କେବେ ପିଇବା ପାଣିରେ ସ୍ଵପ୍ନ ସବୁ ଭାସୁଥିବା ଦେଖାଯିବ। ମନ ଭିତରେ ସାହିତ୍ୟ ଅହରହ ଜାଲ ବୁଣୁଥାଏ। କେବେ ସେଇ ଜାଲରେ ଗଳ୍ପଟିଏ, କବିତାଟିଏ,ପ୍ରବନ୍ଧଟିଏ ପଡି ଛଟପଟ ହେଲେ ଆଉ ରହି ହୁଏନି, ସାମାଜିକ ଜୀବନରୁ କିଛି ସମୟ କାଢି ତାକୁ କାଗଜକୁ ଉତାରି ଦେବାକୁ ପଡ଼େ। କାଗଜକୁ ନ ଆସିଲା ଯାଏଁ ସେ ମନ ଭିତରେ ଛଟପଟ ହେଉଥାଏ, ଆଉ ଯଦି ଶୀଘ୍ର ନ ବାହାର କରାଯାଏ ତାହେଲେ ସେଇ ଗଳ୍ପ, କବିତା କିମ୍ଵା ପ୍ରବନ୍ଧ କାଗଜକୁ ଆସିବା ପୂର୍ବରୁ ହିଁ ମରିଯାଏ।

୩. ସାହିତ୍ୟ ସାଧନାରେ ବ୍ରତୀ ହେବା ଦିଗରେ ଆପଣଙ୍କ ପରିବାରର ଭୂମିକା କିମ୍ଵା ପ୍ରଭାବ କିଛି ରହିଛି କି ? ଯଦି ଅଛି ତେବେ କିପରି?

ଉତ୍ତର– ହଁ ରହିଛି। ମୁଁ ଗୋଟେ ଶିକ୍ଷକ ପରିବାରରୁ ଆସିଥିବାରୁ ମୋ ଚାରିପାଖେ ଶୈଖିକ ବାତାବରଣ ରହିଥିଲା। ପାଠ୍ୟ ପୁସ୍ତକ ଭିନ୍ନ ଅନେକ ବହି ପଢ଼ିବାର ସୁଯୋଗ ମିଳୁଥିଲା ଯାହା ମୋ ଅଜାଣତରେ ମୋ ଭିତରେ ସାହିତ୍ୟର ମଞ୍ଜି ବୁଣୁଥିଲା ବୋଧେ!

୪. କେଉଁ ମହାନ ସାହିତ୍ୟିକଙ୍କ ସାହିତ୍ୟ ତଥା ତାଙ୍କ କାବ୍ୟ ଶୈଳୀ ତଥା ଦର୍ଶନ ଆପଣଙ୍କୁ ଆଜି ଯାଏଁ ପ୍ରୋତ୍ସାହିତ କରୁଛି ତଥା ଆପଣଂକ ଆଦର୍ଶ ଲେଖକ କିଏ ଅଟନ୍ତି? ତାଙ୍କ ବିଷୟରେ ସମ୍ୟକ୍ ଆଲୋଚନା ରଖିବାକୁ ଅନୁରୋଧ।

ଉତ୍ତର– ମୁଁ ଆଜି ପର୍ଯ୍ୟନ୍ତ ଯେତିକି ଲେଖକଙ୍କ ଲେଖା ପଢ଼ିଛି ତା ମଧ୍ୟରୁ ମୋତେ ଗୌରହରି ଦାସଙ୍କ ଲେଖା ବେଶ ଆନ୍ଦୋଳିତ କରେ। ତାଙ୍କ ଗଳ୍ପରେ ଥାଏ ଅସହାୟର କଥା, ଅବହେଳିତର କଥା। ତାଙ୍କ ଗଳ୍ପର ଚରିତ୍ର ସବୁ ସମାଜର ଅବହେଳିତ ତଥା ନିଷ୍ପେସିତ ଶ୍ରେଣୀର ଲୋକଙ୍କ ଭିତରୁ ସେ ଖୋଜି ଆଣନ୍ତି। ଯୋଉ ଲୋକର ଲୁହ ପୋଛିବାକୁ କେହି ନାହାନ୍ତି ତାହାର କଥାକୁ ସାହିତ୍ୟକୁ ଆଣନ୍ତି ଗୌରହରି ଦାସ। ତାଙ୍କ ଗଳ୍ପରେ ଶୁଣି ହୁଏ ବଳାତ୍କାର ପୀଡ଼ିତାର ଚିତ୍କାର, ବାସେ ଯୌତୁକ ପାଇଁ ଅତ୍ୟାଚାରିତ ବୋହୂର ଲୁହର ବାସ୍ନା , ଭିଜିହୁଏ ତଳିଆ କର୍ମଚାରୀର ଅକୁହା କୋହରେ, ମାପି ହୁଏ ପ୍ରତାରିତ ଯୁବକର ଆଖି କୋଣରେ ଥିବା ଲୁହ।

୫. ଆପଣ ନିଜକୁ କେଉଁଠି ଅଧିକ ଭାବେ ବ୍ୟକ୍ତ କରିଛନ୍ତି? କବିତା, ନାଟକ, ଗଳ୍ପ, ପ୍ରବନ୍ଧ ନା ଉପନ୍ୟାସରେ?

ଉତ୍ତର — ମୁଁ କବିତା ଲେଖୁଥିଲେ ମଧ୍ୟ ଗଦ୍ୟରେ ମୁଁ ନିଜକୁ ସହଜ ମନେକରେ। ମୁଁ ଗଳ୍ପ ଆଉ ପ୍ରବନ୍ଧରେ ମୋ କଥାକୁ ଅଧିକ ବ୍ୟକ୍ତ କରିଛି। ଅନ୍ୟ ବିଭାଗ ଅପେକ୍ଷା ଗଳ୍ପ ଭିତରେ ମୁଁ ଅଧିକ ବୁଡି ରହେ।

୬. ଗଳ୍ପ/କବିତା ଗୁଡ଼ିକ ଲେଖିବା ବେଳେ ସାଧାରଣତଃ ଆମକୁ କେଉଁ ଉପାୟ ଅବଲମ୍ୱନ କରିବାକୁ ପଡ଼େ ?

ଉତ୍ତର– ପ୍ରଥମତଃ ଆମକୁ ଆମ ଭିତରେ ଆନ୍ଦୋଳନ କରୁଥିବା ଭାବନାଟିକୁ ଚିହ୍ନିବାକୁ ପଡ଼େ। ତାକୁ ହିଁ ମଞ୍ଜ କରି ଲେଖିବାକୁ ହୁଏ। ସ୍ଵତ୍ତଃପ୍ରବୃତ୍ତ ଆସିଥିବା ଭାବନା ବା ଦେଖିଥିବା ଦୃଶ୍ୟକୁ ଯେବେ ଗଳ୍ପ କିମ୍ଵା କବିତାର ରୂପ ଦିଆ ଯାଏ ତାହା ଅଧିକ ଭାବପୂର୍ଣ୍ଣ ହୋଇଥାଏ। ଦ୍ବିତୀୟତଃ ଶବ୍ଦ ସଂଯୋଜନା ଉପରେ ଧ୍ୟାନ ଦେବାକୁ ହୁଏ ଶବ୍ଦ ଶବ୍ଦ ମଧ୍ୟରେ ସମ୍ପର୍କକୁ ନିବିଡ଼ କରିବାକୁ ହୁଏ। ତୃତୀୟରେ ଶବ୍ଦ ସଂଯମତା ଉପରେ ଧ୍ୟାନ ଦେବା ଉଚିତ୍ ଏବଂ ଅବ୍ୟବହୃତ, ଦୂର୍ବୋଧ, ବହୁ ପୂରାତନ ଶବ୍ଦଠୁ ଲେଖାଟିକୁ ଦୂରେଇ ରଖିଲେ ଏହାକୁ ପାଠକ ଅଧିକ ଅନୁଭବ କରିପାରେ।

୭. କବିତା ଓ ଗଳ୍ପ ମଧ୍ୟରେ ଆପଣ କେଉଁ ଧରଣର ସାମ୍ୟ ଓ ବୈଷମ୍ୟ ଦେଖନ୍ତି?

ଉତ୍ତର– କବିତା ଓ ଗଳ୍ପ ଉଭୟ ସମାନ ଭାବେ ଭାବକୁ ବ୍ୟକ୍ତ କରି ପାରିବେ। କବିତାରେ ଯଦି କମ୍ କଥା କହି ହୁଏ ବୋଲି କୁହାଯାଏ, ତେବେ ଭାଗବତରେ କଣ କମ କଥା କୁହାଯାଇଛି?? ଗଳ୍ପ ଓ କବିତାର ଲେଖିବା ଶୈଳୀ ଭିନ୍ନ। କବିତାରେ କମ୍ ଶବ୍ଦ ଉପଯୋଗ କରି ଅନେକ କଥା କହି ହୁଏ। ବିଶେଷ କରି କବିତା ଓ ଗଳ୍ପ ଭିତରୁ ଗଳ୍ପ ଅଧିକ ପାଠକଙ୍କୁ ଯୋଡ଼ି ରଖିପାରେ କାହିଁକି ନା କବିତା ସମସ୍ତଙ୍କ ପକ୍ଷେ ବୋଧଗମ୍ୟ ହୋଇ ପାରେ ନାହିଁ। କବିତା ନିର୍ଦ୍ଦିଷ୍ଟ ଶୈଳୀରେ ଲେଖା ଯାଉଥିବା ହେତୁ ଏଥିରେ ଅକ୍ଷର ସଂଖ୍ୟାକୁ ଦୃଷ୍ଟିରେ ରଖି ପ୍ରତିଶବ୍ଦର ବ୍ୟବହାର ବହୁଳ ଭାବେ ଦେଖାଯାଏ ।

୮. ଅନେକ ସାହିତ୍ୟ ମତବ୍ୟକ୍ତ କରନ୍ତି କି ଗଳ୍ପରେ ଚରିତ୍ର ଚିତ୍ରଣ କରିବା ଏବଂ କବିତାରେ ଚରିତ୍ର ଚିତ୍ରଣ କରିବା ଭିତରେ ଅନେକ ଫରକ୍ ରହିଛି। ଆପଣ ଏ ସମ୍ପର୍କିତ କିଛି ଭିନ୍ନତା ଅନୁଭବ କରନ୍ତି କି ? ଆପଣଙ୍କୁ ଆପଣଙ୍କ କାବ୍ୟକବିତା ଓ ଗଳ୍ପର ଚରିତ୍ରମାନେ କିପରି ସମ୍ମୋହିତ କରନ୍ତି?

ଉତ୍ତର– ହଁ , ଫରକ୍ ଅଛି। ଗଳ୍ପରେ ଚରିତ୍ରଟିକୁ ଟିକେ ଅଧିକ ଖୋଲାଖୋଲି ଭାବେ ଦେଖାଇବାର ସୁଯୋଗ ମିଳେ କବିତା କ୍ଷେତ୍ରରେ ତାହା ଅପେକ୍ଷାକୃତ କମ୍। ଗଳ୍ପ କ୍ଷେତ୍ରରେ ଚରିତ୍ରଟିଏକୁ କାହାଣୀର କେଉଁଠି ବି ନେଇ ଖଞ୍ଜା ଯାଇ ପାରେ, କବିତା କ୍ଷେତ୍ରରେ ନୂଆ ଚରିତ୍ର ଚିତ୍ରଣ ଟିକେ କଷ୍ଟସାଧ୍ୟ। ମୋ ଗଳ୍ପ କିମ୍ଵା କବିତାର ଚରିତ୍ର ମାନଙ୍କ ଭିତରେ ପ୍ରାୟତଃ ମୁଁ ଥାଏ। ଭଲ ସାହିତ୍ୟ ସେତେବେଳେ ହୁଏ ଯେତେବେଳେ ମୁଁ ସଂପୂର୍ଣ୍ଣ ଭାବେ ଚରିତ୍ର ଭିତରେ ବୁଡ଼ିଯାଏ।

୯. ସାହିତ୍ୟରେ ଉତ୍ତର ଆଧୁନିକତା ସମ୍ପର୍କରେ ଅଧିକ ଚର୍ଚ୍ଚା ଚାଲିଛି ଏ ନେଇ ଜଣେ ଯୁବ ସାରସ୍ଵତ ପ୍ରେମୀ ଭାବେ ଆପଣଂକ ପ୍ରତିକ୍ରିୟା କଣ?

ଉତ୍ତର– ହଁ ଭଲ କଥା। ଅସୁବିଧା କୋଉଠି ରହିଲା। ବଦଳୁଥିବା ସମୟ ସହ ସାହିତ୍ୟର ଧାରା ମଧ୍ୟ ବଦଳୁ। ଆଧୁନିକତା ପ୍ରବେଶ କରୁ। କିନ୍ତୁ ଆମ ମୌଳିକତା ଅକ୍ଷୁର୍ଣ୍ଣ ରହୁ।

୧୦. ପୁରା କାଳରେ କରା ଯାଇଥିବା ଭାଷା ପ୍ରୀତି ଆନ୍ଦୋଳନର ପ୍ରଭାବ ଓ ତାର ଏବେକାର ଶିଥିଳତା ସମ୍ପର୍କରେ କିଛି ମନ୍ତବ୍ୟ ଦିଅନ୍ତୁ।

ଉତ୍ତର– ଭାଷା ପ୍ରୀତି ଲୋକଙ୍କ ମନରେ ଏବେ ବି ଅଛି ଆଉ ମୋର ଦୃଢ ବିଶ୍ଵାସ ଏହା ଆଗକୁ ରହିବ ମଧ୍ୟ। ସାକ୍ଷରତା କମ୍ ଓ ଓଡିଆ ଏକ ଆଞ୍ଚଳିକ ଭାଷା ହୋଇଥିବାରୁ ଏହାର ଲୋକପ୍ରିୟତାକୁ ଆମେ ଦେଖି ପାରୁନାହେଁ। ଆମେ କେବେ ଆମ ଭାଷାକୁ ନେଇ ଗର୍ବ କରିନାହେଁ ଏହା ହିଁ ଦୁଃଖର କଥା କିନ୍ତୁ ଆମ ସମସ୍ତଙ୍କ ଭିତରେ ଭାଷା ପାଇଁ ପ୍ରେମ ଅଛି। ତାହା କେଉଁଠି ସୁପ୍ତ ଆଉ କେଉଁଠି ଜାଗ୍ରତ କିନ୍ତୁ ଜୀବିତ ନିଶ୍ଚୟ।

୧୧. ଜଣେ ସାରସ୍ଵତ ପ୍ରେମୀ ଭାବେ ଆପଣଙ୍କ ସୁଖକର ଅନୁଭୂତି ସମ୍ପର୍କରେ ଜଣାଇବେ କି ?

ଉତ୍ତର– ମୋର କ୍ଷୁଦ୍ର ଗଳ୍ପ “ଖାଲି ପଡ଼ିଥିବା ବେଞ୍ଚ” ଯେଉଁଦିନ ସମ୍ବାଦ ରବିବାର ସାହିତ୍ୟ ପୃଷ୍ଠାରେ ପ୍ରକାଶିତ ହୋଇଥିଲା ସେଦିନ ମୋ ଗଳ୍ପ ପଢ଼ି ଅନେକ ପାଠକ ମୋତେ କଲ୍ ଯୋଗେ ସମ୍ପର୍କ କରିଥିଲେ। ଅଧିକାଂଶ ପାଠକ ମୋ ଠାରୁ ବୟସରେ ଯଥେଷ୍ଟ ବଡ଼ ଥିଲେ ଏବଂ ମୋତେ ଆଶୀର୍ବାଦ ଦେଇଥିଲେ। ସେଇ ଆଶୀର୍ବାଦ ସାଉଁଟିବା ସମୟତକ ଥିଲା ମୋ ପାଇଁ ସବୁଠୁ ସୁଖକର ସାରସ୍ଵତ ଅନୁଭୂତି।

୧୨. ଜଗତୀକରଣ ଓ ବିଶ୍ୱାୟନ ପ୍ରକ୍ରିୟାରେ ଓଡ଼ିଆ ସାହିତ୍ୟର ସ୍ଥିତି ଓ ଅବସ୍ଥିତି ବାବଦରେ ସଂକ୍ଷିପ୍ତରେ କଥା ରଖନ୍ତୁ।

ଉତ୍ତର– ମୋ ମତରେ ଜଗତୀକରଣ ଦୃଷ୍ଟିରୁ ଓଡ଼ିଆ ସାହିତ୍ୟର ସ୍ଥିତି ଭଲ ଅଛି। ଟେକ୍ନୋଲୋଜି ବିକାଶ ଫଳରେ ଅନେକ ଓଡିଆ ଓଡ଼ିଶା ବାହାରେ ଥିଲେ ମଧ୍ୟ ଓଡ଼ିଆ ଖବରକାଗଜ ତଥା ଇ ମାଗାଜିନ୍ ଓ ଇ ବୁକ୍ ପଢ଼ିବାର ସୁଯୋଗରୁ ବଞ୍ଚିତ ହେଉ ନାହାନ୍ତି। ବିଶ୍ୱାୟନ କଥା କହିଲେ ବିଶ୍ଵର ଅନେକ ଭାଷାର ଅନୁବାଦ ସାହିତ୍ୟ ଆମ ପାଖେ ପହଞ୍ଚି ପାରି ନାହିଁ। ଆମ ଅନୁବାଦ ବିଭାଗଟି ଟିକେ ଦୁର୍ବଳ ମନେ ହେଉଛି।

୧୩. ଆଜିର ଓଡିଆ କ୍ଷୁଦ୍ର ଗଳ୍ପ ,ପାଠକର କେତେ ନିକଟତର ବୋଲି ଆପଣ ଭାବୁଛନ୍ତି?

ଉତ୍ତର– ସାହିତ୍ୟର ସବୁ ବିଭାଗ ଅପେକ୍ଷା କ୍ଷୁଦ୍ର ଗଳ୍ପର ପାଠକ ସଂଖ୍ୟା ଯେ ଅଧିକ ଏହା ମୋର ବ୍ୟକ୍ତିଗତ ମତ। ଏହା ଉପରେ ମୁଁ କୌଣସି ଗବେଷଣା କିମ୍ଵା ସର୍ଭେ କରି କହୁନାହିଁ ଏହା ମୋର ବିଶ୍ବାସ ଯେ କ୍ଷୁଦ୍ର ଗଳ୍ପ ବେଶୀ ଆଦୃତ ହେଉଛି। ଆଧୁନିକ ସଭ୍ୟତାରେ ମଣିଷ ପାଖରେ ଧୈର୍ଯ୍ୟ ଶକ୍ତି କମିବାରେ ଲାଗିଛି ତେଣୁ ଉପନ୍ୟାସ ଓ ଗଳ୍ପ ଅପେକ୍ଷା କ୍ଷୁଦ୍ର ଗଳ୍ପ ଅଧିକ ପାଠକ ପଢିବାକୁ ଚାହୁଁଛନ୍ତି।

୧୪. ସାହିତ୍ୟିକମାନଙ୍କର ସମାଜ ପ୍ରତି ତଥା ସାମାଜିକ ସଂସ୍କାର ପ୍ରତି ଅଙ୍ଗୀକାରବଦ୍ଧତା ରହିବା ଉଚିତ୍ କି ? ସେ ସମ୍ପର୍କରେ କିଛି ମତ ରଖନ୍ତୁ।

ଉତ୍ତର– ନିଶ୍ଚୟ ରହିବା ଉଚିତ। ସାହିତ୍ୟିକମାନେ ସମାଜର ନଗ୍ନ ବାସ୍ତବିକତା ଦେଖାଇବାର ସାହାସ ରଖିବା ଦରକାର। ସାହିତ୍ୟ ତ ସମାଜ ସଂସ୍କାର ଆଣିବାର ସବୁଠୁ ଶ୍ରେଷ୍ଠ ମାଧ୍ୟମ। ତେଣୁ ସେହି ଭିତ୍ତିରେ ସାହିତ୍ୟିକମାନେ ସେଇ ଦାୟିତ୍ଵ ନେବେନି ତ ଆଉ କିଏ ନେବ?

୧୫. ଜଣେ କବି ଗୋଟିଏ କବିତା ଲେଖି ସାରିବା ପରେ ଯଦି ଜାଣିପାରେ ତାର କବିତାଟି ସେତେ ଭଲ ହୋଇ ପାରି ନାହିଁ ତେବେ ତାହାର ମୁହୂର୍ତ୍ତ କିପରି କଟେ? ନିଜସ୍ଵ ଅଭିଜ୍ଞତା ସେପରି କିଛି ଅଛି କି?

ଉତ୍ତର– ମୁଁ ଭାବେ ସବୁ କବି/ଲେଖକ ଯାହା କହିବା ପାଇଁ କାଗଜକୁ ଆସନ୍ତି ତାର ମାତ୍ରା କିଛି ଅଂଶ କହି ପାରନ୍ତି, ଅନେକ କିଛି ବାକି ରହିଯାଏ। ତେଣୁ ଜଣେ କବି/ଲେଖକ ନଜରରେ ତାର ଲେଖାରେ ସବୁବେଳେ କିଛି କଥା ଅକୁହା ରହିଯାଏ। ଏହା ଏକ ସ୍ୱାଭାବିକ ଘଟଣା। ନିଜର ଲେଖାଟି କେବେ ଲେଖକକୁ ଆତ୍ମସନ୍ତୋଷ ଦେଇ ପାରେ ନାହିଁ ବୋଲି ମୁଁ ଭାବେ।

୧୬. “ସାହିତ୍ୟର ସ-ହିତରେ ରହିବା ସହିତ ସୃଜନମନସ୍କ ହୋଇ କିଛି ଲେଖିବା ପାଇଁ ବୟସ ଗୁରୁତ୍ୱପୂର୍ଣ୍ଣ ନୁହେଁ ବରଂ ଅନୁଭବ, ଅନୁଭୂତି, ପୁସ୍ତକ ପଠନ, ଗଭୀର ମନନ ତଥା ଚିନ୍ତନର ଆବଶ୍ୟକତା ଥାଏ।” ଆପଣଂକ ମତରେ ଏହି ମନ୍ତବ୍ୟଟି କଣ ଠିକ୍…! ଯଦି ହଁ ତେବେ କାହିଁକି? ତାର ଉତ୍ତର ରଖିବାକୁ ଅନୁରୋଧ।

ଉତ୍ତର– ମୋ ମତରେ ଲେଖକର ବୟସ ନଥାଏ ଲେଖାର ବୟସ ଥାଏ। ଜଣେ ପନ୍ଦର ବର୍ଷର ବାଳକ ପରିପକ୍ଵ ସାହିତ୍ୟ କରିପାରେ କିନ୍ତୁ ୬୦ ବର୍ଷର ବୃଦ୍ଧର ସାହିତ୍ୟରେ କଞ୍ଚାପଣ ଥାଇପାରେ। ଲେଖାଟିର ମେରୁଦଣ୍ଡ ଦୃଢ ହେବା ଦରକାର ଲେଖକର ମେରୁଦଣ୍ଡରୁ କଣ ଯାଏ ଆସେ! ହଁ ଅନୁଭବ,ଅନୁଭୂତି ଆଉ ପୁସ୍ତକ ପଠନର ସିଧାସଳଖ ପ୍ରତିଫଳନ ନିଜର ଲେଖା ଉପରେ ପଡ଼େ ଏବଂ ଏହାକୁ ମାର୍ଜିତ କରାଏ।

୧୭. ସୂର୍ଯୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନର ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜଣେ ଯୁବ ପ୍ରତିଭା ଭାବେ ନିଜ ପ୍ରତିଭାକୁ ବିଶ୍ଵ ଦରବାରରେ ଉପସ୍ଥାପନା ପାଇଁ ସ୍ଵତନ୍ତ୍ର ସୁଯୋଗ ମିଳିଛି। କେତେ ମାତ୍ରାରେ ଖୁସି ତଥା ପ୍ରଭାବିତ ହୋଇଛନ୍ତି ତତ୍ ସମ୍ପର୍କିତ କିଛି କଥା ରଖିବାକୁ ଅନୁରୋଧ।

ଉତ୍ତର– ହଁ ନିଶ୍ଚିତ ଖୁସି ଅଛି। କିନ୍ତୁ ଏହା ମଧ୍ୟ ଅଧିକ ଦାୟିତ୍ଵ ଆଣି ଦେଇଛି। ଏହା ମୋ ଲେଖକୀୟ ଜୀବନକୁ ଅଧିକ ମାର୍ଜିତ କରିବ ମୋର ଆଶା।

୧୮. ସୂର୍ଯୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ସମ୍ପର୍କରେ କେଉଁ ସବୁ କଥା ଆପଣଙ୍କୁ ପ୍ରଭାବିତ କରିଛି? ଯାହା ଫଳରେ ଓଡ଼ିଶାର ଅନ୍ୟ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନର ବିଭିନ୍ନ ପ୍ରତିଯୋଗିତା ଚାଲୁଥିବା ସତ୍ତ୍ବେ ଆପଣ ” ସୂର୍ଯ୍ୟୋଦୟ ଯୁବ ପ୍ରତିଭା ସମ୍ମାନ ପ୍ରତିଯୋଗିତା-୨୦୨୩” ପାଇଁ ଆଗ୍ରହୀ ହେଲେ?

ଉତ୍ତର– ସୂର୍ଯ୍ୟୋଦୟ ଏକ ଅନ୍ତର୍ଜାତୀୟ ଅନୁଷ୍ଠାନ। ଏହା ଭାରତ ବାହାରର ଅନେକ ଦେଶର କବି ତଥା ଲେଖକଙ୍କ ସହ ଯୋଡ଼ି ହେବାର ସୁଯୋଗ ଦିଏ। ଆଉ ସବୁଠୁ ବଡ଼ କଥା ହେଲା ଏଠି ବୟସ ନୁହେଁ ଲେଖାକୁ ଗୁରୁତ୍ବ ଦିଆଯାଏ।

୧୯. ସୂର୍ଯୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ସହିତ ଆପଣଙ୍କ ସଂପୃକ୍ତି କିପରି ସମ୍ଭବ ହେଲା ଏବଂ ବ୍ୟସ୍ତ ବହୁଳ ଜୀବନରେ ସାହିତ୍ୟର ଆବଶ୍ୟକତାକୁ ଆପଣ କିପରି ଭାବେ ଦେଖନ୍ତି?

ଉତ୍ତର– ପୂର୍ବ ବର୍ଷର ଯୁବ ପ୍ରତିଭା ସୁହାସିନୀ ପଟ୍ଟନାୟକ ମୋତେ ଏ ଅନୁଷ୍ଠାନ ସହ ଯୋଡ଼ି ହେବାର ସୁଯୋଗ ଦେଲେ। ସାହିତ୍ୟ ହିଁ ଜୀବନରେ ରଙ୍ଗ ଭରେ। ସାହିତ୍ୟ ବିନା ମଣିଷ କଣ ମଣିଷ? ସବୁ ମଣିଷ କୌଣସି ନା କୌଣସି ଭାବେ ସାହିତ୍ୟ ସହ ଜଡିତ। ଝରଣାର କୁଳୁକୁଳୁ ଶବ୍ଦ ହେଉକି ପବନର ଦୁଷ୍ଟାମୀ ସବୁଠି ସାହିତ୍ୟ ଅଛି। ଯେଉଁଠି ପ୍ରକୃତି ଅଛି, ଯେଉଁଠି ଜୀବନ ଅଛି ସେଥି ସାହିତ୍ୟ ଅଛି ହିଁ ଅଛି।

୨୦. ସାହିତ୍ୟକୁ ନେଇ ଆପଣଂକ ଜୀବନ ଦର୍ଶନ କଣ ଅଛି ଓ ସୂର୍ଯ୍ୟୋଦୟ ଠାରୁ କେଉଁ ପ୍ରକାର ସାହିତ୍ୟିକ ସହଯୋଗ ଆଶା କରୁଛନ୍ତି?

ଉତ୍ତର– ସାହିତ୍ୟ ହେଉଛି ସେଇ ମାଧ୍ୟମ ଯାହା ଦେଇ ସକାରାତ୍ମକ ଭାବ ସଞ୍ଚାର ହୋଇ ପାରେ। ସେଥିପାଇଁ ତ ସାହିତ୍ୟ ପକ୍ଷପାତିତା କରେ ଏବଂ ପ୍ରେମ, ମମତା ଆଉ ସ୍ନେହର ପକ୍ଷ ରଖେ। ଘୃଣା,ଇର୍ଷା, ହିଂସା ବିପକ୍ଷରେ ସବୁବେଳେ ସାହିତ୍ୟ ଥାଏ। ସାହିତ୍ୟ ପ୍ରେମର କଥା କୁହେ। ସେ ମାନବପ୍ରେମ ହେଉ କି ପ୍ରକୃତିପ୍ରେମ।। ସୂର୍ଯୋଦୟ ସହ ଅନେକ ପ୍ରବୀଣ ତଥା ଅନୁଭବି କବି/ଲେଖକ ଜଡିତ ଏବଂ ଅନେକ ତରୁଣ ତଥା କଞ୍ଚା କଲମ ଧରା ହାତ ମଧ୍ୟ ଜଡ଼ିତ। ଉଭୟଙ୍କୁ ନେଇ ଯଦି କର୍ମଶାଳା ଆୟୋଜନ କରାଯାଇ ପାରନ୍ତା ତେବେ ଭଲ ହୁଅନ୍ତା।।

ସ୍ନେହର ଜୀଵନ ପ୍ରଦୀପ!

ଆପଣଙ୍କ ସହିତ ସାହିତ୍ୟର ତମାମ ଦିଗ ତଥା ଏହାର ସାମାଜିକ ଜୀବନରେ ବ୍ୟବହାର ସମ୍ପର୍କିତ ବିଷୟ ବାବଦରେ ଜାଣି ଖୁବ ଖୁସି ହେଲୁ, ଆପଣଙ୍କ ଉଡାଣ ଏହିପରି ଜାରି ରହୁ।

ଅଭିନନ୍ଦନ ସହିତ

ସୂର୍ଯ୍ୟୋଦୟ ଲିଟେରାରୀ ଫାଉଣ୍ଡେସନ

Loading

4 thoughts on “Lets talk with young columnist and story teller Jeevan Pradeep Pradhan, hails from Nayagarh district of Odisha for SLF Literary Youth Icon Award contest-. 2023

  1. ଖୁବ୍ ସୁନ୍ଦର ମତାମତ।ଆପଣଙ୍କ ସାକ୍ଷାତକାର ପଢି ଖୁସି ହେଲି।ପ୍ରତ୍ୟେକ ବ୍ୟକ୍ତି ମନେ ରଖିବା ଉଚିତ୍ କି ସମସ୍ତଙ୍କ ଭିତରେ ଜନ୍ମରୁ ହିଁ ସାହିତ୍ୟ ଥାଏ।ସେହି ସାହିତ୍ୟକୁ ହୃଦ୍-ବୋଧ କରି ମାତୃଭାଷାର ପୁର୍ନଉଦ୍ଧାର କରିପାରିବା।ଆପଣଙ୍କର ସୁନ୍ଦର ସୁନ୍ଦର ସୃଷ୍ଟି ସମସ୍ତଙ୍କ ପ୍ରିୟ ଭାଜନ ହେଉ।

    1. ପଢ଼ି ଥିବାରୁ ଏବଂ ମତାମତ ଦେଇଥିବାରୁ ଧନ୍ୟବାଦ

  2. ଅଭିନନ୍ଦନ ମୋ ସାନ ଭାଇ… ସାରସ୍ଵତ ସାଧନା ଜାରି ରହୁ…. ଲେଖନୀ ଜାରି ରହୁ.. ଖୁବ୍ ଆଗକୁ ଯାଅ… ଏମିତି ସାମାଜର ସୁବିଧା ଅସୁବିଧା ତୁମ ଲେଖା ମାଧ୍ୟମରେ ପ୍ରତିଫଳିତ ହେଉ ଥାଉ… ✨ଜଗନ୍ନାଥ ମଙ୍ଗଳ କରନ୍ତୁ

Leave a Reply

Your email address will not be published. Required fields are marked *