( ମୁଖା )
!!!!!!!!!!!!!
ବାସ୍ତବତା ଯେଉଁଠି ଖାଇଅଛି ଧ୍ବକା
ସ୍ବାଭିମାନ ଯେଉଁଠି
ଲୁଣ୍ଠିତା ନିଃସଂଗତା
ଚାରିଆଡେ ଯେଉଁଠି
ଶୁନ୍ ଶାନ୍ ନିଃସ୍ତବତା
ଜୀବନର ମାନେ ଏଠି କିବା ?
କେବଳ ସତ ମିଛ ଖେଳରେ
ଜୀବନ ଖାଲି ଗୋଟେ ମୁଖା !
ସେ ଅନ୍ଧ କି ବଧିର ନୁହେଁ ,
ମାତ୍ର ନିର୍ବାକ୍ ମୂକ ।
ଶୁଣାଇଁ ପାରେନା ସେ କାହାକୁ
ସତ ଆଉ ମିଛର ଉପାଖ୍ଯାନ ,
କରିପାରେନା ସେ କାହାକୁ
ପ୍ରତିବାଦ ଅବା ପ୍ରତ୍ଯାଖ୍ଯାନ ।
କେବଳ ସେ ଅଭିନେତା
ଏ ଆକାଶଛତା ତଳର ,
ବାଦ ବିବାଦ ମାର ହାଣ ଦୃଶ୍ଯର ।
ଯେଵେ ଗତିଶୀଳ ହୁଏ
ତା ହୃଦୟ ସ୍ପନ୍ଦନ
ଅସଂଖ୍ଯ କ୍ଷତରେ ଯେବେ
ସୃଷ୍ଟିହୁଏ ଲହୁର କମ୍ପନ
ଯନ୍ତ୍ରଣାରେ ଜର୍ଜରିତ ହୁଏ ଯେବେ
ତା ସାରା ଶରୀର
ତଥାପି ଆଖିପତା
କରିପାରେନା ସେ ଓଦା !
ତେବେ ଜୀବନର ମାନେ ଏଠି କିବା ?
କେବଳ ସତ ମିଛ ଖେଳରେ
ଜୀବନ ଖାଲି ଗୋଟେ ମୁଖା ।
ଜୀଵନ ଖାଲି ଗୋଟେ ମୁଖା ।
ଜ୍ଯୋତ୍ସ୍ନା ରାଣୀ ଜେନା
ବାଲେଶ୍ବର
ବାସ୍ତବତା ଯେଉଁଠି ଖାଇଅଛି ଧ୍ବକା
ସ୍ବାଭିମାନ ଯେଉଁଠି
ଲୁଣ୍ଠିତା ନିଃସଂଗତା
ଚାରିଆଡେ ଯେଉଁଠି
ଶୁନ୍ ଶାନ୍ ନିଃସ୍ତବତା
ଜୀବନର ମାନେ ଏଠି କିବା ?
କେବଳ ସତ ମିଛ ଖେଳରେ
ଜୀବନ ଖାଲି ଗୋଟେ ମୁଖା !
ସେ ଅନ୍ଧ କି ବଧିର ନୁହେଁ ,
ମାତ୍ର ନିର୍ବାକ୍ ମୂକ ।
ଶୁଣାଇଁ ପାରେନା ସେ କାହାକୁ
ସତ ଆଉ ମିଛର ଉପାଖ୍ଯାନ ,
କରିପାରେନା ସେ କାହାକୁ
ପ୍ରତିବାଦ ଅବା ପ୍ରତ୍ଯାଖ୍ଯାନ ।
କେବଳ ସେ ଅଭିନେତା
ଏ ଆକାଶଛତା ତଳର ,
ବାଦ ବିବାଦ ମାର ହାଣ ଦୃଶ୍ଯର ।
ଯେଵେ ଗତିଶୀଳ ହୁଏ
ତା ହୃଦୟ ସ୍ପନ୍ଦନ
ଅସଂଖ୍ଯ କ୍ଷତରେ ଯେବେ
ସୃଷ୍ଟିହୁଏ ଲହୁର କମ୍ପନ
ଯନ୍ତ୍ରଣାରେ ଜର୍ଜରିତ ହୁଏ ଯେବେ
ତା ସାରା ଶରୀର
ତଥାପି ଆଖିପତା
କରିପାରେନା ସେ ଓଦା !
ତେବେ ଜୀବନର ମାନେ ଏଠି କିବା ?
କେବଳ ସତ ମିଛ ଖେଳରେ
ଜୀବନ ଖାଲି ଗୋଟେ ମୁଖା ।
ଜୀଵନ ଖାଲି ଗୋଟେ ମୁଖା ।
***************
ଜ୍ଯୋତ୍ସ୍ନା ରାଣୀ ଜେନା