ଆମେ ଶିଶୁ
******************
ଅଳକା ରଥ
****************
ଶିଶୁ ଆମେ କଳିକା ଯେ
ଏ ଜାତିର କାନନେ
ଭରା ବାସ ଆମ ପାଖେ
ସୁରଭିର ସୋପାନେ I
ଆମେ ଭରିବୁ ହସ ପସରା
ଆମେ ହାରିବୁ ଦୁଃଖର ଧାରା
ଆମେ ରଖିବୁ ମାଆର ମାନ
ଆମେ ବାପା ଙ୍କର ପ୍ରlଣଧାନ
ଆଶା ବାଡି ଆମେ ପରା
ଅଜା ଆଇ ଜୀବନେ
ଶିଶୁ ଆମେ କଳିକା ଯେ
ଏ ଜାତିର କାନନେ I 1 l
ଗୁରୁଭକ୍ତି ଗୁରୁସେବା
ହୃଦୟରେ ଭରିବୁ
ନ୍ୟାୟ ନୀତି ଆଦର୍ଶରେ
ଜିବନକୁ ଗଢ଼ିବୁ
ଆମେ ବର୍ଣ୍ଣିଳ ଭବିଷ୍ୟ ସ୍ଵପ୍ନ
ଆମେ ଆଲୋକର ରୂପା ଜହ୍ନ
ଆମେ ଆଶାର କୁହୁକ ପରା
ଆମେ ଉତ୍ତାଳ ତରଙ୍ଗ ଧାରା
ଆମେ ଖୁସି ମନ୍ତ୍ର ଅଟୁ
ଅନୁଷ୍ଠାନ ଗଠନେ
ଶିଶୁ ଆମେ କଳିକା ଯେ
ଏ ଜାତିର କାନନେ l2l
ପ୍ରିୟ ଚାଚା ନେହେରୁଙ୍କ
ଆମେ ସେହି ଗୋଲାପ
ପ୍ରଣମୁଛୁ ତାଙ୍କ ପଦେ
ମାଗୁ ତାଙ୍କ ଆଶିଷ
ଆମେ ସଚ୍ଚl ହେବୁ ତାଙ୍କ ପରି
ସ୍ନେହ ଶ୍ରଦ୍ଧା ରଖିଥିବୁ ଭରି
ଜନ୍ମଭୂମି ପାଇଁ କାମ କରି
ଜନନୀର ଆଶୀର୍ବାଦ ଧରି
ହସି ଖେଳି କାମ କରୁ
ଆଶିଷର ଚୁମ୍ବନେ
ଶିଶୁ ଆମେ କଳିକା ଯେ
ଏ ଜାତିର କାନନେ I 3l
———– ××××××× ———-