*ବନ୍ଦେ ଉତ୍କଳ ଜନନୀ*
*************
ନୀହାରିକା ପଣ୍ଡା
************
ଦୁଇ ଆଖି ଖୋଲି ଯାହା ଦିଏ ଚାହିଁ
ସବୁ ମୋ ଉତ୍କଳ ଦାନ
ଉତ୍କଳୀୟ ପ୍ରାଣେ ଭଲପାଏ ମୁହିଁ
ମୁଁ ତ ଉତ୍କଳ ସନ୍ତାନ ।
ଯା’ପାଣି ପବନେ ଗଢା ଏ ଶରୀର
ଖାଦ୍ୟ, ବସ୍ତ୍ର ,ଭାଷା ପ୍ରିୟ
ସେହି ପରା ଆମ ବୀରପ୍ରସବିନୀ
ପୃଥିବୀ ପୃଷ୍ଠରେ ଶ୍ରେୟ ।
ଖଣିଖାଦାନରେ ସାଇତି ରଖିଛି
ସୁନା,ରୂପା, ହୀରା, ମୋତି
ଐର ଖାରବେଳ ସାମ୍ରାଜ୍ୟ ବିସ୍ତାର
କଳିଙ୍ଗ କ୍ରମିକ ରୀତି।
ବିବେକ ଯେଉଁଠି ବିଶ୍ୱବିଜୟୀ
ଚଣ୍ଡାଶୋକ- ଧର୍ମାଶୋକ
ମୋହନ ବି ଦିନେ ମହାତ୍ମା ଆଖ୍ୟାରେ
ତ୍ୟାଗ ବଳିଦାନ ଟେକ।
ଅଶୋକଙ୍କପରେ ଐରଖାରବେଳ
ଭୌମ ଓ କେଶରୀବଂଶ
ଗଙ୍ଗବଂଶ ରାଜା, ସୂର୍ଯ୍ୟବଂଶ ରାଜା,
ଭୋଇ ବଂଶ ଅବତଂସ।
ଉତ୍କଳ ଗୌରବ ଉତ୍କଳର ମଣି
ପାରଳାର କୃଷ୍ଣଚନ୍ଦ୍ର
ମୟୁରଭଞ୍ଜର ରାଜାଙ୍କ ଭୂମିକା
ସ୍ମୃତି ବନ୍ଦ୍ୟ ରାମଚନ୍ଦ୍ର ।
ଉତ୍କଳ ସଭା ଓ ଉତ୍କଳ ଦୀପିକା
ଉତ୍କଳର ସମ୍ମିଳନୀ
ଗୌରୀଶଙ୍କର ଗରିମା ଗୌରବ
ସେନାପତି- ଭାଷାପ୍ରେମୀ।
ଆଗାମୀ ଦାୟାଦ ଅକ୍ଷୁର୍ଣ୍ଣ ଶପଥେ
ଅବର୍ତ୍ତମାନଙ୍କୁ ସ୍ମରି
ଏପ୍ରିଲ ପହିଲା ଉତ୍କଳ ପ୍ରଦେଶ
ଗଠନ ଜାଗ୍ରତଧାରୀ।
ସେହି ଆଦର୍ଶର ପଥ ଧାରେ ଧାରେ
ଉତ୍କଳୀୟ ପାଦ ଚାଲୁ
ଜୟତୁ ଉତ୍କଳ ଚିର ବନ୍ଦନୀୟା
ତିରିଶ ଜିଲ୍ଲାରେ ବୁଲୁ।
*************