*ମୁଁ ଓଡ଼ିଆ*
ମନୋଜ କୁମାର ଦାସ
***************
ଉତ୍କଳ
କେବେ ପଚାରିଛୁ
ଭଲ ପାଏ କେତେ
ଆଜିର ଦିନରେ ନୁହେଁ
୮୭ ବସନ୍ତର ଗତିରେ
ଓଡ଼ିଆ ହୋଇ ଗର୍ବ କରେ l
ଓଡ଼ିଆ ଭାଷା ସଂସ୍କୃତି ପରମ୍ପରା
ଉଣେଇଶ ଛତିଶ ମସିହା ଏକ
ତାରିଖ ଆମ ପାଇଁ ସ୍ମରଣୀୟ
ସ୍ୱାଧୀନ ଆଣିଲା ଓଡିଶା ରାଜ୍ୟ
ଉତ୍କଳ ମଣି, କଥା ସମ୍ରାଟ, ମହାରାଜା, ପ୍ରକୃତି ଓ ପଲ୍ଲୀ କବି, ବାରିଷ୍ଟର, କାନ୍ତକବି
ଆହୁରି ଅନେକ ମହାମାନ୍ୟ ମିଶି
ସ୍ୱତନ୍ତ୍ର ଉତ୍କଳର ମାନ୍ୟତା ପାଇଁ
ଶତ ସଂଗ୍ରାମର ଜୟଜୟକାରl
ମାଆ, ମାଟି, ପାଣି, ପବନରେ
ଜନମ ନେଇଛି ତାହାରି କୋଳେ
କୁଆଁକୁଆଁ ଡାକ ମାଆ ଡାକ ହୁଏ
ଓଡ଼ିଆ ଭାଷାଯେ କେଡେ ମଧୁର
କହିବା,ଲେଖିବା, ପଢିବା ଆମେ
ଓଡ଼ିଆର ଟେକ ରଖିବା ଜଗତେ
ଯେତେ ଭାଷା ଜାଣୁଛ ଜାଣ
ଓଡିଆ ଭାଷାର ସୁରକ୍ଷା କର
ସ୍ୱତନ୍ତ୍ର ଉତ୍କଳ ମାନ୍ୟତା ପାଇ
ବିଶ୍ୱ ଦରବାରେ ଆମେ ପରିଚିତ
ସେହି ମହାମନୀଷୀଙ୍କ ପାଦରେ
କୋଟି କୋଟି କରୁ ପ୍ରଣିପାତ l
***************
233 total views, 1 views today