ଘର
******
ଶରତ ଚନ୍ଦ୍ର ପଣ୍ଡା,
****************
ମମତା ବାସ୍ନାର ଶୀତଳ ପବନ
ବହି ଯାଉଥାଏ ଯେଉଁଠି,,
ମାଆ ସ୍ନେହଁ, ପ୍ରେମ ଭଲ ପାଇବାର
ଭିଜା ସ୍ପର୍ଶ ଲାଗେ ସେଇଠି ll
ଦୁନିଆ ବଗିଚା ମିଠା ସୁମନର
ମହକ ଛୁଟଇ ସତେକି,
ଅସରା ସୋହାଗ ଅମାପ ମାପରେ
ଭାଗ ଦିଆଯାଏ ଯାଚିକି ll
କଅଁଳ ଡାକର ଲହରୀ ଖେଳଇ
ଫୁଲ ଫୁଟଇ ମହକି,,
ଝରି ଯାଉଥାଏ ଆଖି ତଳୁ ନଈ
ଆପଣା ପରସ ପାଇକି ll
ଯେଉଁ ମାଟି ପରେ ମାପ ଚୁପ ନାହିଁ
ଅଗଣା ଖେଳାଏ ସଭିଙ୍କି,,
କେତେ କଲି ରାଗ ରୁଷା ସମାଧାନ
ହୁଏ ଆପେ ଯା’ରାତିକି ll
ମନ୍ଦିର ନ ହୋଇ ପବିତ୍ର ସଂସ୍କାର
ମିଳିଥାଏ ଆମ ପାଇଁକି,,
ଅପୂଜା ରହିବି ଠାକୁର ସେଠାରେ
ରୁହନ୍ତି ଖୁସି ହୋଇକି ll
***************
96 total views, 1 views today