**ଆମର୍ ଅଜାବୁଢ଼ା***
*****************
ଅଜାବୁଢ଼ାର୍ ଗୁନ୍ ଗାଏଲେଁ କେଭେଁ ଆମେ
ହସୁଛନ୍ ନାତି ନାତେନ୍
କହେସନ୍ ଝାର୍ବେଡ଼ା କାଣା ଜାନିଥିଲେ
ଆଘୋର୍ ଭୁତ୍ ପେତେନ୍। ୧
ବାଇସ୍କଲ୍ ନି’ବଘିଁ ତାଁକର୍ ଜୀବ୍ନେ
ନି’ହୁଅନ୍ ଗଢ଼ାଜରି
କୁଶେ ହେଉ କି ଚାଏର୍ ଯୋଜନ୍
ପହଁଚିଯାନ୍ ଚାଲିକରି। ୨
ତାଁକର୍ ମାହାପୁରୁ କୁଟୁମ୍ ଆଉର୍ ବଂଧୁ
ଭାବି କରୁଥିଲେ ସେବା
ହିଁସା ଅହଁକାରେଁ ପଏସାର୍ ଲୁଭେଁ
ନି’ଥାଇଁ ଦେବାର୍ ନେବା। ୩
ଘରେଁ ଟିଆଁମିଆଁଟେ ଆସ୍ବାର୍ ଆଘୋନୁ
ଖଟ୍ଲି ବନେ ଶିଶୁ କାଠେଁ
ଡଲାକେ ଫାଂଦି ଦୁଲି, ତିନ୍ ଚକିଆ ଗାଡ଼ି
ଛୁଆ ଚାଲନ୍ ତାଁକର୍ ବାଟେଁ। ୪
ଯାତ୍ରା ପର୍ବେଁ ଗାଗା ଦଗ୍ଲି ପିଂଧେଇ
ନେଉଥିଲେ ପାଇ କରି
କଠ୍ଲେଇ ନି’ପାରି ତୁତୁ କରିଦେଲେଁ
କହନ୍ ମୁତ୍ରୁ ମୁତ୍ରି। ୫
ହରିହାଟ୍ ଦଶ୍ରା ଦେଖ୍ବାର୍ ଲାଗି
ଫାଂଦୁଥିଲେ ଟାଂଗା ଗାଡ଼ି
ମାଏକିନିଆଁ ଛୁଏ ଟେମ୍ଚେନ୍ ହେଇ
ଦେଖି ଯାଆନ୍ ଗାଡ଼ି ଚଢ଼ି। ୬
ପିଲା ଛୁଆମାନେ ଗାଆଁଥିଁ ପଢ଼ିସାରି
ଯାଉଥିଲେ ଟାଉନ୍କେ
ଅଜାବୁଢ଼ାକଁର୍ ଉସ୍ତାର୍ ନି’ଥାଏ
ଦେଖି ଯାଆନ୍ ଠିକ୍ ବେଲ୍କେ। ୭
କେଭେଁ ମୁଗ୍ଫଲି ଭୁଜା ଚନା ଅଏର୍ସା
ପହଁଚାନ୍ ବୁଚ୍କା ଭରି
ନାତିର୍ ମନ୍ ଖୁସ୍ ଥିଲେଁ ସିନା ପଢ଼୍ବା
ପାଠ୍ ଆଏବା ବନ୍ଏକରି। ୮
ସିନେମା ଦେଖା ତ ବଡ଼େ ଗହନ୍ କଥା
ଆସ୍ଲେଁ କଟ୍କିଆ ନାଟ୍
ଦେଖେଇ ନିଅନ୍ ମନା ନି’କରନ୍ କେଭେଁ
ଥାଉ ପଛେଁ ଯେତେ ବାଟ୍। ୯
ଝି’ବହର୍ ଲାଗି ସାଜୋ ବନଉଥିଲେ
ଘର୍କେ ଡାକି ସୁନାରି
ନୂଆଁନୂଆଁ ସାଜୋ ଗଢ଼େ ଯାହା ଜାନେ
ପିଂଧନ୍ ଉସତ୍ ହେଇକରି। ୧୦
ପୁଓମାନେ ଯେତେ ଲବାର୍ ଥିଲେଁ ଭି
ନି’କରନ୍ ସହଜେଁ ଭିନେ
ଜାଂଗଲ୍ ବର୍କଷ୍ ଥିଲେଁ ଉଠ୍ବସ୍
ଆରାମ୍ ନି’କରନ୍ ଛନେ। ୧୧
ନିଜେଁ ସବୁ ଦୁଃଖ୍ ସହି ବୁପ୍ରେ
କୁଟୁମର୍ କରନ୍ ସେବା
ସବୁ ସୁବିଧା ପାଇ ଆମର୍ ନାତିନାତେନ୍
ଆମକୁଁ କହୁଛନ୍ ଗେବା। ୧୨
***************
ସୁଧୀର୍ ପଂଡା