ସଖା ତୁମ ପରେ
ଯେତେବେଳେ ଖୋଜିଛି ତମକୁ ପାଇଛି
ଆଖି ଆଗରେ ଆଇନା ରୂପରେ……..
ମୁଁ ହସିଲେ ହସିଚ ଆଉ କାନ୍ଦିଲେ କାନ୍ଦିିିିିଚ
ଯେତେ ଅତ୍ମୀୟତା ଲାଗେ ସବୁ ତମରି ପାଖରେ
କେବେ କେମିତି ହତାଶ ହେଲେ ଗାଳି ଦିଏ
ତାକୁ ବି ପିଇ ଯାଅ ସାଗର ଭଳିଆ
କିନ୍ତୁ ପୁରୀ ଯାଇ ଶୁଣିଲି ଓଲଟା
ଯେ ତମେ ହଟିଆ ଠାକୁର ଆଉ ଭାରି ଛଳିଆ……
ଜାଣିଲି ଯେ ତମେ ମତେ ଭଲ ପାଅ କେତେ
ବିନା ସର୍ତ୍ତ ଆଉ ବିନା ସ୍ୱାର୍ଥ ପ୍ରେମ
ତେଣୁ ଅକିଞ୍ଚନ ତ୍ରୁଟି କ୍ଷମା କର ଭାବଗ୍ରାହୀ
ସୁଖଦୁଃଖ ର ସାଥୀ ତମେ ସଖା ତୁମ ନାମ….
ଧନ୍ୟବାଦ ଏତେ ମୁଠା ପ୍ରେମ ଓ ବନ୍ଧୁତା ପାଇଁ
ବନ୍ଧୁ ନିକଟରେ ଅଧମ ଚୀର ଋଣୀ
ହେ ସଖା ଯାଉଛି ଘରକୁ ମତେ ଭୁଲିବନି
ଦିଅ ହେ ବିଦାୟ 🙏ଦିଅ ହେ ମେଲାଣି 🙏
ପୁରୀ ରେ କଳାସାଆନ୍ତେ ଙ୍କୁ ଧନ୍ୟବାଦ ପୂର୍ବକ ବିଦାୟ
ବନ୍ଧୁ ବିରହ ର ଅବ୍ୟକ୍ତ କାହାଣୀ ସହ
ମଧୁସ୍ମିତା ରାଉତ
ତାଳବରକୋଟ