ନମସ୍ୟ ନେହେରୁ ବୋଧ
ସଲିଳେ ନୀଳିମା ମହୋଦଧି ଜଳେ
ଆହା ନୀଳବର୍ଣ୍ଣ ତୁମେ
ଶିଶୁମାନଙ୍କର କୁନି ଓଠେ ହସ
ନୀଳଆଖି ସ୍ମୃତି ଚୁମେ ।
ଶିଶୁଆପଣାର ହୃଦୟ ସ୍ପନ୍ଦନ
ପ୍ରଣବ ଗାୟତ୍ରୀ ମନ୍ତ୍ର
ଶିଶୁଙ୍କ ସୃଜନ ଶକ୍ତିର ଚିନ୍ତନ
ଜୀବନର ମୂଳମନ୍ତ୍ର ।
ଶିଶୁ ହସଖୁସି ନୀଳଆଖି ସ୍ୱପ୍ନ
ପାହାନ୍ତି ସପନ ତୁମ
ଆଉଥରେ ଚାଚା ଫେରିଆସି ମର୍ତ୍ତ୍ୟେ
ନେବ କି ଥରୁଟେ ଜନ୍ମ ?
ସ୍ମୃତି ଶ୍ରଦ୍ଧାଞ୍ଜଳି କରୁଛୁ ଅର୍ପଣ
ପ୍ରତି ଶିଶୁ ଯୋଡହସ୍ତେ
ତବ ଆଦର୍ଶରେ ଜୀବନ ପୂର୍ଣ୍ଣତା
ହଜିବୁ ତୁମରି ସାଥେ।
ରକ୍ତ ମାଂସ ଦେହ ଯାଇଛି ଶ୍ମଶାନ
ସ୍ମୃତି ତବ ଆୟୁଷ୍ମାନ
ସେହି ସ୍ମୃତି ପ୍ରୀତି ବକ୍ଷରେ ସାଇତି
ଜୟନ୍ତୀର ଆୟୋଜନ ।
ଆଗାମୀ ଝୁଲୁଛିଶ୍ରେଣୀକୋଠରୀରେ
ଗୋଲାପ ମହକ ଥାଇ
ଶିଶୁଙ୍କ ଉନ୍ନତି ଶିକ୍ଷାର ପ୍ରଗତି
ଶିକ୍ଷକଙ୍କ ଆସ୍ଥା ନେଇ।
ଶିଶୁଙ୍କ ପ୍ରଶ୍ୱାସେ ପ୍ରତିଭାତ ସିନା
ଆଜି ତବ ଜନ୍ମଦିନ
କୁନିକୁନି ହାତ କୁନିକୁନି ଓଠ
କୁନି ଆଖି ସ୍ୱପ୍ନ ତୁମ ।
ଫୁଲ ସିନା ଝଡେ ବାସି ହୋଇଗଲେ
ତା’ଶୋଭା ଲୁଚେ ଉହାଡେ
ଯଶକୀର୍ତ୍ତି ରହେ ଚିର ଅମଳିନ
ବେଶି ବେଶି ମନେପଡେ।
ନୈପୁଣ୍ୟ ତୁମର ନିଷ୍ଠାପର ଯେଣୁ
ନମସ୍ୟ ନେହେରୁ ବୋଧ
ନୟନପଥର ନଜିରରେ ସିନା
ସ୍ମରଣୀୟ ସ୍ମୃତି ଭେଦ।
ନୀହାରିକା ପଣ୍ଡା
ରାକମା, ଭାପୁର, ନୟାଗଡ଼