ଅଖାଡୁ ଜ୍ୟୋତିଷ
ନାମ ମୋ ଅଖାଡୁ ଘର ମୋ ବାରସିଙ୍ଗା
ପେଟୁଆ ଜ୍ୟୋତିଷ ପିଲାଏ ଡାକନ୍ତି ମତେ….
ମୁଣ୍ଡା ଖଡ଼ି ସାଙ୍ଗେ ଢୁଙ୍ଗା ପୁଟୁଳିଟେ ମୋର
ଫେରିଲା ବେଳକୁ ନାନା ଦ୍ରବ୍ୟ ଆଣିଥାଏ କେତେ କେତେ….
ଘରଣୀ ମୋର ନେତର ମଣି ସେ କାଳିକା ଚଂଚଳା
ଓଜନିଆ ଗଣ୍ଠୁଲି ଦେଖି ତା ପୁରିଉଠେ ମନ ପ୍ରାଣ
ଅରୁଆ ଚାଉଳ ଦଶ ଦଶ ବସ୍ତା ଠୁଳ କଲାଣି ସେ
ବିକୁଛି ଲୋକ ଦେଖି ପାଞ୍ଚ ଦଶ ମାଣ…..
କଖାରୁ ବାଇଗଣ ପରିବା ଝୁଡିରେ ଗଦା
ଜ୍ୟୋତିଷ ପାଠମୋ ପାଳିଥାଏ କୁଟୁମ୍ବ ର
ସଂସାର ସାରା ମୁଁ ନୀତି ବୁଲୁ ଥାଏ
ଗୋସେଇଁ ନନାଙ୍କୁ ଲକ୍ଷେ ସଂମ୍ମାନ ଆଉ ଆଦର….
ରାଶି ଫଳ ମୁଯେ କହିଥାଏ ସଭିଙ୍କର
ମେଷ ରାଶି ଵାଲା ମେଣ୍ଢା ପ୍ରକୃତିଆ
ବୃଷ ରାଶିବାଲା ବଜାର ବୁଲନ୍ତା ଷଣ୍ଢ
ମିଥୁନ ରାଶି ଯେ କାମଦେବ ପୂଜାରୀ ସେ ବାସନା ର….
କର୍କଟ ରାଶି ଯେ କର୍କଶ ସ୍ଵଭାଵ
ସିଂହ ରାଶିବାଲା ଗର୍ଜୁଥାନ୍ତି ସଦାବେଳେ ସଂ ସଂ
କନ୍ୟା ରାଶି ଵାଲା ଦୋଚରା ପ୍ରକୃତି ଦାର ବୋଲକରା
ତୁଳା ରାଶି ଵାଲା ସବୁ ଥିରେ ହଁ ହଁ……
ବିଛା ରାଶି ଵାଲା ଭାରି ଉଦ୍ଧତ ଲୋ ବାକେ ନଥାଏ ସଂଯମ
ଧନୁ ରାଶିବାଲା ଭାରିସ୍ୱାଭିମାନୀ ବୁଝନ୍ତି ସଭିଙ୍କ ମନ
ମକର ରାଶିଯେ ମକରା ପ୍ରକୃତି ଦିଅନ୍ତି ନାହିଁସେ ଧରା
କୁମ୍ଭ ରାଶିବାଲା ଉଭୟ ଚର ଲୋ ସ୍ୱରୂପ ତାଙ୍କର ଭିର୍ଣ୍ଣ….
ଶେଷ ରାଶି ଯେ ମୀନ ଲୋ ଭାରି ସିଏ ମତଲବି
ପାଞ୍ଚଟଙ୍କା କୁ ସରି ହେବେନି ଲୋ ଜାହାଜ ଯେ କିଣିଦେବେ
ଏଇ ପ୍ରକାରେ ଡରଜନେ ରାଶି ବାର ପ୍ରକାରେ ଚରିତ୍ର
ନିଜ ନିଜ ରାଶି ଜାଣି ବିଚାର ନିଜେ କରିବେ….
ଭୁଲ ତ ନିଶ୍ଚୟ ହେଇଛି ଗଣନା ରେ
କ୍ଷମା କରି ଆଶୀର୍ବାଦ ଦେଵେ 🙏
ମଧୁୁସ୍ମିତା ରାଉତ 🖌️
ତାଳବର କୋଟ