*** *ମଉଳା ଜହ୍ନ* ***
**********
ସୀମାଞ୍ଚଳ ପଣ୍ଡା
***********
ଜହ୍ନ ଆଜି ରୁଷେ ମନ ମାରି ବସେ
ମଉଳି ଯାଇଛି ମୁହଁଟା ତା’ର,
ବାଦୁଆ ବାଦଲ ହୋଇ ମତୁ ଆଲ
ଟହଲ ମାରୁଛି ନାହିଁ ଖାତର।
ପୁନେଇଁ ଜହ୍ନର ଆନନ୍ଦ ବଜାର
ଲାଗିରହେ ସିନା ଦୁନିଆଁସାରା,
ଅଦିନ ମେଘର ଯାଚି ଦିଆ ବର
ଜାଣୁଛି ଜଗତ ଖୁଣୁଛି ପରା,
ପ୍ରକୃତିର ଖେଳ ଚାଲେ ସବୁ କାଳ
ରୋଧିବା ଶକତି ଅଛି କାହାର?
ଜହ୍ନ ଆଜି ରୁଷେ ମନ ମାରି ବସେ
ମଉଳି ଯାଇଛି ମୁହଁଟା ତା’ର।
ଖିଲି ଖିଲି ହସି ଝୁଲି ଝୁଲି ଭାସି
ଭାସେମେଘ ମିଛଭରସା ଦେଇ,
ମେଘୁଆ ବସନ୍ତ କରେ ହନ୍ତସନ୍ତ
ପ୍ରତିଶ୍ରୁତି କେବେ ରଖେକିସେହି?
କାଳେ ପୁଣି ଆସି ଦିଅଇ ବରଷି
ଅକାଳ ମେଘର ସକାଳ କଥା,
ଅଦିନେ ବରଷି ଶୋଷି ନିଏ ଖୁସି
ଚାନ୍ଦର ମୁହଁଟା ପଡ଼ଇ ନଥା,
କ୍ଷଣ କ୍ଷଣ ଆନ ପୃଥିବୀ ଚଳନ
ବୁଝିବା ଶକତି ଅଛି କାହାର?
ବାଦୁଆ ବାଦଲ ହୋଇ ମତୁଆଲ
ଟହଲ ମାରୁଛି ନାହିଁ ଖାତର।
କାରଣ ନଥାଇ କର୍ମ ହୁଏ ନାହିଁ
ସୃଷ୍ଟିରେ ବିଧାତା ବିଧାନ କଥା,
ନିମିତ୍ତ ମାତର ମଣିଷ ସୂତର
ଅବୁଝା ପଣରେ ଘୂରଇ ମଥା।
*******************
103 total views, 2 views today