ଉଠ ଉଠ ନୀଳମଣି
ପ୍ରାଚୀ ଗଗନ ରେ ଉଦେ ହେଲେ ଦିନମଣି
କାକ ପୀକ ରାବିଲେ ଣୀ
ଉଠ ଉଠ ନୀଳମଣି
ଉଠ ଉଠ ନୀଳମଣି,,,,
ଝରି ରେ ରଖିଛି ସୁବାସିତ ଜଳ
ଶ୍ରୀ ମୁଖ ଦେବି ପଖାଳି
କ୍ଷୀର ସର ସଙ୍ଗେ ଖଣ୍ଡ ଶାକର କୁ
ରଖିଛି ମୁଁ ସରପୁଳି
ନିଧନ ସଙ୍ଖାଳି ମୋର ଗଳା ମାଳି
ନିଦ୍ରା ତେଜ ଧନ ମଣି।
ଉଠ ଉଠ ନୀଳମଣି,,,,,,
ସୁଦାମ ସୁବଳ ସ୍ତୋକ କୃଷ୍ଣ ମଧୁ
ଦୁଆର ପାରୁସେ ଥାଇ
ଡାକୁଛନ୍ତି ତୋତେ ଆସ ହେ ଗୋବିନ୍ଦ
ବିଳମ୍ବ କରୁଛ କାହିଁ
ଅଳସ ନ କରି ଉଠ ନରହରି
ଗୋପାଳ ମୁରଲୀ ପାଣି।
ଉଠ ଉଠ ନୀଳମଣି,,,,,
ଉଠ ଉଠ ନୀଳମଣି,,,,,
ବିଜୟ କୁମାର ସ୍ବାଇଁ
ପ୍ରଧାନ ପଡା, କଟକ