ଆତ୍ମା ନନ୍ଦିଘୋଷେ ଶ୍ରୀ ଜଗନ୍ନାଥ
ଆତ୍ମା ନନ୍ଦିଘୋଷ ଅଦୃଶ୍ୟ ଅଟ ଇ
ତହିଁ ବିଜେ ଜଗନ୍ନାଥ
ଭାବର ଠାକୁର ଭକ୍ତିର ପରୀକ୍ଷା
ନେଇଥାନ୍ତି ଅବିରତ।
ଭାବ ର ରଜ୍ଜୁ ରେ ଭିଡି ଦ ଉଡ଼ି କୁ
ଆତ୍ମା ରେ ଥାପି ବିଗ୍ରହ
କାମନା ବାସନା ଏଡାଇ ଦୂରରେ
ଭଜେ ତାଙ୍କୁ ଅହରହ।
ଯେହୁ ଗୂଢ ଜ୍ଞାନୀ ଜାଣେ ସେହି
ସତ୍ତା ଅନୁଭବ କରି ହୃଦ
ସେହି ଏକା ସୁଖୀ ଜନ୍ମ ସଫଳ
ହୁଏ ପରମ ବାନ୍ଧବ।
ଆତ୍ମା ନନ୍ଦିଘୋଷ ଚାଲୁଛି ନୀରବେ
ଦିନ ପରେ ରାତି ଦିନ
ଜଗନ୍ନାଥ ଙ୍କର ଅପୂର୍ବ ଏ ଲୀଳା
ପରମାତ୍ମା ରେ ବିଲୀନ।
ଘଟରୁ ଘଟକୁ ପରିବର୍ତ୍ତନ ସେ
ହୋଇ ନବ କଳେବର
ମାନବୀୟ ଲୀଳା ଲାଗିଛି ଜଗତେ
ବ୍ରହ୍ମ ତତ୍ତ୍ବ ଏହି ସାର।
ମୋକ୍ଷର ପଥରେ ମୁକ୍ତିକାମୀ ନର
ଆତ୍ମା କରି ପରିମଳ
ନନ୍ଦିଘୋଷ ପରେ ବିଜେ ଜଗନ୍ନାଥ
ଦୃଢ଼ ହୁଏ ମନୋବଳ।
ନଳିନୀ ପ୍ରଭା ମିଶ୍ର
ମୁକୁନ୍ଦ ପୁର, ଆସ୍କା, ଗଞ୍ଜାମ
ମୋ-୯୭୭୭୮୮୭୯୪୨