ଉତ୍କଳ ଗୌରବ ମଧୁବାବୁଙ୍କ ସ୍ମୃତିରେ
ଉତ୍କଳ ମାଟିର, ଓଡ଼ିଆ ଜାତିର
ଗଉରବ ପୁଅ ମଧୁ,
ରଖିଲା ସେ ଟେକ, ହାରିନେଲା ଦୁଃଖ
ହାତଯୋଡ଼ି ତାଙ୍କୁ ବନ୍ଦୁ ll(1)
କଟକ ଜିଲ୍ଲାର, ସତ୍ୟଭାମା ପୁର
ମଧୁବାବୁ ଜନ୍ମ ପୀଠ,
ପିତା ରଘୁନାଥ, ମତା ପାରବତୀ
ଔରଷେ ହେଲେ ଭୂମିଷ୍ଠ ll(2)
ପ୍ରଥମ ଓଡ଼ିଆ, ସ୍ନାତକଟି ଯାହା
ଓକିଲ, ଓଡ଼ିଆ ମନ୍ତ୍ରୀ,
ବିଲାତ ଫେରନ୍ତା, ଇସ୍ତଫା ସେ ଦାତା
ମନ୍ତ୍ରୀପଦ, ସ୍ୱାଭିମାନୀ ll(3)
ଯାଉ ପଛେ ଧନ ,ବଞ୍ଚି ଯାଉ ମାନ
ସେହିତ ଶ୍ଵାସିତ ପରା,
କଥା ଆଉ କାମ, ଧୈର୍ଯ୍ୟ ଆଉ ଦମ୍ଭ
ନୀତି ମୂଳଦୁଆ ପରା ll(4)
ତ୍ୟାଗ ଓ ତପସ୍ୟା, ଆଚରାଣ ଭାଷା
ନୀତିନିଷ୍ଠ ମନ ଟିଏ,
କାଉଁରିଆ କାଠି, ନଇଁନି କେଉଁଠି
ହୋଇ ଦୃଢ଼ ମନା ସିଏ ll(5)
ଉତ୍କଳ ଟାନେରୀ, ତାରକସି ପୁଣି
ଦୁଇ ଶିଳ୍ପ ଗଢ଼ି ଥୋଇ,
ନିଜର ସମ୍ମାନ, ଦାନ ଅବଦାନ
ଦେଲା ପରିଚୟ ଥୋଇ ll(6)
ଜାତି ସ୍ୱାଭିମାନ, ଜାତି ଅଭିମାନ
ପାଇଁ କେତେ କରି ଗଲେ,
ସହି ସେ ଯାତନା, ଦେଇ ସଦଭାବନା
ନବ ଜାଗରଣ କଲେ ll(7)
ଓକିଲାତି ମୁଣ୍ଡ, କଲା ସବୁ ରୁଣ୍ଢ
ଓଡ଼ିଆଙ୍କ ସ୍ୱାର୍ଥ ପାଇଁ,
କଲେ ସମ୍ମିଳନୀ, ସଭା କଲେ ପୁଣି
ଅସଲ କଥାକୁ କହି ll(8)
ଆସିଛି ଅଭାବ, ଘେନିନି ସ୍ଵଭାଵ
ସ୍ୱାଭିମାନ ଦୀପ ଜାଳି,
କଲା ଆଲୋକିତ, ଅନ୍ଧାର ନିହତ
ଆପଣା ଜ୍ୟୋତିକୁ ଢ଼ାଳି ll(9)
ଲାଭ ଠାରୁ ଲୋଭ, ଜାତି ଗଉରବ
ସତେ ସେ ସରଗ ଶଶୀ,
ସେ ମହା ଆନନ୍ଦ, ସେତ ପୂର୍ଣ୍ଣ ଚାନ୍ଦ
ଯହିଁରେ ନିହତ ଖୁସି ll(10)
ଦୁଃଖୀ, ରଙ୍କିଙ୍କର, ଦରଦୀ ବନ୍ଧୁର
ଅସଲ ଚେହେରା ଜଣେ,
ସଦା ବିଳପିତ, ସହଯୋଗ ହାତ
କୋଣେ ଅନୁକୋଣେ ବୁଣେ, ll(11)
ତୁଳସୀ ପତ୍ରଟି, ଉଠିଲା ଚହଟି
ଶୈଶବରୁ ମଧୁ ଦାସ,
ସଦଗୁଣ ମହକ, ରଖିଲା ତା’ଟେକ
କାମଟି ଥୋଇଲା ଯଶ ll(12)
ସୁସାହିତ୍ୟିକ, ସୁବକ୍ତା ଲେଖକ
ମହା ଜ୍ଞାନୀ, ମହା ମାନି
ମଧୁ ବାରିଷ୍ଠର, କଲା ଥର ହର
ଇଂରାଜୀ ଚକ୍ରାନ୍ତ ଜ୍ଞାନ ll(13)
ଜାତି ନନ୍ଦିଘୋଷ, ଜାତି ପଉରଷ
ମାଡି ଗଲା, ଡେଇଁ ହତା,
ନବ ଉତ୍କଳର, ଗଠନର ସ୍ୱର
ଭାଙ୍ଗିଦେଲା ନୀରବତା ll(14)
ସ୍ମୃତି ମାଳା ଲମ୍ବେ, ଦିଶେ ପ୍ରତିଵିମ୍ବେ
ନୟନ ଯୁଆଡେ ଚାହେଁ,
ମାଟି, ପାଣି ସହ, ନଦୀ ବନ ଗିରି
ଗୁଣାରର୍ଣ୍ଣବ ଝୁରି ଗାଏ ll(15)
ପ୍ରବାଦ ପୁରୁଷ, ଜାତି ଇତିହାସ
ତାଙ୍କଠାରୁ ଶୁଭାରମ୍ଭ
ଦିନ ଯିବ ସରି, କାଳଟି ଓହରି
କହିଲେ ଶେଷ ନହେବ ll(16)
ଜାତି ପ୍ରେମ ବହିଁ, ଜାଳି ଦେଇ ପୁଣି
ଦେଲେ ଆହ୍ୱାନର ଡାକ
ସ୍ୱାର୍ଥ ମେଧ ଯଜ୍ଞ, ମାଗୁଅଛି ଅର୍ଘ୍ୟ
ଦେଇ ପୁଣ୍ୟଟିକୁ ରଖ ll(17
ଉତ୍କଳ ଜନନୀ, ବୀର ପ୍ରସଵିନୀ
କୋଟି ସୁତ, ସୁତା ମାତା
ସୁଯୋଗ୍ୟ ସନ୍ତାନ, ମଧୁ ବାବୁ ଜାଣ
ଯୁଗ ଯୁଗ ପାଇଁ ବାର୍ତ୍ତା ll(18)
ଜୟ କୁମାର ମିଶ୍ର
ଗ୍ରାମ-ବୁଦୁରା
ଜିଲ୍ଲା – ଗଜପତି