ଜୟ ମା ଲକ୍ଷ୍ମୀ
ସାଗର ଦୁଲ୍ଲଣୀ, ଲକ୍ଷ୍ମୀ ଠାକୁରାଣୀ
ବିଷ୍ଣୁଙ୍କର ପାଟ୍ଟରାଣୀ,
ସାଗର ମନ୍ଥନୁ,ଜାତ ହେଲୁ ମାତା
ବୈକୁଣ୍ଠ ପୁର ବାସିନୀ।1
ଏ ସାରା ବିଶ୍ୱକୁ,ଯୋଗାଉ ତୁ ଅନ୍ନ
ପଡିଦାତ୍ରୀ ରାଜ ଜେମା
ତ୍ରିଭୁବନ ମାତା, ତ୍ରିପୁର ବନ୍ଦିତା
ଜୟ ମହାମାୟୀ ରମା।2
ତୋହର କୃପାରେ,ସାରା ବିଶ୍ବ ଚଳେ
ସଚରାଚରେ ପୂଜିତା,
ଚାଣ୍ଡାଳ ବ୍ରାହ୍ମଣ, ସଭିଏଁ ସମାନ
ତୋ ଚକ୍ଷୁରେ ଲୋକମାତା।3
ମାତା ପଦ୍ମାଳୟା,ପେଚକ ଵାହନେ
ଵୁଲି ଆସୁ ଘରେ ଘରେ,
ତୋର କୃପା ବଳେ, ଅନ୍ନ ଜଳ ମିଳେ
ଐଶୁର୍ଯ ସମ୍ପତ୍ତି ଫେରେ।4
ଅନେକ କହନ୍ତି,ଵାଈ ଠାକୁରାଣୀ
ଇଛାମୟୀ ତୁ କମଳା,
ଭକ୍ତିରେ ସନ୍ତୁଷ୍ଟା, ହୋଇ ଦେଉ ବର
ଅନ୍ୟ ନାମ ତୋ ଚଞ୍ଚଳା।5
କୋପ ଦୃଷ୍ଟି ଦେଇ, ଯାହାକୁ ତୁ ଚାହୁଁ
ଵୁଲେ ସେ ଵାର ଦୁଆର,
ପର ଘରେ ନିତି,ହାତ ପାତେ ଯାଇ
ସୁଖ ଶାନ୍ତି ନାହିଁ ତାର।6
କରୁଣାର ଵାରୀ,ବରଷୁ ଥାଉ ମା
ଚରଣେ କରେ ଗୁହାରୀ,
ଆଗୋ ମହାମାୟୀ,ତୋର ପଦ ଧ୍ୟାୟୀ
ସଂସାରୁ ଯାଏ ମୁଁ ତରି।7
ଅଶୋକ କୁମାର ପତି
ଦହିଗାଁ