ଉଠି ଆସ ଗୋପବନ୍ଧୁ ଦାସ
ଉଠି ଆସ ଉଠି ଆସ ହେ ଗୋପବନ୍ଧୁ ଦାସ
ମାଟିରୁ ଆଉଥରେ ଉଠି ଆସ
କେତେ ପଥ ଅତିକ୍ରମ କରିଛନ୍ତି ଦେଶବାସୀ
ତୁମେ ଥରେ ଦେଖି ଯିବ ଆସ।।
ଦେଖିବ ଏ ପଥଭ୍ରଷ୍ଟ ସମାଜକୁ,
ମରିଥିବା ମାନବିକତାକୁ,
ସ୍ବାର୍ଥହୀନତାର ଚିତ୍ରକୁ
ପାରିବ ଯଦି ଭରି ଦେଇଯିବ
ଆମ ଅନ୍ତରରେ ସୁପ୍ତ ତୁମ ଆଦର୍ଶକୁ
ପୁଣି ଥରେ ଜାଗ୍ରତ କରିବ ଦେଶବାସୀଙ୍କୁ ।।
ଉତ୍କଳର ବୀର ତୁମେ ଉତ୍କଳମଣି
ଆଉଥରେ ଦେଶବାସୀଙ୍କୁ
ତୁମ ଲେଖନି ମୁନରେ କରି ଦିଅ ଗୁଣି।।
ଉଠି ଆସ ଉଠି ଆସ
ମାଟିରୁ ଆଉଥରେ ଉଠି ଆସ
ରକ୍ତ ମାଂସ ହାଡ଼ ଆଉଥରେ ଦେଇ ଯାଅ
ଦେଶର ସ୍ଵରାଜ୍ୟ ପଥେ ଯେତେ ଗାଡ଼
ଆଉଥରେ ଭରି ଯାଅ।।
ଡରାଇ ଶାସିବା ହୀନ ରାଜନୀତି
ରହିବ ନାହିଁ କାଳେ କାଳେ ଏ ସବୁ ନୀତି
ସ୍ବରାଜର ନୀତି ହୋଇବ ପ୍ରଚାର
ଉଠି ଆସ ହେ ଦାସେ ହୋଇ ଆଗଭର।।
ଝୁରୁଥାଏ ନିତି ଏ ଉତ୍କଳ ଉତ୍କଳମଣିକୁ
ଦେଖି ଯିବ ଆସ ଏ ଉତ୍କଳ ଭୂଇଁକୁ।।
ଉଠି ଆସ ଉଠି ଆସ ହେ ଗୋପବନ୍ଧୁ ଦାସ
ମାଟିରୁ ଆଉଥରେ ଉଠି ଆସ।।
ଜଗମୋହନ ପ୍ରଧାନ
ଯାଜପୁର