May 03, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

Lets talk with young poetess Deepali Meher, hails from Baragarh, district of Odisha for SLF Literary Youth Icon Award contest-. 2023

Lets talk with young poetess Deepali Meher, hails from Baragarh, district of Odisha for SLF Literary Youth Icon Award contest-. 2023

*ସୂର୍ଯ୍ୟୋଦୟ ନବ ପ୍ରତିଭା ନବ ସ୍ବାକ୍ଷର-୨୦୨୩*
ପର୍ଯ୍ୟାୟ- ପ୍ରଥମ
ପର୍ଯ୍ୟାୟର ନାମ- ଲିଖିତ ସାକ୍ଷାତକାର

ନାମ– ଦୀପାଳି ମେହେର
ପିତାଙ୍କ ନାମ – ପ୍ରଫୁଲ୍ଲ ମେହେର
ମାତାଙ୍କ ନାମ – ଜଜ୍ଞ ମେହେର
ଜନ୍ମ ତାରିଖ୨୩-୪-୨୦୦୨
ଘର ଠିକଣା – ଖଇରପାଲି, ପଦ୍ମପୁର
ଜିଲ୍ଲା – ବରଗଡ଼
ଶିକ୍ଷାଗତ ଯୋଗ୍ୟତା – ସ୍ନାତକ ତୃତୀୟ ବର୍ଷ (ଶିକ୍ଷା), ବାଳିକା ବିଶ୍ଵବିଦ୍ୟାଳୟ ପଦ୍ମପୁର।
ଇ-ମେଇଲ – [email protected]
ମୁଖପୁସ୍ତିକା/Facebook ଠିକଣା- https://https://www.facebook.com/profile.php?id=100084887824647

ସ୍ନେହର ଦୀପାଳି!
ସୂର୍ଯ୍ୟୋଦୟ ଲିଟେରାରୀ ଫାଉଣ୍ଡେସନ ପକ୍ଷରୁ ଅଭିନନ୍ଦନ ଜାଣିବ।

1-ଆପଣଙ୍କ ଜୀବନରେ ସାହିତ୍ୟ ସୃଷ୍ଟିର ଅୟମାରମ୍ଭ କେବେ ଆଉ କିପରି ହେଲା ? କେଉଁ ବୟସରେ ଆପଣ “ସାହିତ୍ୟ” ଭାବରେ ବାନ୍ଧି ହୋଇଗଲେ ଆଉ ଗୋଟେ ରଚନାତ୍ମକ ସାରସ୍ବତୀୟ ଜୀବନ ବଞ୍ଚିଲେ ?
🦋କବିତା ପଢ଼ିବାକୁ ମତେ ବହୁତ ଭଲ ଲାଗେ ୨୦୧୮ ମସିହାରେ ମୁଁ ଛୋଟ କବିତା ଟିଏ ଲେଖିଥିଲି, ସେତେବେଳକୁ ମୋତେ ୧୫ ବର୍ଷ ହୋଇଥିଲା ଏବଂ ସେବେଠାରୁ ଅଦ୍ୟାବଧି ଧିରେଧିରେ ସାହିତ୍ୟ ପ୍ରତି ଅହେତୁକ ରୁଚି ଜାଗ୍ରତ ହୋଇଛି ମନରେ। ଗୁରୁଜନ ଙ୍କ ଅଶୀର୍ବାଦ ରହିଲେ ଆଗକୁ ନିଶ୍ଚିତ ଭାବରେ ଭଲ ଲେଖା ଲେଖି କରିବି ବୋଲି ମୋର ଆଶା।

2-ଆପଣ କିପରି ଭାବେ ସାରସ୍ୱତ ସାଧନା ସହ ପାଠପଢ଼ା ତଥା ସାମାଜିକ ଜୀବନର ସର୍ବସମତା ରକ୍ଷା କରନ୍ତି ?
🦋 ମୁଁ ପାଠ ପଢା ସହିତ ଲେଖା ମଧ୍ୟ ଜାରି ରଖେ।ପାଠ ପଢ଼ିବା ସମୟରେ ଟିକିଏ ସମୟ ପାଇଲେ ମନରେ ଆସୁଥିବା ଭାବନା କୁ ଖଟରେ ଲେଖିଦିଏ । ସାହିତ୍ୟ ପାଇଁ ସବୁବେଳେ ମୋ ପାଖରେ ସମୟ ଥାଏ। ପାଠ ପଢିବା ସହିତ ସାହିତ୍ୟ ରଚନା କରିବା ଦ୍ୱାରା ଢେର ଆତ୍ମସନ୍ତୋଷ ମିଳେ।

୩- ସାହିତ୍ୟ ସାଧନାରେ ବ୍ରତୀ ହେବା ଦିଗରେ ଆପଣଙ୍କ ପରିବାରର ଭୁମିକା କିଛି ରହିଛି କି ? ଯଦି ଅଛି ତାହା କିପରି।

🦋 ସାହିତ୍ୟ ସାଧନା ଦିଗରେ ମୋ ପରିବାରର ମଙ୍ଗୁଆଳ ମୋ ବାପାଙ୍କର ଭୁମିକା ରହିଛି। ମତେ ସାହିତ୍ୟ ପ୍ରତି ଧ୍ୟାନ ଦେବାକୁ ତଥା ସାହିତ୍ୟ ମାଧ୍ୟମରେ ସମାଜରେ କିଛି ସଂସ୍କାର ଆଣିବାକୁ ପ୍ରୋତ୍ସାହନ ଯୋଗାଇ ଦେଇଥାନ୍ତି ମୋ ବାପା ।

୪- କେଉଁ ମହାନ ସାହିତ୍ୟିକଙ୍କ ସାହିତ୍ୟ ତଥା ତାଙ୍କର କାବ୍ୟିକ ଶୈଳୀ ତଥା ଦର୍ଶନ ଆପଣଙ୍କୁ ଆଜି ଯାଏଁ ପ୍ରୋତ୍ସାହିତ କରୁଛି ତଥା ଆପଣଙ୍କ ଆଦର୍ଶ ଲେଖକ କିଏ ଅଟନ୍ତି ? ତାଙ୍କ ବିଷୟରେ ସମ୍ୟକ ଆଲୋଚନା ରଖିବାକୁ ଅନୁରୋଧ।

🦋 ବହୁତ ଲେଖକଙ୍କ ଲେଖା ମତେ ଭଲ ଲାଗେ। ସ୍ବଭାବ କବି ଗଙ୍ଗାଧର ମେହେର  ସାହିତ୍ୟ ତଥା କାବ୍ୟିକ ଶୈଳୀ ମତେ ବହୁତ ଭଲ ଲାଗେ।୧୮୬୨ ମସିହା ଅଗଷ୍ଟ ୯ ତାରିଖ ଶ୍ରାବଣ ପୂର୍ଣ୍ଣିମା ରେ ଜନ୍ମ ଗ୍ରହଣ କରିଥିଲେ ସେ ଦରିଦ୍ର ଥିବା ରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଥିଲେ। ହେଲେ ସ୍ବଳ୍ପ ପଢ଼ି ମଧ୍ୟ ତାଙ୍କର ବହୁତ ଜ୍ଞାନ ଥିଲା। ନାରୀ ଜାତିକୁ ସେ ବହୁତ ସମ୍ମାନ ଦେଉଥିଲେ।’ସୀତା ‘ ଙ୍କୁ ସେ ‘ତପସ୍ଵିନୀ’ କାବ୍ୟରେ ଅତି ଚମତ୍କାର ଭାବେ ଚିତ୍ରଣ କରିଥିଲେ।ଏମିତି ଅନେକ ନାରୀ ଙ୍କୁ ବିଭିନ୍ନ ଉପାୟରେ ତାଙ୍କର ବିଭିନ୍ନ କାବ୍ୟ କବିତା ରେ ଚିତ୍ରଣ କରିଥିଲେ। ଯାହା ମୋତେ ଅନେକ ପ୍ରେରଣା ଯୋଗାଇଥିଲା।

୫- ଗଳ୍ପ/କବିତା ଗୁଡ଼ିକ ଲେଖିଲାବେଳେ ସାଧାରଣତଃ ଆମକୁ କେଉଁ ପ୍ରକାର ଉପାୟ ଅବଲମ୍ବନ କରିବା ପାଇଁ ପଡ଼େ ?

🦋 ମୁଁ ଅଧିକ ଭାବରେ କବିତା ଲେଖାରେ ନିଜକୁ ବ୍ୟକ୍ତ କରିଛି। ଆଗକୁ ମା ସରସ୍ଵତୀ ଙ୍କ ସମେତ ପୂଜ୍ୟ ଗୁରୁଜନଙ୍କ ଆଶୀର୍ବାଦ ରହିଲେ ଅନ୍ୟ ସମସ୍ତ ବିଷୟରେ କଲମ ଚାଳନା କରି ପାରିବି।

୬- ଗଳ୍ପ/ କବିତା ଗୁଡ଼ିକ ଲେଖିଲାବେଳେ ସାଧାରଣତଃ ଆମକୁ କେଉଁ ପ୍ରକାର ଉପାୟ ଅବଲମ୍ବନ କରିବା ପାଇଁ ପଡ଼େ।

🦋ଗଳ୍ପ ହେଉକି କବିତା ପ୍ରଥମେ ମାନସିକ ପ୍ରସ୍ତୁତି ଓ ବିଷୟ  କୁ ଗୁରୁତ୍ୱ ଦେବାକୁ ପଡ଼େ। ଗଳ୍ପ କିମ୍ବା କବିତା ଟେ ଲେଖି ସାରିବା ପରେ ବାରମ୍ବାର ଏହାକୁ ପଢିବା ତଥା ଶବ୍ଦଗତ ତ୍ରୁଟିର ମାର୍ଜନା କରିବା ଉଚିତ।

୭- କବିତା ଓ ଗଳ୍ପ ମଧ୍ୟରେ ଆପଣ କେଉଁ ଧରଣର ସାମ୍ୟ ଓ ବୈଷମ୍ୟ ଦେଖନ୍ତି ?

🦋 କବିତା ଓ ଗଳ୍ପ ମଧ୍ୟରେ ଅନେକ ସାମ୍ୟ ତଥା ବୈଷମ୍ୟ ଅଛି। ଅନେକ ସମୟରେ କବିତା ଲେଖି ହୁଏ କିନ୍ତୁ ଗଳ୍ପ ଲେଖି ହୁଏ ନାହିଁ। କବିତା ପାଇଁ ଅଳ୍ପ ଶବ୍ଦ ବା ଧାଡିରେ ଅନେକ କିଛି ଭାବନା କୁ ପ୍ରକାଶ କରାଯାଇଥାଏ।  କିନ୍ତୁ ଗଳ୍ପରେ ବର୍ଣ୍ଣନା ସହିତ ବିସ୍ତ୍ରୁତ ଭାବେ କୌଣସି କଥାକୁ ଲେଖାଯାଇଥାଏ।

୮- ଅନେକ ସାହିତ୍ୟିକ ମତବ୍ୟକ୍ତ କରନ୍ତି କି ଗଳ୍ପରେ ଚରିତ୍ର ଚିତ୍ରଣ କରିବା ଭିତରେ ଅନେକ ଫରକ ରହିଛି।ଆପଣ ଏ ସମ୍ପର୍କିତ କିଛି ପାର୍ଥକ୍ୟ ଅନୁଭବ କରନ୍ତି କି ? ଆପଣଙ୍କୁ ଆପଣଙ୍କ କାବ୍ୟକବିତା ଆଉ ଗଳ୍ପରେ ଚରିତ୍ରମାନେ କିଭଳି ସମ୍ମୋହିତ କରନ୍ତି ?

🦋 ଗଳ୍ପରେ କୌଣସି ବିଷୟ ଉପରେ ଲେଖାଯାଏ, କବିତା ରେ ମଧ୍ୟ କୌଣସି ବିଷୟ ଉପରେ ଲେଖାଯାଏ, ହେଲେ ଗଳ୍ପରେ ଅନେକ ଗୁଡ଼ିଏ ଶଦ୍ଦ ହୋଇ ତିନି ଚାରି ଫରଦ ଲେଖାଯାଏ ଓ ଚରିତ୍ର ର ବିଶ୍ଳେଷଣ ଆବଶ୍ୟକତା ଅଧିକ। ମୋତେ କବିତା ର ଚରିତ୍ର ମାନେ ତାଙ୍କ ସୋହାଗ ପଣରେ ବାନ୍ଧି ରଖନ୍ତି। ମୋତେ ଲାଗେ ଯେମିତି ସେମାନେ ମୋତେ ପ୍ରେମ କରନ୍ତି ଆଉ ମୁଁ ବି ସେମାନଙ୍କ ପ୍ରେମରେ ପଡି ଆତ୍ମସନ୍ତୋଷ ଲାଭ କରେ।

୯- ସାହିତ୍ୟରେ ଉତ୍ତର ଆଧୁନିକତା ସମ୍ପର୍କରେ ଅଧିକ ଚର୍ଚ୍ଚା ଚାଲିଛି, ଏନେଇ ଜଣେ ଯୁବ ସାରସ୍ବତ ପ୍ରେମୀ ଭାବେ ଆପଣଙ୍କର ପ୍ରତିକ୍ରିୟା କ’ଣ ?

🦋 ସାହିତ୍ୟରେ ଉତ୍ତର ଆଧୁନିକତା ସମ୍ପର୍କରେ ଅଧିକ ଚର୍ଚ୍ଚା ଚାଲିଛି, କାରଣ ସମୟ ବଦଳୁଛି ତଥା ଏହି ପରିବର୍ତ୍ତନ ଶୀଳ ପୃଥିବୀରେ ସମୟ ସହିତ ତାଳ ଦେଇ ସାହିତ୍ୟ ମଧ୍ୟ ବଦଳୁଛି। ମୁଁ ଯୁବ ସାରସ୍ବତ ପ୍ରେମୀ ଭାବେ ସବୁ ପ୍ରକାର ସାହିତ୍ୟ କୁ ସମ୍ମାନ ପ୍ରଦାନ ପୂର୍ବକ ମୋର ସାଧନା ଜାରି ରଖିବା ପାଇଁ ଚାହିଁବି।

୧୦- ପୁରା କାଳରେ କରାଯାଇଥିବା ଭାଷା-ପ୍ରୀତି ଆନ୍ଦୋଳନର ପ୍ରଭାବ ଓ ତା’ର ଏବେକାର ଶିଥିଳତା ସମ୍ପକରେ କିଛି ମନ୍ତବ୍ୟ ରଖନ୍ତୁ।

🦋 ନିଜ ଭାଷାକୁ କିଏ ବା ଭୁଲି ପାରିବ ହେଲେ ଆଜିକାଲି ଲୋକେ ଇଂରାଜୀ କଥା ଅଧିକ କହୁଛନ୍ତି। ଆଜିକାର ଭାଷା ଶୁଣିଲେ ମତେ ଅଜବ ଲାଗେ। ସ୍ବଭାବ କବି ଗଙ୍ଗାଧର ମେହେର ମଧ୍ୟ… ମାତୃଭାଷା ଉପରେ ବହୁତ କିଛି କହିଛନ୍ତି। ମୁଁ ମଧ୍ୟ କହିବି ଯେ… ଶିକ୍ଷିତ ତାହାକୁ କୁହାଯାଏନି ଯିଏ ଇଂଲିଶ ମିଡିୟମ ରେ ପଢି କି ଇଂଲିଶ କହିଦିଏ, ବରଂ ଶିକ୍ଷିତ ତାହାକୁ କୁହାଯାଏ ଯିଏ ଇଂଲିଶ ମିଡିୟମ ରେ ପାଠ ପଢି  ମଧ୍ୟ ନିଜ ମାତୃଭୂମି ତଥା ମାତୃଭାଷାକୁ ଭୁଲି ପାରେ ନି,ଆଉ ନିଜ ଭାଷାକୁ କହିବାକୁ ଚାହେଁ,ଉଚ୍ଚେ ରଖେ। ମୁଁ ଓଡ଼ିଆ ବୋଲି ନିଜକୁ ଗର୍ବ କରେ…..। 🙏

୧୧- ଜଣେ ସାରସ୍ବତ ପ୍ରେମୀ ଭାବେ ଆପଣଙ୍କର ସୁଖକର ଅନୁଭୂତି ସମ୍ପର୍କରେ ଜଣାଇବେ କି ?

🦋 ମୋର ସୁଖର ଅନୁଭୂତି ହେଉଛି ମୁଁ ମା ସରସ୍ୱତୀଙ୍କ ଅଶୀର୍ବାଦରୁ କିଛି ଲେଖି ପାରୁଛି ତା ସହିତ ମୋ ଲେଖା ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ହୋଇପାରୁଛି । ମୁଁ ସାହିତ୍ୟରେ ସମ୍ପୂର୍ଣ୍ଣ ନବାଗତା ଆଉ ମୋ ପାଇଁ ଏହାଠାରୁ ବଡ଼ ସୁଖକର ଅନୁଭୂତି କଣ ହୋଇପାରେ।

୧୨- ଜଗତୀକରଣ ଓ ବିଶ୍ଵାୟନ ପ୍ରକ୍ରିୟାରେ ଓଡିଆ ସାହିତ୍ୟର ସ୍ଥିତି ଓ ଅବସ୍ଥିତି ବାବଦରେ ସଂକ୍ଷିପ୍ତ ଭାବେ କଥା ରଖନ୍ତୁ।

🦋ଜଗତୀକରଣ ଓ ବିଶ୍ଵାୟନ ପ୍ରକ୍ରିୟାରେ ଆଜିର ଆଧୁନିକ ସମାଜ ସହିତ ତାଳଦେଇ ମୋ ଭାଷା ସାହିତ୍ୟ ଅଗ୍ରଗତି କରୁଛି ଏହା ମଧ୍ୟ ଆବଶ୍ୟକ।

୧୩- ଆଜିର ଓଡ଼ିଆ କ୍ଷୁଦ୍ରଗଳ୍ପର, ପାଠକର କେତେ ନିକଟତର ବୋଲି ଆପଣ ଭାବୁଛନ୍ତି ?

🦋କ୍ଷୁଦ୍ର ଗଳ୍ପରେ ଗାଳ୍ପିକ ତାଙ୍କର ପାଠକ ମାନଙ୍କୁ ଅନେକ କିଛି ଭେଟି ଦେଇଥାନ୍ତି ଯାହା ଫଳରେ ଆଜିର ବ୍ୟସ୍ତ ବାୟା ଜଞ୍ଜାଳରେ  ଘାଣ୍ଟି ହେଉଥିବା ମଣିଷ ଟି ସହଜରେ ସମୟ କୁ ଗୁରୁତ୍ୱ ଦେଇ ଉକ୍ତ କ୍ଷୁଦ୍ର ଗଳ୍ପକୁ ପଢିପାରିବ ଆଉ ଅନେକ କିଛି ଜାଣିପାରିବ। ପାଠକଙ୍କ ର ସଂଖ୍ୟା ଅଧିକ ହେଲେ ନିଶ୍ଚିତ ଭାବେ ଓଡ଼ିଆ ଗଳ୍ପ ସାହିତ୍ୟ ର ଅଭିବୃଦ୍ଧି ଘଟିବ।

୧୪- ସାହିତ୍ୟିକମାନଙ୍କର ସମାଜ ପ୍ରତି ତଥା ସାମାଜିକ ସଂସ୍କାର ପ୍ରତି ଅଙ୍ଗୀକାରକବଦ୍ଧତା ରହିବା ଉଚିତ୍ କି ?
ସେ ସମ୍ପର୍କରେ କିଛି ମତ ରଖନ୍ତୁ।

🦋ଆଜ୍ଞା ନିଶ୍ଚୟ। ସମାଜରେ ସଂସ୍କାର ରହିଲେ ଆମ ଜୀବନ ମଧ୍ୟ ସୁଖ ଶାନ୍ତି ରେ ଅତିବାହିତ ହେବ। ଆଉ ସାହିତ୍ୟ ମାଧ୍ୟମରେ ସମାଜରେ ଅନେକ କିଛି ପରିବର୍ତ୍ତନ ଅଣାଯାଇପାରେ । ସାହିତ୍ୟ ହିଁ ଉପଯୁକ୍ତ ମଣିଷ ସୃଷ୍ଟି କରି ତାହାକୁ ତାର ମୋୖଳିକ ଧର୍ମ ମାନବିକତା ବାବଦରେ ସୂଚନା ଦେଇ ତାକୁ ସମାଜ ସହିତ ତାଳଦେଇ ଚାଲିବାକୁ କହିଥାଏ। ସମାଜରେ ଘଟୁଥିବା ପ୍ରତ୍ୟେକ ଘଟଣା କୁ ସଂଗ୍ରହ କରି ମଣିଷ ସାହିତ୍ୟର ପୃଷ୍ଟ ଭୂମିକୁ ସଜାଇଥାଏ।

୧୫- ଜଣେ କବି ଗୋଟିଏ କବିତା ଲେଖି ସାରିଲା ପରେ ଯଦି ଜାଣିପାରେ ତାର କବିତାଟି ସେତ ଭଲ ହୋଇପାରିନି, ସେତେବେଳେ ତାହାର ମୁହୂର୍ତ୍ତ କେମିତି କରେ ? ନିଜସ୍ଵ ଅଭିଜ୍ଞତା ସେପରି କିଛି ଅଛି କି ?

🦋 ଆଜ୍ଞା ମନରେ ଟିକେ ଅବଶୋଷ ଆସେ, କିନ୍ତୁ ଟିକିଏ ପରେ କବିତାରେ କେମିତି ଅଧିକ ମଧୁରତା ଆଣିବି, ମୋ କବିତା ଟିକୁ କେମିତି ଲେଖିଲେ ସମସ୍ତଙ୍କୁ ଭଲ ଲାଗିବ ସେ ବିଷୟରେ ଅଧିକ ରୁ ଅଧିକ ଚିନ୍ତନ ତଥା ମନନ କରିବାର ଅଛି।

୧୬- “ସାହିତ୍ୟରେ ସ-ହିତରେ ରହିବା ସହ ସୃଜନ ହୋଇ କିଛି ଲେଖିବା ପାଇଁ ବୟସ ଗୁରୁତ୍ବପୂର୍ଣ୍ଣ ନୁହେଁ ବରଂ ଅନୁଭବ, ଅନୁଭୂତି, ପୁସ୍ତକ ପଠନ, ଗଭୀର ମନନ ତଥା ଚିନ୍ତନର ଆବଶ୍ୟକତା ଥାଏ।”- ଆପଣଙ୍କ ମତରେ ଏହି ମନ୍ତବଟି କ’ଣ ଠିକ…! ଯଦି ହଁ, ତେବେ କାହିଁକି.. ? ତାହାର ଉତ୍ତର ରଖିବାକୁ ଅନୁରୋଧ।

🦋 ହଁ ଆଜ୍ଞା ଏହି ମତ ଟି ମୋ ମତରେ ଏହି ଉକ୍ତିଟି ନିଶ୍ଚୟ ସତ। ସାହିତ୍ୟ ଏମିତି କି ଏହାକୁ ରଚନା କରିବା ପାଇଁ କୌଣସି ବୟସ ଗୁରୁତ୍ବପୂର୍ଣ୍ଣ ନୁହେଁ। ଯିଏ କେହିବି ବି ଯେତେବେଳେ ହେଲେ ଯଦି ମା ସରସ୍ୱତୀଙ୍କ ଆଶୀର୍ବାଦ ଥାଏ ସାହିତ୍ୟରେ ବ୍ରତୀ ହୋଇଯାଏ।

୧୭- ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ଅନୁଷ୍ଠାନର ଏହି ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ଜଣେ ଯୁବ ପ୍ରତିଭା ଭାବେ ନିଜ ପ୍ରତିଭାକୁ ବିଶ୍ଵ ଦରବାରରେ ଉପସ୍ଥାପନ କରିବାରେ ଆପଣଙ୍କୁ ସ୍ଵତନ୍ତ୍ର ସୁଯୋଗ ମିଳିଛି।କେତେ ମାତ୍ରାରେ ଖୁସି ତଥା ପ୍ରଭାବିତ ହୋଇଛନ୍ତି ତତ୍ ସମ୍ପର୍କିତ କିଛି କଥା ରଖିବାକୁ ଅନୁରୋଧ।

🦋 ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ଯୁବ ପ୍ରତିଭା ଭାବେ ରହି ସତରେ ମୁଁ ବହୁତ ଖୁସି, ନିଜକୁ ଧନ୍ୟ ମନେ କରେ। ଆଗକୁ ଯାଇ ଅନେକ କିଛି ମୋ ସତୀର୍ଥ ସମଧର୍ମୀ ଯୁବ ଭାଇ ଭଉଣୀ ତଥା ଗୁରୁଜନଙ୍କ ଠାରୁ ଅନେକ କିଛି ଶିଖି ପାରିବି ବୋଲି ମୋର ଆଶା।

୧୮- ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ଅନୁଷ୍ଠାନ ସମ୍ପର୍କରେ କେଉଁ ସବୁ କଥା ଆପଣଙ୍କୁ ପ୍ରଭାବିତ କରି ପାରିଛି..? ଯାହା ଫଳରେ ଓଡ଼ିଶାରେ ଅନ୍ୟାନ୍ୟ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନର ବିଭିନ୍ନ ପ୍ରତିଯୋଗିତା ଚାଲୁଥିବା ସତ୍ତ୍ୱେ ଆପଣ “ସୂର୍ଯ୍ୟୋଦୟ ଯୁବ ପ୍ରତିଭା ସମ୍ମାନ ପ୍ରତିଯୋଗିତା -୨୦୨୩” ପାଇଁ କାହିଁକି ଆଗ୍ରହୀ ହେଲେ?

🦋 ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ଅନୁଷ୍ଠାନରେ ମୁଁ ବହୁତ କିଛି ନୁଆ କଥା ଶିଖିଛି । ଏଠାରେ ସମସ୍ତଙ୍କୁ ସମସ୍ତେ ଉତ୍ସାହିତ କରନ୍ତି। ଲେଖାକୁ ପଢନ୍ତି ସମସ୍ତେ ଆଉ କିଛି ନା କିଛି ମନ୍ତବ୍ୟ ଦିଅନ୍ତି। ଯାହା ଫଳରେ ମୋ ପରି ନୂଆ କରି କଲମ ଚାଳନା କରୁଥିବା ସାହିତ୍ୟିକମାନେ ପ୍ରେରଣା ପାଇଥାନ୍ତି ନୂଆ କିଛି ସୃଷ୍ଟି କରିବା ପାଇଁ।

୧୯- ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ସହ ଆପଣଙ୍କ ସଂପୃକ୍ତି କିପରି ସମ୍ଭବ ହେଲା ଏବଂ ବ୍ୟସ୍ତ ବହୁଳ ଜୀବନରେ ସାହିତ୍ୟ ର ଆବଶ୍ୟକତା କୁ ଆପଣ କିପରି ଭାବେ ଦେଖନ୍ତି।

🦋 ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ଅନୁଷ୍ଠାନରେ ମୁଁ ଫେସବୁକ ରେ  ଜଣେ ବଡ଼ ଭାଇ ଙ୍କ ସାହାଯ୍ୟ ରେ ସାମିଲ ହୋଇଥିଲି।ଜୀବନର ସାହିତ୍ୟ ଆବଶ୍ୟକତାକୁ ବର୍ତ୍ତମାନ ମୁଁ ନିଶା ବୋଲି ଭାବେ। ଏ ନିଶା ଯାହାକୁ ଧରିବ ସେ ଭଲ ତଥା ସମ୍ଭ୍ରାନ୍ତ ମଣିଷ ଟିଏ ହେବ ହିଁ ହେବ।

୨୦- ସାହିତ୍ୟକୁ ନେଇ ଆପଣଙ୍କର ଜୀବନ ଦର୍ଶନ କଣ ଅଛି ଓ ସୂର୍ଯ୍ୟୋଦୟ ଠାରୁ କେଉଁ ପ୍ରକାର ସାରସ୍ଵତୀୟ ସହଯୋଗ ଆଶା କରୁଛନ୍ତି।

🦋 ସାହିତ୍ୟ ସବୁବେଳେ ଚେତନାର ସ୍ଵର ସାଜି ସମାଜକୁ ଜାଗ୍ରତ କରିବାରେ ସାହାଯ୍ୟ କରେ । ଏହି ସାହିତ୍ୟ ଦ୍ୱାରା ହିଁ ସମାଜ ରେ ଶାନ୍ତି ପ୍ରତିଷ୍ଠା ହୋଇପାରିବ । ସୂର୍ଯ୍ୟୋଦୟ ପରିବାର ହେଉଛି ମୋ ନିଜ ପରିବାର ଯେଉଁଠି ମୁଁ ନିଜକୁ ଏକ ସୁନ୍ଦର ମଣିଷ ଟିଏ ଗଢି ପାରିବି।  ମୁଁ କଣ ବା ଆଉ ଆଶା କରିବି ମତେ ସବୁବେଳେ ଏ ପରିବାରରେ ଖୁସି ମିଳୁଛି।


ସ୍ନେହର ଦୀପାଳି!
ଆପଣଙ୍କ ସହିତ ସାହିତ୍ୟର ତମାମ ଦିଗ ତଥା ଏହାର ସାମାଜିକ ଜୀବନରେ ବ୍ୟବହାର ସମ୍ପର୍କିତ ବିଷୟ ବାବଦରେ ଜାଣି ଖୁବ ଖୁସି ହେଲୁ, ଆପଣଙ୍କ ଉଡାଣ ଏହିପରି ଜାରି ରହୁ।

ଅଭିନନ୍ଦନ ସହିତ

ସୂର୍ଯ୍ୟୋଦୟ ଲିଟେରାରୀ ଫାଉଣ୍ଡେସନ

Loading

One thought on “Lets talk with young poetess Deepali Meher, hails from Baragarh, district of Odisha for SLF Literary Youth Icon Award contest-. 2023

  1. ଖୁବ୍ ସୁନ୍ଦର ମତାମତ।ଯୁବ ପ୍ରତିଭା ଭାବରେ ଆପଣଙ୍କର ସାହିତ୍ୟ ପ୍ରତି ଅହେତୁକ ରୁଚି ଜାଣି ଆନନ୍ଦ ଲାଗିଲା।କିଛି ଲେଖିବା ସମୟରେ ବନାନ ଗତ ତୃଟିକୁ ଧ୍ୟାନରେ ରଖିବାକୁ ଅନୁରୋଧ। ସାହିତ୍ୟ କ୍ଷେତ୍ରରେ ଆପଣଙ୍କର ଯାତ୍ରା ଫଳପ୍ରଦ ହେଉ।

Leave a Reply

Your email address will not be published. Required fields are marked *