ଶୀର୍ଷକ – ତୁମେମୟ
ଶର୍ମିଷ୍ଠା ସାହୁ
ମୁଁ ଯଦି କବି ର କବିତା (୨)
ତୁମେ ଗାଳ୍ପିକ ର ଶବ୍ଦ ବିନ୍ଦୁ
ମୁଁ ହେଲେ ଅଲେଖା ପ୍ରବନ୍ଧ
ତୁମେ ସାହିତ୍ୟରେ ପୂର୍ଣ୍ଣ ଇନ୍ଦୁ ।
ମୁଁ ପୂର୍ଣ୍ଣିମା ର କୁଆଁ ତାରା (୨)
ତୁମେ ନେଳି ଆକାଶର ଆଭା
ମୁଁ ସାତ ରଙ୍ଗୀ ଇନ୍ଦ୍ରଧନୁ
ତୁମେ ସପ୍ତର୍ଷୀ ମଣ୍ଡଳ ଶୋଭା ।
ମୁଁ ସଜଳ ଶୁଭ୍ର କମଳ (୨)
ତୁମେ ମତୁଆଲା ଏକ ଭଅଁର
ମଧୁ ପିଆଲା ରେ ମଜ୍ଜି ଯିବା ଆଜି
ଦୁହେଁ ହୋଇ ଏକାକାର ।
ମୁଁ ଲବଙ୍ଗ ଦ୍ୱୀପର ରାଣୀ (୨)
ତୁମେ ମୋ ମନ ରାଇଜ ରଜା
ଅପେକ୍ଷା ରେ ଚାହିଁ ରହିଛି
ହେଲାଣି ମୋ ବେଦୀ ସଜା ।
ମୁଁ ରଙ୍ଗୀନ୍ ପ୍ରଜାପତି (୨)
ତୁମେ ରଙ୍ଗ ହୀନ ଚିତ୍ରପଟ୍ଟ
ଏତିକି ଖାଲି ଗୋ କହିବି …..
ପୀରତି ର ଏଇ ପ୍ରସ୍ଥ ଉପରେ
ହେଉ ଥାଉ ଆମ ଭେଟ ।
# ଘୋଷର , କିଶୋର ନଗର ।