[[ ତୁମେ ମୋ ଇତିହାସ ]]
।।ଜାନକୀ ମହାନ୍ତ।।
ତୁମେ ଇତିହାସ ତୁମେ ବର୍ତ୍ତମାନ
ତୁମେ ମୋର ଭବିଷ୍ୟତ,
ମମତାଜ୍ ପାଇଁ ଶାହାଜାହାନ ଓ
ତାଜମହଲ ବିଖ୍ୟାତ।।
ଜଣାଅଛି ମୋତେ ଆଦାମଇଭ୍ ଙ୍କ
ଦୁଃଖ ଭରା ପ୍ରେମ କଥା,
ରୋମିଓ ଜୁଲିଏଟ୍ ପ୍ରେମୀ ଯୁଗଳଙ୍କ
ଯନ୍ତ୍ରଣାର ପ୍ରୀତି ଗାଥା ।।
ରାଧା ଶ୍ୟାମ ଙ୍କର ରାସ ଲୀଳା ଖେଳ
ଶାଶ୍ଵତ ପ୍ରେମର ଭାଷା,
ମୋହନ ମୀରା ର ସ୍ୱରରେ ବିହ୍ୱଳ
ମୁଗ୍ଧ ତନ୍ୱୟର ଆଶା ।।
କୃଷ୍ଣ କୃଷ୍ଣ। ଙ୍କର ଅପୂର୍ବ ମିଳନ
ଦୁଇ ମନ ଏକ ଆତ୍ମା,
ପଞ୍ଚ ସ୍ୱାମୀ ସାଥେ ପାଞ୍ଚାଳୀ ବନ୍ଧନ
କୃଷ୍ଣ ସଙ୍ଗେ ଅନ୍ତର୍ଆତ୍ମା ।।
ରାଜା ଦୁଷ୍ମନ୍ତଙ୍କ ପତ୍ନୀ ଶକୁନ୍ତଳା
ସାଥେ ପ୍ରେମ ସମ୍ମୋହନ,
ପୃଥ୍ୱୀରାଜ ଙ୍କର ସଞ୍ଜୁକ୍ତା କୁମାରୀ
ସଙ୍ଗତେ ରଚିଲେ ସ୍ୱପ୍ନ ।।
ତୁମେ ମୋ ଭିତରେ ମୁଁ ତୁମ ଅନ୍ତରେ
ଏକ ବିନା ଆନ ଅଧା,
ଏକ ମନ ଆତ୍ମା ହୃଦୟ ମୋ ଝୁରେ
ତୁମେ ରୁହ ସାଥୀ ସଦା ।।
ବେଙ୍ଗାଲୁରୁ।