*କରୋନା ଦେଇଦେଲା ମତେ ଧୋକା*
💐💐💐💐💐💐💐💐💐💐💐
ଘରେ ରହିରହି
ପାଠ ପଢା ନାହିଁ
ହେଇଗଲିଣି ପୁରା ବେକାରିଆ ।।
ଦିନଥିଲା ପୁଣି ସାଇକେଲ ଧରି
ପାଠପଢା ପାଇଁ ଏଠୁସେଠୁ ଧାଇଁ
ବାଜିଯାଉଥିଲା ସଂନ୍ଧ୍ଯା ଛଅଟା ।।
ଘରେ ନ ପସୁଣୁ ସାତଟାରେ ପୁଣି
ପିଲାଙ୍କୁ ପଢେଇବାକୁ ଯାଇ
ଘଣ୍ଟାରେ ବାଜୁଥିଲା ରାତି ନଅଟା।।
ଖାଇବା ପିିଇବା ଭୁଲିଯାଉଥିଲି
ସମୟର ନଥିଲା ଠିକଠିକଣା
ଏବେ ସବୁ ଅଛି ହେଲେ
ନାହିଁ ଆଉ ହୃଦୟରୁ ଇଛା ।।
ମୁଣ୍ଡ ଭିତରଟା ଏବେ ଗୋବରରେ ଭରା
ପାଠଶାଠ ସବୁ ପୋଡିପାଡି ଚୁଲିକି ଗଲା
ଏ କରୋନା ଦେଇଦେଲା ବଡ଼ ଧୋକା।।
କଲେଜ ନ ଖୋଲୁଣୁ
ପରୀକ୍ଷା ପାଇଁ ପଡ଼ିଗଲାଣି ଡକା
ଖାତା,ବହି ସବୁ ଖୋଜିଲାବେଳକୁ
ଦେଖେ ସବୁ ହେଇଗଲାଣି ଉଇହୁଙ୍କା।।
ଅନଲାଇନ କ୍ଳାସ ପାଠପଢା ପୁଣି
ଅଧା ନେଟୱର୍କରେ ଗଲା
କଉଠି ପାଇଲା,ଫାଳେ ଅଧେ ଶୁଭିଲା
ଖାଲି କୋର୍ସ ସରିଲେ ଗଲା ।।
କଣ କରିବି କେମିତି ପଢ଼ିବି?
ମୁଣ୍ଡରେ ପଶିଚି ଚିନ୍ତା
ପରୀକ୍ଷାରେ ପୁଣି କଣ ଲେଖିବି?
ବ୍ଯାକେ ଲାଗିଲେ ଘରେ ଦୁଇ ଗାଲରେ ବସେଇଦେବେ ପାଞ୍ଚଟଙ୍କା।।
କଲେଜ ପୋଷାକ କୁଆଡେ ଗଲାଣି
ଅଧେ ଖାଇସାରିବଣି ତାକୁ ମୂଷା
କଣ ପିନ୍ଧି ମୁଁ କଲେଜକୁ ଯିବି?
ଚିତ୍ର,ବିଚିତ୍ରର କଣା ମୋ ପୋଷାକ ସାରା ଅଙ୍କା ।।
*ଶକୁନ୍ତଳା ପରିଡ଼ା *ଡାହାଣିଖିଆ(ଗାରୋଇ),ନାଉଗାଁ, ଜଗତସିଂହପୁର*
*ଯୋଗାଯୋଗ ନଂ-୭୮୫୩୦୧୪୪୪୮*
560 total views, 1 views today