**ଭୁଲ **
××××××××××××××××××××
ଆଜି ମୁଁ ଧୈର୍ଯ୍ୟ ଶକ୍ତି ହରେଇ ବସେ,
ଅତୀତ କଥା ଚିନ୍ତା କଲା ବେଳକୁ,
ସତେ ଯେମିତି ମୋତେ ଦିଏ କେହି ଦୃଢ଼ ଚେତାବନୀ,
ନା ଏମିତି ଭୁଲ ଆଉ କରନି,
ତୁ ଏଠି ଯାହାକୁ ଯେତେ ନିଜର ଭାବିଲେ ବି,
କେହି ତୋର ନିଜର ହେବେନି।
ସବୁ ଭୁଲ ର କ୍ଷମା ଥାଏ,
ହେଲେ ନିଜେ ନିଜେ ବାରମ୍ବାର,
ଦୋହରାଇଥିବା ଭୁଲ ପାଇଁ ଯଦି ମୁଁ,
କ୍ଷମା ପ୍ରାର୍ଥନା କରିବି,
ମୋ କଥା କେତେ ଦୂର ଯଥାର୍ଥ ହେବ?
@ଶୁଭଲକ୍ଷ୍ମୀ
ବାରମ୍ବାର ଧୋକା ର ଶିକାର ହୋଇ ମଧ୍ୟ,
ଆପଣେଇ ନେଉଛି ସେଇ ମାନଙ୍କୁ,
ଯେଉଁ ମାନେ କେବେ ମୋର ନଥିଲେ,
ଏହାକୁ ମୁଁ କେଉଁ ଭୁଲ ର ଆଖ୍ୟା ଦେବି?
ସ୍ନେହ ଏବଂ ପ୍ରେମ ନା ଭାବପ୍ରବଣତା।
ମୋ ପାଖରେ ଉତ୍ତର ନଥାଏ,
ଖାଲି ଥାଏ ଟୋପାଏ ଲୁହ,
ଆଉ ଛାତିରେ ଚାପି ରଖିଥିବା,
ଅନେକ ଦିନର କୋହ।
ଶୁଭଲକ୍ଷ୍ମୀ ବେହେରା