ଆହେ ଜଗଦୀଶ, କପଟ କାହିଁକି
ଆହେ ଜଗଦୀଶ, କର ହେ ଆଶିଷ
ଡ଼ାକି ନିଅ ତୁମ୍ଭ ପାଶ
ଲୋହିତ ଚର୍ମ, ଗଳିତ ଦନ୍ତ
କରି କି ପାରିବି ତୁମ ଦିଆ କର୍ମ
ଛିଡ଼ା ହେବା ପାଇଁ ଗୋଡେ ବଳ ନାହିଁ
ଅଣ୍ଟା ଠାରୁ ଗୋଡ଼ କରେ ଝାଇଁ ଝାଇଁ
କଷ୍ଟ କରି କରି ଏତେ ବାଟ ଆସିଲି
ତୁମକୁ ଭରସା ଭାବରେ କରି
ବୁଦ୍ଧି ଦିଶୁନାହିଁ ଆଉ ଯିବି କାହିଁ
ନେଇଯାଅ, ପ୍ରଭୁ ତୁମକୁ ଗୁହାରି କଲି
ଜନ୍ମ ବେଳୁ ପିଲା କାନ୍ଦିବା ଦେଖିଛି
ଏବେ ମୁଁ ସତରେ ପାରିବନି ଭାବୁଛି
ଆଉ ଲୋଡା ନାହିଁ ଆଜି ଏ ଜୀବନ
ସେଵା କରିବାକୁ କାହାର ବା ମନ
ସବୁଦେଇ ତୁମେ ଦେଲ ଭଗ୍ନ ଶରୀର
ଚାଲିବାକୁ ଵଳନାହିଁ ନାମ ଧରିବା କଷ୍ଟକର
ସଂସାର ଜଞ୍ଜାଳ ବିଷମ ହେଲେବି
ତୁମ ଦିଆ କାମ କୁ ଆନନ୍ଦେ କରିଛି
ଏତେ କଷ୍ଟ ସହି ଏତେ ବାଟ ଆସିଲିଣି
ନେଇଯାଅ ଭବ ସାଗରୁ ଗୁହାରି କରୁଛି
ଵଡମାନଙ୍କ ଆଶୀର୍ବାଦ ସଦୃଶ ଏ ମନ
ଆଜି ଭଗ୍ନପ୍ରାୟ, ନେଇଯାଅ ଭଗବାନ
ପାଖରେ ଥିବା ଜିନିଷ ଉଠାଇ ପାରୁନି
କିଏ ମୋର କରିବ କରୁଛି ଦୟିନୀ
ଆହେ ଚକାଡୋଳା ବୁଝିନି ତୁମ ଲୀଳା
ସଂସାର ସାଗରେ ମୋର ଵୁଡିଲାଣି ଭେଳା
ଆଖିରେ ଦେଖିବା କଷ୍ଟ କାନରେ ଶୁଣିବା ବି
ପାଦରେ ଚାଲିପାରୁନି କଥାରେ ଧୈର୍ଯ୍ୟ ନାହିଁ
ଆଉ ଏ ଶରୀରେ କାର୍ଯ୍ୟ ନାହିଁ
ରହିଵାଟା ଠିକ୍ ଲାଗୁନାହିଁ ଶୁଣ ଆହେ ନରସାଇଁ
ଆକୁଳେ ତୁମକୁ ମୁଁ ବାରମ୍ବାର ଗୁହାରି କରୁଛି
ଶୁଣ ବାରେ ଭାବଗ୍ରାହୀ, ଭାବକୁ ନିଅ ଵୋହି
କୃପାସିନ୍ଧୁ କୃପା କର ଏ ଦୁଃଖିନୀ ପାଇଁ
ହେଉଛି ମୁଁ ଛଟପଟ, କାହିଁକି କର କପଟ
ଯୋଡ ହସ୍ତେ ଦୟିନୀ ମୋ ହେ କଳ୍ପବଟ
କଳ୍ପନା ରାୟ, ଲଇଡା, ସମ୍ବଲପୁର