ତୁମେ ମୋ ଆଖିର ଶତ ସପନ
ତୁମେ! ମୋ ଆଖି ର ଶତ ସପନ
ଚିନ୍ତନ ର ଚିନ୍ତା ମଣି
ସକାଳେ ସଞ୍ଜରେ ତୁମ ନାମ
ଧରି ହେଉ ଥାଏ ସଦା ଗୁଣି।
ଜୀବନ ପଥରେ ତୁମେ ପ୍ରଦର୍ଶକ
ନିଅ ମୋର ଧରି ହାତ
ଅଦୃଶ୍ୟ ସତ୍ତାର ପରଶ ରେ
ନିତ୍ୟ ହୁଏ ମୁହିଁ ଆତଯାତ।
ତୁମରି ଅମୋଘ ଅସ୍ତ୍ର ର ଆଘାତେ
ମୋର ଦୁଃଖ କର ଖଣ୍ଡ
ତୁମ ପାଦ ତଳେ କୃତ୍ୟ କୃତ୍ୟ
ହୋଇ ନ ଇ ଯାଏ ମୋର ମୁଣ୍ଡ।
ତୁମକୁ ନେଇ ମୋ ଆଖିର ସପନ
ଶତ ଶତ ରାତି ନେଇ
ଗୋଲକ ଭୁବନେ ସତେ ଅବା!
ରହି ତୁମ ଚରଣ ସେବ ଇ।
ଜାଣେନା କିପରି ସପନ କି ସତ
ଭାବ ରେ ଯାଏ ମୁଁ ମଜ୍ଜି
କାଳିଆ ଠାକୁର ଶୁଣିବ ଗୁହାରୀ
ପଥର ହେଲ କି? ଆଜି।
ତୁମେ ମୋ ଆଖିର ଶତ ସପନର
ରାତିର ଅଞ୍ଜନ ବୋଳି
ନୟନ ପୂରାଇ ସ ଶରୀରେ
ନେତ୍ରେ ଦେଖିବି ଏତିକି ଅଳି।
ନଳିନୀ ପ୍ରଭା ମିଶ୍ର
ମୁକୁନ୍ଦ ପୁର, ଆସ୍କା, ଗଞ୍ଜାମ