ଶିକ୍ଷା ଓ ଜ୍ଞାନ
ଶିକ୍ଷାରୁ ମିଳଇ ସଂସ୍କାର ଆଉ
ମାର୍ଜିତ ହୁଏରେ ଜୀବନ
ଅମା ଅନ୍ଧକାର ଦୂର ହୁଅଇ
ବଢୁଥାଏ ଯେ ଯଶ ଜ୍ଞାନ ।
ଶିକ୍ଷା ଦେଖାଏ ନୂତନ ରାହା
ଜୀବନ ନିଶ୍ଚୟ ଧନ୍ୟ ହୁଏ
ସମାଜରେ ଭଲ ମଣିଷ ଭାବେ
ମୁଣ୍ଡ ଟେକି ସେ ଚାଲୁଥାଏ ।
ଶିକ୍ଷାରୁ ମିଳେ ସୁନ୍ଦର ସଭ୍ୟତା
ଜ୍ଞାନର ମଧୁ ବିକଶୁ ଥାଏ
ସେଇ ଶିକ୍ଷା ଆଲୋକ ଦେଖାଏ
ଭଲ ମନ୍ଦ ପରଖି ନିଏ ।
ଶିକ୍ଷାରୁ ସୃଷ୍ଟି ହୁଏ ବୃହତ୍ତମ ଦିଗ
ମାନବିକତାର ସମ୍ବେଦନା
ନ୍ୟାୟ,ଅନ୍ୟାୟ ଚିନ୍ତା,ପାପ ପୁଣ୍ୟ
ଜ୍ଞାନ ଦର୍ଶନର ଚେତନା
ଶିକ୍ଷା ମଣିଷକୁ ଆତ୍ମନିର୍ଭରଶୀଳ
ପ୍ରଜ୍ଞାବିତ୍ ଯେ କରାଏ
ବ୍ୟକ୍ତିର ମାନବିକ ଭାବଧାରାରେ
ଉଦବୁଦ୍ଧ ସଞ୍ଚାରୁ ଥାଏ ।
ଶିକ୍ଷା ମାନବକୁ ଜୀବନସଂଗ୍ରାମରେ
ଜିତିବାରେ ବାଟ ଦେଖାଏ
ଶିକ୍ଷା ବୁଦ୍ଧି ବିଚକ୍ଷଣତାର ପ୍ରତିଭା
ସମ୍ପନ୍ନ ଅଳଙ୍କୃତ କରାଏ ।
ଶିକ୍ଷା ଯେ ଦେଖାଏ ଜ୍ଞାନର ରାହା
ସମ୍ପ୍ରସାରଣ କରେ ମାନସିକତା
ବିଦ୍ୟା ଅଟଇ ମହାଧନ ଜୀବନରେ
ଶିଖାଏ ଜ୍ଞାନର ସଂସ୍କୃତି ସଭ୍ୟତା ।
ସଂଯୁକ୍ତା ସାହୁ
ରାହାମା
ଜଗତସିଂହପୁର