*ବାପା*
●●●●●
ଦୁନିଆ ଆଲୋକ ଦେଖିବା ଆଗରୁ
ତୁମ ସହ ମୋର ସଂଯୋଗ,
ମଣିଷଟେ ପରି ଗଢି ତୋଳିବାକୁ
କରିଅଛ କେତେ ଉଦ୍-ଯୋଗ(ପ୍ରୟାସ)।।
ଦୁନିଆ ବାଟରେ ଚାଲିବା ପାଇଁ ମୁଁ
ସାହାରା କରିଛି ତୁମକୁ
ଭବିଷ୍ୟତେ ତୁମ ସାହାରା ହୋଇବି
ହଟିବିନି କେବେ ପଛକୁ।।
ଶାସନ ତୁମର ସତେକି କଠୋର
ସ୍ନେହ ଶ୍ରଦ୍ଧା ମିଠା ଆଚାର,
ମହାନତା ତୁମ ମଧ୍ୟେ ରହିଅଛି
ପ୍ରଶଂସା କରେ ମୋ ବାପାର।।
ସାକାର କରିବି ସପନ ତୁମର
ମନେ ମନେ କରେ ବିଚାର,
ନଖାଇ ନପିଇ ଖୁଆଇଛ ବାପା
ଦେଖିଛି ସାରା ଏ ସଂସାର।।
ଋଷି ଗଲେ ମୋତେ ବୁଝାଇଛ ବାପା
ଢାଳି ତୁମ ସ୍ନେହ ଲୋତକ,
ଅଝଟ ହୋଇଲେ କୋଳେଇ ନେଇଛ
ଏଣୁ ମୋ ଜୀବନ ହୋଇଛି ସାର୍ଥକ।।
ତୁମ କଷ୍ଟ ଦେଖି ଛୋଟିଆ ମନ ମୋ
ହୁଏ କାହିଁ ଏତେ ଦଳିତ,
ସତ କୁହ ବାପା କେଉଁ ପୂଣ୍ୟ ପାଇଁ
ତୁମଠି ହେଲି ମୁଁ ପାଳିତ।।
✍🏻 *ଜୟଶ୍ରୀ ଖଟୁଆ*
🏠 *ନୂଆସାହି,କପ୍ତିପଦା,ମୟୂରଭଞ୍ଜ*