ତ୍ରିଜଟା
ହେଉ ପଛେ ଗୋଲାମୀ
କରୁଥିଲି ଶ୍ରେଷ୍ଠ ପଣ୍ଡିତ ରାବଣଙ୍କର
କେତେକଙ୍କ ଆଖି ଚାହୁଁଥିଲା ଦେଖିବାକୁ
ସତୀ ସୀତାମାତାଙ୍କୁ
ଯାହାକୁ ଦେବାକୁ ପଡ଼ିଥିଲା
ଅଗ୍ନିପରୀକ୍ଷା,
ମର୍ଯ୍ୟାଦା ପୁରୁଷୋତ୍ତମ ରାମଙ୍କ କଥାରେ
ତାଙ୍କର ସତୀତ୍ଵକୁ ମୁଁ ଦେଖିଛି
ଏକମାତ୍ର ଦୂଵରେ ଅଟକାଇଥିଲେ
ଦଶାନନ ମନ୍ଦୋଦରୀପତି
ମହା ପରାକ୍ରମଶାଳୀ ରାବଣକୁ
ରାବଣର କଥାରେ ହେଉପଛେ
ଖାଇବାକୁ ଦେଇଥିଲି ମାଆ ହୋଇ
ଅଝଟିଆ ଝିଅଟିକୁ ବୁଝାଇଥିଲି
କାହାର ଇଛା ହେବନି
ମହାରାଣୀ ସତୀସୀତାଙ୍କର
ଘଡ଼ିଏ ହେଲେ ବି ମାଆ ହେବାକୁ…..
ମୋର ବି ହୋଇଥିଲା
ଭାଗ୍ୟ ବି ସାଥ୍ ଦେଇଥିଲା
୪୩୫ ଦିନ ମୁଁ ତାଙ୍କୁ ପାଇଛି
ଲାଭକରିଛି ତାଙ୍କ ଦର୍ଶନର ସୁଯୋଗକୁ
ମୋର ଜନ୍ମ ରାବଣର ଭ୍ରାତା
ଧର୍ମବାଦୀ ପିତା ଵିଭୀଷଣଙ୍କଠାରୁ
ରାକ୍ଷସ କୂଳରେ ଜନ୍ମ ହୋଇ ଵି
ଥିଲେ ସେ ରାମଚନ୍ଦ୍ରଙ୍କ ଭକ୍ତ
ମୁଁ ଦଶମାସ ଗର୍ଭରେ ନ ଧରିଲେ ବି
ପାଇଥିଲି ସ୍ବାମୀ ଭକ୍ତ ପୁତ୍ରୀଟିଏ
ଅବୋଧ ଶିଶୁକୁ ଵୁଝାଇଲାପରି
ବୁଝାଇ ଖୁଆଉଥିଲି ଫଳକନ୍ଦମୂଳକୁ
ଛାତିରେ ଲଗାଇ ବୋଧ ଦେଉଥିଲି
ରାକ୍ଷସୀ ବି ପାଇଥିଲା ଵୁଝାଇବାର ସୌଭାଗ୍ୟକୁ
ଗୋଟିଏ ଜନ୍ମରେ ମୁଁ ହୁଏତ
ଧୋଇଥିବି ଅନେକ ଯୁଗର ପାପକୁ
ବହୁଦିନ ଅପେକ୍ଷା କରି
ଶବରୀ ଖୁଆଇଥିଲେ ଥରେ ଫଳ ରାମଙ୍କୁ
ହେଉ ପଛେ ରାବଣର ଦ୍ରୋହରେ
ପାଇଥିଲି ବହୁଦିନ ସତୀସୀତାଙ୍କୁ
ନ ଥାଏ ପଛେ କଅଁଳା ଶିଶୁଙ୍କୁ ଧରି
ତଥାପି ତପସ୍ୱିନୀ ସୀତାଙ୍କୁ
ଧରିଥିଲି ମୋ ଅସୁରୀ କୋଳରେ
ସ୍ବାମୀଙ୍କ ପଥ ଅନୁଗାମୀ ବାଲ୍ମୀକି ନାୟିକାଙ୍କୁ
କଳ୍ପନା ରାୟ, ସହକାରୀ ଶିକ୍ଷୟିତ୍ରୀ,
ଲଇଡା ବାଳିକା ଉଚ୍ଚ ବିଦ୍ୟାଳୟ,
ଲଇଡା, ସମ୍ବଲପୁର