ନାମ- ପ୍ରଗତି ସାହା
ମାତାଙ୍କ ନାମ-: ପଦ୍ମା ସାହା
ପିତାଙ୍କ ନାମ-:ପ୍ରମୋଦ ସାହା
ଜନ୍ମମାଟି/ଠିକଣା-: ରାଉଲକେଲା
ଜନ୍ମ ତାରିଖ:- ୧/୧୦/ ୨୦୦୦
ଶିକ୍ଷା ଗତ ଯୋଗ୍ୟତା:-ଯୁକ୍ତ ୩ ଶେଷ ବର୍ଷ
୦୧- ଆପଣଙ୍କ ମତରେ ସାହିତ୍ୟର ସଂଜ୍ଞା ?
ଉତ୍ତର:- ନିଜ ଦେଶ ର ସୀମା
ପ୍ରଶ୍ନ:-୨ କେବେଠୁ ଆପଣଙ୍କର ସାହିତ୍ୟ ପ୍ରତି ରୁଚି ବଢିଲା?କେଉଁଠୁ ପ୍ରେରଣା ପାଇଲେ?
ଉତ୍ତର:- ପଞ୍ଚମ ଶ୍ରେଣୀ ରୁ ରୁଚି ବଢ଼ି ଥିଲା କିନ୍ତୁ ସମୟ ସୁଯୋଗ ଦେଲା ନାହିଁ । ଏବେ ୫,୬ ମାସ ରେ ପୁଣି ସେ ଭାବନା ଜାଗ୍ରତ ହେଲା । ମୁଁ ମୋର ବଡ଼ ଭାଇ ଙ୍କ ଠୁ ପ୍ରେରଣା ପାଇଛି( ପବିତ୍ର ସାହା)।
ପ୍ରଶ୍ନ-୩ ଏମିତି କିଛି ଘଟଣା କୁହନ୍ତୁ ଯାହା ଆପଣଙ୍କୁ ସାରସ୍ବତ ସାଧନାରେ ବ୍ରତୀ ହେବା ପାଇଁ ଅଧିକ ଉତ୍ସାହିତ କଲା।
ଉତ୍ତର:- ଆମ ଆଞ୍ଚଳିକ ଭାଷା ମତେ ଉତ୍ସାହିତ କରେ । ଅର୍ଥାତ୍ ସାହିତ୍ୟ ସମଗ୍ର ବିଶ୍ଵ ର ମିଳନ ଭାଷା ।
ପ୍ରଶ୍ନ-୪ କେଉଁ କ୍ଷେତ୍ରରେ ଲେଖନୀ ଚାଳନା କରିବା ପାଇଁ ଆପଣ ଅଧିକ ପସନ୍ଦ କରନ୍ତି?ଗଳ୍ପ ନା କବିତା?ଏବଂ କାହିଁକି?
ଉତ୍ତର:-କବିତା କାରଣ ମୁଁ ଗୀତ ମାଧ୍ୟମରେ ରେ ଲେଖନୀ ଲେଖିଲେ ମତେ ନୂଆ ପୃଥିବୀ ର ସ୍ବପ୍ନ ଦେଖ ଯାଏ।
ପ୍ରଶ୍ନ:-୫ ନିଜ ଜନ୍ମ ମାଟି ବିଷୟରେ କିଛି କହିବେ କି?
ଉତ୍ତର:- ମୋ ଜନ୍ମ ମାଟି ରାଉରକେଲା ସହର ରେ । ଏଠି ବହୁତ୍ ସ୍ମୃତି ରହିଛି । ଏଠି ସ୍ଵାଧୀନତା ରେ ରହିବାକୁ ସୁଯୋଗ ମିଳିଛି। ଏହିଠାରେ ଲୁହା କାରଖାନା ଟିଏ ରହିଛି।
ପ୍ରଶ୍ନ:-୬ ସୁସ୍ଥ ସମାଜ ଗଠନରେ ସାହିତ୍ୟର ଭୂମିକାକୁ ନେଇ ଆପଣ କ’ଣ ଭାବନ୍ତି?
ଉତ୍ତର:-ମୁଁ ଭାବେ ଏକ ସୁସ୍ଥ ସମାଜ ପାଇଁ କଲ୍ୟାଣକାରୀ ଯୋଜନାର ଆବଶ୍ୟକତା ରହିଛି । ଯାହା କୁ ସାହିତ୍ୟ ତିଆରି କରେ । ଯେତେବେଳେ ଭାଷା ଗୋଟେ ହେବ ଯୋଜନା ର ଆବିଷ୍କାର ହେବ।
ପ୍ରଶ୍ନ:୭ –କେଉଁ ସାହିତ୍ୟିକ ଆପଣଙ୍କୁ ଭଲ ଲାଗନ୍ତି?
ଉତ୍ତର:-ଗଙ୍ଗାଧର ମେହେର
ପ୍ରଶ୍ନ:-୮ ସାମ୍ପ୍ରତିକ ପରିସ୍ଥିତିରେ ଓଡିଆ ସାହିତ୍ୟର ସ୍ଥିତି କିପରି ?
ଉତ୍ତର:- ବିପଦ
ପ୍ରଶ୍ନ:-୯ ଓଡିଆ ସାହିତ୍ୟକୁ ନେଇ ଆପଣ କ’ଣ ସ୍ବପ୍ନ ଦେଖନ୍ତି ?
ଉତ୍ତର:- ଓଡ଼ିଆ ସାହିତ୍ୟ କୁ ମୁଁ ମୋ ଦେହ ର ସବୁ ରୋମ ରେ ବିଛେଇ ଦେବା ଭଳି ଦେଶ ରେ ପରିଚିତ କରିବି ଏହା ମୋ ସ୍ଵପ୍ନ।
ପ୍ରଶ୍ନ-୧୦ ପାଠକ/ପାଠିକା ମାନଙ୍କୁ ନିଜ ବିଷୟରେ କ’ଣ କହିବେ ?
ମୁଁ ସାହିତ୍ୟ କୁ ମୋ ଜୀବନ ବୋଲି କହିବି । ମୁଁ କବିତା କ୍ଷୁଦ୍ରଗଳ୍ପ ଏକାଙ୍କିକା ଆଦି କିଛି ନ ଲେଖିଲେ ମଧ୍ୟ ବହୁତ୍ ଭଲ ପାଏ ସାହିତ୍ୟ ତେଣୁ ସେ ମୋ ମା ପରି।
ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ କୁ ବାର୍ତା -: ଅନୁଷ୍ଠାନ ଟି ବହୁତ୍ ଆଗକୁ ଯାଉ ।
859 total views, 1 views today