ସୂକ୍ଷ୍ମ କାରୁକାର୍ଯ୍ୟ
ଆହାଃ !
କି ମନଲୋଭା ଏ ସୂକ୍ଷ୍ମ କାରୁକାର୍ଯ୍ୟ,
ଯେତେ ଦେଖୁଥିଲେ ବି ଏ
ମନ ଛଟପଟ..।।
ଆହାଃ !
କି ମନଲୋଭା ଏ ସୂକ୍ଷ୍ମ କାରୁକାର୍ଯ୍ୟ,
ଏତେ ସବୁ ସାମଗ୍ରୀ ଦେଖି
ଲାଗେ ଭାରି ଆଶ୍ଚର୍ଯ୍ୟ..।।
ଆହାଃ !
କି ମନଲୋଭା ଏ ସୂକ୍ଷ୍ମ କାରୁକାର୍ଯ୍ୟ,
କେମିତି ହେ କାରିଗର..
କି ବୁଦ୍ଧି ତୁମର ଆହେ
କି ହସ୍ତ ପାଇଛ..।।
ଆହାଃ !
କି ମନଲୋଭା ଏ ସୂକ୍ଷ୍ମ କାରୁକାର୍ଯ୍ୟ,
କେତେ ଯତ୍ନ ଆଦରରେ
କି ରୂପେ ଗଢିଛ..।।
ଆହାଃ !
କି ମନଲୋଭା ଏ ସୂକ୍ଷ୍ମ କାରୁକାର୍ଯ୍ୟ,
ସତରେ ଲୋ ସଖି ଗଣ
ସୁନ୍ଦରି ସାଜିଛ ତୁମେ
ଜୀବନ୍ତ ଲାଗୁଛ..।।
ଲକ୍ଷ୍ମୀପ୍ରିୟା ବେହେରା,
ଔପଦା, ବାଲେଶ୍ଵର..