ପେଟେରା ପରି ନୁହେଁ
ଆଖିକୁ ଦିଶଇ କେତେ ମନଲୋଭା
ଗଢ଼ିବାକୁ କେତେ କଷ୍ଟ
ଦେଖିଦେଲେ ଥରେ ଆଖିରହେ ଲାଖି
କାରୀଗର ର ସେ ଖଚିତ।
ଘରକୁ ସଜେଇ ସେ- ମନ ଚମକେଇ
ବାନ୍ଧିନିଏ ଧିରେ କ୍ଷଣେ
ବଜାର ଘାଟରେ ଭିଡ଼ ଜମିଯାଏ
କିଣିବାକୁ ତାକୁ ଲୋଭେ।
ପ୍ଲାଷ୍ଟିକ ଠାରୁ ସେ ବହୁ ଉପଯୋଗୀ
ଜିନିଷ କୁ କରେ ଯତନ
ଦରବ ସବୁ କୁ ସାଇତି ଦିଏ କୋଳେ
ମାନି ଅମୂଲ୍ୟ ରତନ।
ଜେଜେମା ପେଟେରା ହେଲାଣି ପୁରୁଣା
ତଥାପି ଲାଗଇ ସୁନ୍ଦର
ପୁରୁଣା ଯାହାକୁ କହୁଥିଲେ ଲୋକେ
କଲେଣି କେତେ ଆଦର।
ନୂଆ କାରୀଗରେ ଗଢୁଛନ୍ତି ନୂଆ ବିଞ୍ଚଣା
ଟୋକେଇ, ହାତହତିଆର
ଜେଜେମା ପେଟେରା ପରି ନୁହେଁ କିଛି
ସବୁ ଖାଲି ଦେଖା ସୁନ୍ଦର।
କାଠ ଗଢ଼ା ଆଉ ବେତ ଗଢ଼ା ଆଧୁନିକ
ସବୁ ଏହି ଉପକରଣ
ଘରେ ଘରେ ଏବେ ଚାହିଦା ବଢ଼େଇଛି
ଯେପରିଘରେ ଏ ପରାଣ।
ମନୋରମା ସାହୁ, କଟକ