ମୋ କାରିଗର କଥା
**************************
ଶୁଣଶୁଣ ସୁଜ୍ଞନର କହିବାର କଥା
ଆମ ଲାଗି ବଢିଛି ହେ’ ଆମ ମୁଣ୍ଡ ବ୍ୟଥା।।
ପ୍ରକୃତି ସମ୍ପତି ସବୁ ନଷ୍ଟ ଭ୍ରଷ୍ଟ କରି,
ଜରି,ପ୍ଲାଷ୍ଟିକ କୁ ଆମେ ନେଇଛେ ଆଦରି।।
ପ୍ରଦୂଷଣ ମାତ୍ରା ଦିନୁ ଦିନେ ବଢିଚାଲେ,
ଉପାୟ ନପାଇ ଆଜି ବିଷ କୁ ଖାଇଲେ।।
କୁଲା, ଭୋଗେଇ,କୁଣ୍ଢି ରେ ସେ ପୁରୁଣା ଦିନ,
ଭାବିଲେ ଲାଗଇ ଆଜି ସେ ସାତ ସପନ।।
ହଜିଗଲା ଘରୁ ଘରୁ,ପାତି ପେଢି ମାନ,
ପ୍ଲାଷ୍ଟିକ କୁଲାରେ ଆମେ ସଜାଡ଼ିଲେ ଧାନ।।
ଝିଅ ବିଦା ବେଳେ ଆଉ ଦେଉ ନାହେଁ ତାଟ,
କହିଲେ କହିବା ଆମେ ଏ ପୁରୁଣା ପାଠ।।
କେତେ ସୂକ୍ଷ୍ମ ଥିଲା ଦିନେ ଆମ କାରିଗରୀ,
ବଞ୍ଚୁଥିଲେ କାରିଗର ବେଉସା ଆଦରି।।
ଶସ୍ତା, ସୁନ୍ଦର ଜରି ଯେବେ ବଜାରେ ମିଳିଲା,
ବେଉସା ଛାଡି ବେତରା ଦାଦନ କୁ ଗଲା।
ବାଉଁଶ ବଣରେ ଆମେ ଲଗାଇଲେ ନିଆଁ,
ଏବେ ବାଉଁଶ କିଣିଲେ ଲାଗଇ ଛାନିଆ।।
କହିବା କାହାକୁ ଆମେ ଆମ କର୍ମ ଫଳ,
ଅଗେ ବସି ମୂଳ ଆଡୁ ହାଣୁ ଅଛେ ଡାଳ।।
ଶୋଭା ନାଶ କରି ଏବେ ଶୋଭାକୁ ଲୋଡିଲେ,
ବଜାର, ମେଳାରେ ବାଂଶ ସାମଗ୍ରୀ ଦେଖିଲେ।।
କାରିଗରୀ ନୈପୁଣ୍ୟ କୁ ପ୍ରଶଂସା କରିଲେ,
ଦଅଶ ଜିନିଷ କୁ ହେ ଶହେ ରେ କିଣିଲେ।।
ଏଥକୁ ବିଚାର କର ବିବୁଧ ପ୍ରବର,
ବେଳ ଥାଉ ଥାଉ ନିଜ ଜ୍ଞାନ ଉଦେ କର।।
ସୁଧାଂଶୁ କୁମାର ତ୍ରିପାଠୀ,ଗଞ୍ଜାମ