ଅଲୋଡା ବାଉଁଶିଆ
ଏମାନେ ଆଷାଢ ଆକାଶରେ
ଲୁଚିଯାଇଥିବା ଆଶା ସବୁ
ଏମାନେ କୁହନ୍ତି ଅନେକ
ଏମାନଙ୍କୁ ଶୁଣନ୍ତି ଅଳ୍ପ;
ଫୋନ ଗ୍ଯାଲେରୀ, ମ୍ଯୁଜିୟମ
ଆଦିବାସୀ ମେଳାର ଅଗଣାରେ
ଶୋଭା ପାଉଥିବା ପୂର୍ବଜଙ୍କ ଆତ୍ମା ଯେହ୍ନେ।
ଏମାନେ କୁହନ୍ତି ବଣ୍ଡାଙ୍କ ଚଳଣି
ଗାଆନ୍ତି ଯେବେ ଏମାନେ ଧାନରେ ପୂର୍ଣ୍ଣ ହୁଅନ୍ତି,
ପୂର୍ଣ୍ଣ ହୁଏ ଏଇ ଗର୍ଭ ଗଉଣୀର
ଯେବେ ଲକ୍ଷ୍ମୀଠୁ ସୁନ୍ଦର ମାଆ ହାତରେ ମାଣବସିଯାଏ,
କେବେ ଏମାନେ ମୁଣ୍ଡା ଘରେ ଧନୁଶର
ଆଉ କେବେ ସୌଖିନ ସାମ୍ରାଜ୍ଯର ସଦସ୍ଯ ବନିଯା’ନ୍ତି।
ଏମାନେ ବି ଶୁଦ୍ଧ ହେଇଯା’ନ୍ତି
ଯେବେ ସୁଆର ବୋହିଆଣେ ବିଶ୍ବ ପାଇଁ ଅନ୍ନ
ଏ ବିଶ୍ବନିୟନ୍ତାଙ୍କ ରୋଷଘରୁ
ଏଇ କଥା ଏମାନେ କହୁଛନ୍ତି
ଅପ୍ରସ୍ତୁତ ସମାଜ
ବୁଝେନାହିଁ କି ପାଏ ନାହିଁ ଭଲ
ସେଥିପାଇଁ ସେ ଆଜି ଅଲୋଡା ବାଉଁଶିଆ…।।
ରୁଦ୍ର ନାରାୟଣ ଦାଶ, ଖୋର୍ଦ୍ଧା