ବନ୍ଧୁ
ବଧୁଟିଏ ସିନା ହୋଇ ପାରିଲିନି
ପାରିବିତ ହୋଇ ବନ୍ଧୁ
ତତଲା ମରୂର ଚ଼ଲାପଥେ ତୁମ
ସାଜିବି ଶିଶିର ବିନ୍ଦୁ।।
ନଦୀ ନୁହେଁ ମୁଁ ଜଙ୍ଗଲି ଝରଣା
ଲଙ୍ଘି ପାରିବିକି ରେଖା
ତଥାପି ଅପେକ୍ଷା ଶହେ ଜନମକୁ
ତୁମ ସାଥେ ହେବ ଦେଖା।।
ଜହ୍ନର ଶୀତଳ ପରଶ ପାଇବା
ମୋ’ପାଇଁ ସାତ ସପନ
ଅମା ଅନ୍ଧକାର ଲେଖା ମୋ’ଜୀବନେ
ଭାଗ୍ୟେ ମୋ’ଝାଞ୍ଜିପବନ।।
ପଥ କଣ୍ଟକିତ ପାଦୁ ମୋ’ରକତ
ବହେ ଝର ଝର ହୋଇ
ତଥାପି ହେ ବନ୍ଧୁ ଆଶାର ନିଶୁଣି
ବାନ୍ଧିଛି ତୁମରି ପାଇଁ।।
ଦିଲ୍ଲୀପ କୁମାର ନନ୍ଦୀ
କାଏମା, ଧର୍ମଶାଳା, ଯାଜପୁର
ଦୂରଭାଷ:—୯୭୭୮୩୯୩୨୨୫