ଛନ୍ଦା ଚରଣରେ ବନ୍ଧା ଏ ପରାଣ
ତୋ ଛନ୍ଦାଚରଣେ ବନ୍ଧା ମୋ’ପରାଣ
ଆଉଵା କିସ ମାଗିବି
ଦୁର୍ଲ୍ଲଭ ଜନମ ଦେଇଛହେ ନାଥ
ଅନାଥ କିଆଁ ଭାବିବି।।
ଜୀବନ ଦେଇଛ ମରଣ ଲେଖିଛ
ବିନ୍ଧାଣି ସାଜି ଗଢ଼ିଛ
ଛନ୍ଦା ଚରଣରେ ପଶିଲି ଶରଣ
ରଖିବ ଅବା ମାରିବ।।
ସଂସାର ନାଆରେ ତୁମେତ ନାଉରୀ
ମୁଁ ତ ଥକା ପଥିକ
ସଖା ହେବକିହେ ଚ଼କାଆଖି ଅବା
ମଝିରେ ହାତ ଛାଡ଼ିବ।।
ଏ ଜୀବନ ତରୀ କରିବକି ପାରି
ଅବା ବୁଡ଼ାଇ ମାରିବ
ପଶିଲି ଶରଣ ଜଗତ ତାରଣ
ଅବା ଛନ୍ଦେ କନ୍ଦାଇବ।।
ଦିଲ୍ଲୀପ କୁମାର ନନ୍ଦୀ
କାଏମା, ଧର୍ମଶାଳା, ଯାଜପୁର
ଦୂରଭାଷ:–୯୭୭୮୩୯୩୨୨୫
96 total views, 1 views today