ଆଖିରେ ଆଖିରେ
ଆଖିରେ ଆଖିରେ ଭାବ ବିନିମୟ
ନୀରବ ସେ ପରିଭାଷା
ଆଖିରେ ଆଖିରେ ମିଳନର ମଧୁ
ସମ୍ପର୍କ ବାନ୍ଧ ଇ ବସା।
ଆଖିର ଆଖିରେ ସାକ୍ଷୀ ର ପ୍ରମାଣ
ସତ ମିଛ ର ବ୍ୟାପାର ର
ଆଖିରେ ଆଖିରେ ବିରହ ର ଜ୍ଵାଳା
ଜାଳି ଦିଏ ନିରନ୍ତର।
ଆଖିରେ ଆଖିରେ ଜୀବନର ସ୍ଵପ୍ନ
ଗଢି ଦିଏ ଆଶା ଦୁର୍ଗ
ଆଖିରେ ଆଖିରେ ଜାଗତିକ ଦୃଶ୍ୟ
ଆଣେ କଳ୍ପନା ର ସ୍ଵର୍ଗ।
ଆଖିରେ ଆଖିରେ ଭଲ ମନ୍ଦ କଥା
ଚାକ୍ଷୁଷ ପ୍ରମାଣ ହୋଇ
ବିଚାର ବିବେକ ସମ୍ପନ୍ନ ଧାରାରେ
ନୀତି ତା’ର ବିରାଜ ଇ।
ନଳିନୀ ପ୍ରଭା ମିଶ୍ର,
ମୁକୁନ୍ଦ ପୁର, ଆସ୍କା, ଗଞ୍ଜାମ
ମୋ-୯୭୭୭୮୮୭୯୪୨
ଆଖିରେ ଆଖି୍ରେ କେତେକଥା, ଭଲ ହେଇଛି କବିତାଟି